PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଘାତକ ଅସ୍ତ୍ର ପାଇଁ ଭାରତ ସହିତ ଆର୍ମେନିଆର ବଡ ଧରଣର ଚୁକ୍ତି, ପାକିସ୍ତାନ-ତୁର୍କୀର ବନ୍ଧୁ ରାଷ୍ଟ୍ର ଆଜେରବାଇଜାନ ପାଇଁ ବଢିଲା ବିପଦ

ନୂଆଦିଲ୍ଲୀ,୨୯।୯: ଆର୍ମେନିଆ ଏବଂ ଆଜେରବାଇଜାନ ସେନା ମଧ୍ୟରେ ବିବାଦ ଦିନକୁ ଦିନ ବଢୁଛି। ବଢୁଥିବା ବିବାଦ ଭିତରେ ଭାରତ ଏବେ ଆର୍ମେନିଆ ସହିତ କରିଛି ବଡ ଧରଣର ଅସ୍ତ୍ରଶସ୍ତ୍ର ଡିଲ୍‌, ଯେଉଁଥିରେ ମିଶାଇଲ, ରକେଟ ଓ ଗୋଳା-ବାରୁଦ ମଧ୍ୟ ରହିଛି। ଭାରତ ସହିତ ଏହି ଡିଲ୍‌ ଫଳରେ ଆର୍ମେନିଆର ସୁରକ୍ଷା ଆହୁରି ଶକ୍ତିଶାଳୀ ହେବ। ଅନ୍ୟପକ୍ଷେ ଭାରତରେ ମଧ୍ୟ ଅସ୍ତ୍ରଶସ୍ତ୍ର ଉଦ୍ୟୋଗକୁ ପ୍ରୋତ୍ସହନ ମିଳିବ। ଭାରତ ଓ ଆର୍ମେନିଆ ମଧ୍ୟରେ ଏହି ଡିଲ୍‌ ଦୁଇ ହଜାର କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ସବୁଠାରୁ ଖାସ୍ କଥା ଏହା ଯେ, ଡିଲ୍‌ ଅନୁସାରେ, ଆର୍ମେନିଆ ଭାରତୀୟ ପିନାକ ରକେଟ ସିଷ୍ଟମ ପାଇଥିବା ପ୍ରଥମ ବିଦେଶୀ ଗ୍ରାହକ ହେବ।

ଆର୍ମେନିଆକୁ ସବୁଠାରୁ ପ୍ରଥମେ ଭାରତର ସ୍ବଦେଶୀ ପିନାକ୍ ମଲ୍ଟି ବ୍ୟାରେଲ୍‌ ରକେଟ ଲଞ୍ଚର ସପ୍ଲାଇ କରିବ। ପିନାକକୁ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବିକଶିତ କରିଛି। ଯାହାକୁ ଅଲଗା ଅଲଗା ସ୍ବଦେଶୀ ପ୍ରାଇଭେଟ କମ୍ପାନୀମାନେ ତିଆରି କରିଛନ୍ତି। ପିନାକ ରକେଟ୍‌ ସିଷ୍ଟମ ବ୍ୟତୀତ ଆର୍ମେନିଆକୁ ଆଣ୍ଟି ଟ୍ୟାଙ୍କ ରକେଟ୍‌ ଓ ଗୋଳା-ବାରୁଦ ମଧ୍ୟ ସପ୍ଲାଇ କରାଯିବ।

ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଛି। ସେପ୍ଟେମ୍ବର ମାସର ଦ୍ବିତୀୟ ସପ୍ତାହର ଆରମ୍ଭରେ ଦୁଇ ଦେଶର ସେନା ଭିତରେ ସୀମାରେ ଲଢେଇ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଦୁଇ ଦେଶ ଭିତରେ ବିବାଦ ଏବେ ଶାନ୍ତ ହେବାର ସମ୍ଭାବନା ମଧ୍ୟ ଦେଖିବାକୁ ମିଳୁନି। ଆର୍ମେନିଆକୁ ଏହି ଡିଫେନ୍ସ ଡିଲ୍‌ରୁ ଶକ୍ତି ମିଳିବ, ଏଥିରେ କୌଣସି ଆଶଙ୍କା କିମ୍ବା ପ୍ରଶ୍ନ ନାହିଁ। ଭାରତଠାରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର କିଣିବାରେ ନା କେବଳ ଆର୍ମେନିଆର ସୁରକ୍ଷା ଉପକରଣ ଅପଡେଟ୍ ରହିବ, ବଂର ଆଜେରବାଇଜାନ ଉପରେ ମଧ୍ୟ ଏହାର ଖୁବ୍ ପ୍ରଭାବ ପଡିବ।

