ନୂଆଦିଲ୍ଲୀ, ୨୨/୨ : ରାତି ଅଧରେ ଗାଁରେ ପଶିଥିଲେ ଯୁବକ । ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଗାଁ ଲୋକେ । ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଖବର । ପୁଲିସ ମୃତଦେହକୁ ଉଦ୍ଧାର କରିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣେ ଯୁବକ ଅଟକ ରହିଥିବାବେଳେ ଗାଁ ଲୋକଙ୍କୁ ଡାକି ପଚରା ଉଚରା କରାଯାଉଛି ।
ରାତି ଅଧରେ ଯୁବକ ଜଣକ ଗାଁରେ ପହଞ୍ଚିଥିଲେ । ତାଙ୍କୁ ଗାଁ ଲୋକେ ଧରି ପକାଇଥିଲେ । ନିର୍ଦ୍ଧୁମ ମାଡ଼ ମାରିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଗାଁ ଲୋକେ ଅଭିଯୋଗ କରିଛନ୍ତି କି, ଯୁବକ ଜଣକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବାବେଳେ ଧରି ପକାଇଥିଲେ । ଯେଉଁ କାରଣରୁ ସେମାନେ ମାଡ଼ ମାରିଥିଲେ । ମାତ୍ର କିଛି ଲୋକ କହିଛନ୍ତି କି, ସେ ପ୍ରେମିକାଙ୍କୁ ଦେଖା କରିବା ପାଇଁ ରାତି ଅଧରେ ଆସି ଧରା ପଡ଼ିଥିଲେ । ଗାଁଲୋକେ ଯୁବକଙ୍କୁ ଧରି ମାଡ଼ ମାରିଥିଲେ ।
ଏହାସହ ପଢ଼ନ୍ତୁ : ଭାରତ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣଆଫ୍ରିକା