PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଭାରତ–ଅଷ୍ଟ୍ରେଲିଆର ସଂପର୍କ 3C , 3D ଓ 3E ଠାରୁ ବହୁତ ଆଗକୁ ଚାଲି ଯାଇଛି : ସିଡନୀରେ ପ୍ରଧାନମନ୍ତ୍ରୀ ମୋଦି କହିଲେ ବନ୍ଧୁତାର ପ୍ରକୃତ କଥା

ସିଡନୀ : ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶର ସଂପର୍କକୁ ଇଂରାଜୀ ଅକ୍ଷର ସି,ଡି ଓ ଇ ଦ୍ୱାରା ଦର୍ଶାଇଛନ୍ତି। ସିଡନୀରେ କ୍ୱେଡସ ବ୍ୟାଅକ୍ ଏରିନାରେ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ଗୋଷ୍ଠୀଙ୍କୁ ସମ୍ୱୋଧିକ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି -ମୁଁ ଯେବେ ୨୦୧୪ରେ ଆସିଥିଲି , ସେତେବେଳେ ଆପଣଙ୍କ ସହ ଏକ ପ୍ରତିଶ୍ରୁତି କରିଥିଲି କି ଆପଣଙ୍କୁ ପୁଣି ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କୁ ୨୮ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆଜି ସିଡନୀରେ ଏହି ଏରିନାରେ ମୁଁ ପୁଣି ଉପସ୍ଥିତ ହୋଇଛି ଏବଂ ମୁଁ ଏକୁଟିଆ  ଆସିନାହିଁ । ପ୍ରଧାନମନ୍ତ୍ରୀ ଅଲବାନିଜ୍‌ ମଧ୍ୟ ମୋ ସହ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,  ଚଳିତ ବର୍ଷ ମୋତେ ପ୍ରଧାନମନ୍ତ୍ରୀ ଅଲବାନିଜଙ୍କୁ ଭାରତ ମାଟିରେ ଅହମ୍ମଦାବାଦରେ ସ୍ୱାଗତ କରିବାର ଅବସର ମିଳିଥିଲା । ଆଜି ତାଙ୍କୁ ଏଠାରେ ଲିଟିଲ ଇଣ୍ଡିଆର ଭିତ୍ତିପ୍ରସ୍ତରକୁ ଉନ୍ମୋଚନ କରିବାରେ ସେ ମୋତେ ସହଯୋଗ କରିଛନ୍ତି। ଏଥିପାଇଁ ମୁଁ ତାଙ୍କ ପ୍ରତି କୃତଜ୍ଞ।

PM Modi told the chemistry of Indo-Australian relations, Albanese said – Modi  is Boss : पीएम मोदी ने बताई भारत-ऑस्ट्रेलिया के रिश्तों की कैमिस्ट्री,  अल्बनीज़ बोले- मोदी इज़ बॉस

ଭାରତ – ଅଷ୍ଟ୍ରେଲିଆର ସମ୍ୱନ୍ଧକୁ ବାଖ୍ୟା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି – ପୂର୍ବରୁ ଏହା କୁହାଯାଉ ଥିଲା କି ଭାରତ -ଅଷ୍ଟ୍ରେଲିଆର ସଂପର୍କ ୩ ସିକୁ ନେଇ ଗଠିତ । ଯାହାକି କମନୱେଲଥ, କ୍ରିକେଟ୍‌ ଓ କରୀ । ଏହାପରେ କୁହାଗଲା କି  ଭାରତ ଓ ଅଷ୍ଟ୍ରେଲିଆର ସଂପର୍କ ୩ଡି କୁ ବି ଦର୍ଶାଉଛି । ଏହି ୩ଡି ହେଉଛି , ଡେମୋକ୍ରେସି , ଡାୟସ୍ପୋରା ଓ ଦୋସ୍ତି । ଏହାପରେ କୁହାଗଲା କି ଭାରତ – ଅଷ୍ଟ୍ରେଲିଆର ସମ୍ୱନ୍ଧ ୩ ଇ, ଏହି  ଇ ହେଉଛି – ଏନର୍ଜି , ଇକୋନମି ଓ ଏଡୁକେସନ।

इस वजह से ऑस्ट्रेलियाई सड़क का नाम हुआ ‘लिटिल इंडिया’, 2015 से चल रही थी कोशिश

ପିଏମ ମୋଦି କହିଥିଲେ କି ଉଭୟ ଦେଶ ମଧ୍ୟରେ ସଂପର୍କ ଏମିତି ଭାବେ ଦୃଢ ହୋଇନି , ଏହା ପଛର କାରଣ ମ୍ୟୁଚୁଆଲ ଟ୍ରଷ୍ଟ (ପାରସ୍ପରିକ ବିଶ୍ୱାସ) ଓ ମ୍ୟୁଚୁଆଲ ରେସ୍ପେଷ୍ଟ ( ପାରସ୍ପରିକ ସମ୍ମାନ) । ସିଡନୀ ଏରିନା ଷ୍ଟାଡିୟମରେ ଭାରତୀୟଙ୍କର ବିଶାଳ ଓ ଉତ୍ସାହୀ ଭିଡକୁ ସମ୍ୱୋନ୍ଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ , ଏହି ବିଶ୍ୱାସ ଓ ସମ୍ମାନ କେବଳ କୂଟନୀତିକ ସମ୍ୱନ୍ଧ ଅନୁସାରେ ବିକଶିତ ହୋଇ ନାହିଁ । ଏହାର ପ୍ରକୃତ କାରଣ ଆପଣମାନେ … ଅଷ୍ଟ୍ରେଲିଆରେ ରହୁଥିବା ପ୍ରତି ଜଣେ ଜଣେ ଭାରତୀୟ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଥିଲେ , ଜୀବନଶୈଳୀରେ ଅନେକ ବିଭିନ୍ନତା ଥିବା ସତ୍ତ୍ୱେ ଉଭୟ ଭାରତ -ଅଷ୍ଟ୍ରେଲିଆ ନିଜ ନିଜ ଭିତରେ ସଂପର୍କକୁ ସୁଦୃଢ କରିବା ଦିଗରେ ଏକ ସ୍ୱତନ୍ତ୍ର ପାରସ୍ପରକି ଉତ୍ସାହକୁ ଆପଣାଇଛନ୍ତି।