ନୂଆଦିଲ୍ଲୀ,୨୭।୪: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ, ନ୍ୟୁଜିଲ୍ୟାଣ୍ଡକୁ ରପ୍ତାନି କରୁଥିବା ୧୦୦% ଭାରତୀୟଙ୍କୁ ଶୁଳ୍କ ଛାଡ଼ ମିଳିବ। ଏହି ସମୟରେ, ନ୍ୟୁଜିଲ୍ୟାଣ୍ଡରୁ ଭାରତକୁ ଆସୁଥିବା ୯୫% ସାମଗ୍ରୀ ଉପରେ ଶୁଳ୍କ ଛାଡ଼ କିମ୍ବା ହ୍ରାସ କରାଯାଇଛି। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ ମନ୍ତ୍ରୀ ଟଡ୍ ମ୍ୟାକଲେଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ମଧ୍ୟରେ ଆଲୋଚନା ୨୦୧୦ରୁ ଆରମ୍ଭ ହୋଇଥିଲା କିନ୍ତୁ ନଅ ପର୍ଯ୍ୟାୟ ପରେ ୨୦୧୫ ରେ ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୦୨୫ ରେ ଏହାକୁ ପୁଣିଥରେ ଆରମ୍ଭ କରାଯାଇଛି ଓ ଗତ ବର୍ଷ ଡିସେମ୍ବରରେ ଏହାକୁ ଅନ୍ତିମ ରୂପରେଖ ଦିଆଯାଇଛି।

୧୬ ମାର୍ଚ୍ଚ ୨୦୨୫ ରେ ଆରମ୍ଭ ହୋଇଥିବା ଏହି ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ରେକର୍ଡ ୯ ମାସରେ ଶେଷ ହୋଇ ଦୁଇ ଦେଶର ଆର୍ଥିକ ସମ୍ପର୍କରେ ନୂଆ ଅଧ୍ୟାୟ ସ୍ଥାପିତ କରିଛି। ଏହି ଚୁକ୍ତି ଅନୁସାରେ, ଭାରତକୁ ସୁବ ଟାରିଫ୍ ଉତ୍ପାଦନ ଉପରେ ତୁରନ୍ତ ୧୦୦% ଶୁଳ୍କମୁକ୍ତ ପ୍ରାପ୍ତ ହେବ। ଏହା ନ୍ୟୁଜିଲାଣ୍ଡ ଦ୍ବାରା ବର୍ତ୍ତମାନ ଭାରତରୁ ରପ୍ତାନୀ କରାଯାଉଥିବା ପ୍ରାୟ ୪୫୦ ଟାରିଫ୍ ଉତ୍ପାଦ ଉପରେ ଲଗାଯାଉଥିବା ୧୦% ଶୁକ୍ଳରୁ କମ୍। ଏଥିରେ ବସ୍ତ୍ର ଓ ପରିଧାନ ଉତ୍ପାଦ, ଚମଡା ଓ ଟୋପି, ଚିନା ମାଟିର ବାସନ, କାର୍ପେଟ ଓ ବାହନ ଏବଂ ଅଟୋ ପାର୍ଟସ ରହିଛି।

ଏହି ମୁକ୍ତ ବାଣିଜ୍ୟ ଚୁକ୍ତିରେ ଏକ ନିୟମ ରହିଛି। ତାହା ହେଲା ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷରେ ଭାରତରେ ୨୦ ବିଲିୟନ ଡଲାର ନିବେଶ କରିବ। ଏହା ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇୟୁ) ଦ୍ବାରା ଭାରତ ସହିତ କରାଯାଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିରେ କରାଯାଇଥିବା ୧୦୦ ବିଲିୟନ ଡଲାର ନିବେଶର ‘ପ୍ରତିବଦ୍ଧତା’ ଭଳି ରହିଛି। ଏହାଛଡା ଏହି ଏଫଟିଏରେ କାର୍ଯ୍ୟରତ ବୃତ୍ତିଗତ ଓ ଛାତ୍ରଙ୍କ ଯିବା ଆସିବାର ବହୁ ନିୟମ ରହିଚି। ନ୍ୟୁଜିଲାଣ୍ଡ କୌଣସି ଦେଶ ସହ ପ୍ରଥମ ଥର ଛାତ୍ର ଯାତାୟତ ସମ୍ପର୍କିତ ଓ ଅଧ୍ୟୟନ ପରେ ଓ୍ବାର୍କ ଭିସା ସମ୍ପର୍କିତ ଚୁକ୍ତି ସାକ୍ଷର କରିଛି। ଏହା ଅନୁସାରେ, ନ୍ୟୁଜିଲାଣ୍ଡରେ ପଢିବା ବେଳେ ବିସ୍ତାରିତ ଅଧ୍ୟୟନ ପରେ ଓ୍ବାର୍କ ଭିସା ସହିତ ପ୍ରତି ସପ୍ତାହରେ ୨୦ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବେ।

ଆହୁରି ପଢନ୍ତୁ : ବିପଦରେ ଭାରତୀୟ ଆଇଟି ସେକ୍ଟର, AI ଓ ଆର୍ଥିକ ମାନ୍ଦାବସ୍ଥା ଭାରତରୁ ପୋଛି ନେଲା ୧୧୫ ବିଲିୟନ ଡଲାର