ଭାରତର  ଅସ୍ତ୍ର ବଦଳରେ ଆର୍ମେନିଆ ନିଜର ଶତ୍ରୁ ଆଜେରବାଇଜାନକୁ ନିଜର ପ୍ରଭାବ ଦେଖାଇବ। କେବଳ ପାକିସ୍ତାନ ନୁହେଁ ବଂର ତୁର୍କୀଠାରୁ ମଧ୍ୟ ଆଜେରବାଇଜାନର ଭଲ ସମ୍ପର୍କ ରହିଛି। ତିନୋଟି ଦେଶ ୨୦୨୦ ରେ ୪୪ ଦିନର ମିଳିତ ସାମରିକ ଅଭ୍ୟାସ ମଧ୍ୟ କରିଥିଲେ। ଅଭ୍ୟାସକୁ ‘ଥ୍ରୀ ବ୍ରଦର୍ସ’ର ନାମ ଦିଆଯାଇଥିଲା। ଆର୍ମେନିଆ ସହିତ ଡିଫେନ୍ସ ସେକ୍ଟରରେ ଏହି ବଡ ଡିଲ୍‌ ସେତେବେଳେ ହୋଇଥିଲା, ଯେତେବେଳେ ଭାରତର ନରେନ୍ଦ୍ର ମୋଦି ସରକାର ଅସ୍ତ୍ରଶସ୍ତ୍ର ରପ୍ତାନି ବଢାଇବାର ଚେଷ୍ଟା କରୁଛି। ଭାରତ ସରକାର ୨୦୨୫ ପର୍ଯ୍ୟନ୍ତ ୩୫୦୦୦ ହଜାର କୋଟି ଅସ୍ତ୍ରଶସ୍ତ୍ରକୁ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି, ଯାହାର ପ୍ରଥମ ବଡ ପଦକ୍ଷେପ ଆର୍ମେନିଆ ସହିତ ଅସ୍ତ୍ରଶସ୍ତ୍ର ଡିଲ୍‌ ।

ରିପୋର୍ଟ ଅନୁସାରେ, ୨୦୨୧ ରେ ଭାରତ ୧୩ ହଜାର କୋଟିର ଅସ୍ତ୍ରଶସ୍ତ୍ର ଅନ୍ୟଦେଶକୁ ସପ୍ଲାଇ କରିଥିଲେ। ପ୍ରାଇଭେଟ୍‌ ସେକ୍ଟରର ଏଥିରେ ବଡ ଯୋଗଦାନ ରହିଛି। ଚଳିତ ବର୍ଷ ଭାରତର ନଜର ରପ୍ତାନିକୁ ଗତ ବର୍ଷରୁ ଅଧିକ ବଢାଇବା ଉପରେ ଓଏହି କାରଣରୁ ମୋଦି ସରକାର ଲଗାତାର ଚେଷ୍ଟା କରୁଛନ୍ତି। ଆର୍ମେନିଆ ସହିତ ଭାରତର ଏହା ପ୍ରଥମ ହତିଆର ଡିଲ୍‌ ନୁହେଁ। ୨୦୨୦ ରେ ମଧ୍ୟ ଭାରତ ଚାରୋଟି ସ୍ବାତି ରାଡାର ଆର୍ମେନିଆକୁ ସପ୍ଲାଇ କରିଥିଲା। ଦୁଇ ଦେଶ ଭିତରେ ଏହି ଡିଲ୍‌ ୩୫୦ କୋଟି ଟଙ୍କାରେ ହୋଇଥିଲା, ତେବେ ଏଥର ଡିଲ୍‌ ବଡ ରହିଛି ଓ ପିନାକ ଭଳି ସ୍ବଦେଶୀ ପ୍ରଡକ୍ଟ ମଧ୍ୟ ଡିଲ୍‌ର ଅଂଶ ରହିଛି।

ସମ୍ବନ୍ଧିତ ଖବର