PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସୋଆ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ କରିବା ପରେ ନିଜ ଅଭିଭାଷଣରେ ପ୍ରଫେସର ମହାପାତ୍ର କହିଥିଲେ ଯଦିଓ ଭାରତ ୭୫ ବର୍ଷ ପୂର୍ବରୁ ସ୍ୱାଧୀନତା ହାସଲ କରିଛି ତଥାପି ଲୋକମାନେ ଏବେ ବି ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନୁହଁନ୍ତି ।

ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯକ୍ଷ୍ମା ରୋଗ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ୩୫ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ “ଡ୍ରଗ୍ ରେଜିଷ୍ଟାଂଟ ଟ୍ୟୁମରକୁଲୋସିସ୍‌”ରେ ଆକ୍ରାନ୍ତ ଅର୍ଥାତ୍ ସେମାନଙ୍କ କ୍ଷେତ୍ରରେ ଔଷଧ କାମ କରୁନାହିଁ ବୋଲି ସେ କହିଛନ୍ତି । ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଲୋକମାନେ ସେମାନଙ୍କର ଅଧିକାର ନେଇ ସଚେତନ ଥିବା ବେଳେ ଦାୟିତ୍ୱ ବିଷୟରେ ସଚେତନ ନୁହଁନ୍ତି । ତଥ୍ୟକୁ ଆଧାର କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସାମାଜିକ ସଚେତନତା କ୍ଷେତ୍ରରେ ଭାରତ ସବୁଠାରୁ ତଳେ ଅଛି । ତେଣୁ ଶିକ୍ଷିତ ଲୋକଙ୍କୁ ଶିକ୍ଷିତ କରାଇବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସୋଆର ୨୫ ବର୍ଷ ପୂରଣ ହେବା ସହ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିôବାରୁ ଖୁସି ବ୍ୟକ୍ତ କରିଥିଲେ ।

ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋଆ ପାକ୍ଷିକ ବକ୍ତୃତା ମାଳା ‘ସୋଫାଲ୍‌’କୁ ନେଇ ପ୍ରସ୍ତୁତ ପୁସ୍ତକକୁ ଉନ୍ମୋଚିତ କରିଥିଲେ । ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଦାନ କରିଥିବା ବହୁମୂଲ୍ୟ ବକ୍ତବ୍ୟକୁ ନେଇ ପୁସ୍ତକ ‘ସୋଫାଲ ମାଲା’ ପ୍ରସ୍ତୁତ କରାଯାଇଛି ।


ଏହି ବକ୍ତୃତା ମାଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଥିଲେ ।
ବିଶ୍ୱ ବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମାଙ୍କ ଦ୍ୱାରା ସମ୍ପାଦିତ ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆର ଚାନ୍‌ସେଲର ପ୍ରଫେସର ଡି.ପି. ରାୟ, ପ୍ରୋ-ଚାନ୍‌ସେଲ୍‌ର ପ୍ରଫେସର ବାନାର୍ଜୀ, କୁଳପତି ପ୍ରଫେସର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉପଦେଷ୍ଟା ପ୍ରଫେସର ଆର୍‌.ପି. ମହାନ୍ତି, ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରପେସର ବିଭୁତି ଭୂଷଣ ପ୍ରଧାନ, ସୋଆ ଅଧିନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।