ନୂଆଦିଲ୍ଲୀ, ୨୫।୭: ଦେଶରେ ଚାଲିଥିବା ବିଭିନ୍ନ ପ୍ରଦର୍ଶନ ଏବଂ ସୋସିଆଲ ମିଡିଆର ବ୍ୟାପକ ପ୍ରଭାବ ମଧ୍ୟରେ ଜୋହୋର ପ୍ରତିଷ୍ଠାତା ତଥା ପ୍ରମୁଖ ଟେକ୍ ଦିଗ୍‌ଜୟୀ ଶ୍ରୀଧର ଭେମ୍ବୁ ଏକ ବଡ଼ ଦାବି କରିଛନ୍ତି। ସେ ଭାରତରେ ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବାକୁ ଦାବି କରିଛନ୍ତି । ନିଜର ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀଧର ଭେମ୍ବୁ ଲେଖିଛନ୍ତି ଯେ, ଭାରତରେ ମଧ୍ୟ ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ବ୍ୟାନ୍ କରିବା ଜରୁରୀ । ତାଙ୍କ ମତରେ, ପିଲାମାନେ ସୋସିଆଲ ମିଡିଆଠାରୁ ଦୂରେଇ ରହିବା ଉଚିତ୍ । ସେମାନଙ୍କର ଧ୍ୟାନ ବହି ପଢ଼ିବା ଏବଂ ବାହାରେ ଖେଳାକୁଦ କରିବା ଉପରେ ରହିବା ଦରକାର ।

ଫ୍ରାନ୍ସ ସରକାର ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିବା ନେଇ ଆଇନ ପ୍ରଣୟନ କରିବା ପରେ ଭେମ୍ବୁ ଏହି ପ୍ରତିକ୍ରିୟା ଦେଇଛନ୍ତି । ଫ୍ରାନ୍ସ ପୂର୍ବରୁ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ୟୁଏଇ, ମାଲେସିଆ ଏବଂ ବ୍ରିଟେନ, ଭିଏତନାମ ମଧ୍ୟ ଏପରି ପଦକ୍ଷେପ ଘୋଷଣା କରିସାରିଛନ୍ତି । ଦେଶବ୍ୟାପୀ ଚାଲିଥିବା ପ୍ରଦର୍ଶନଗୁଡ଼ିକରେ ସୋସିଆଲ ମିଡିଆର ପ୍ରଭାବ ସ୍ପଷ୍ଟ ଭାବେ ନଜର ଆସିଛି । ବିଶେଷକରି ଜେନ୍-ଜି ର ଏହି ଆନ୍ଦୋଳନଗୁଡ଼ିକ ଇନଷ୍ଟାଗ୍ରାମ ମାଧ୍ୟମରେ ସବୁଆଡ଼େ ବ୍ୟାପିଥିଲା । ଏହାର ପ୍ରଭାବ ଏତେ ଅଧିକ ଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଇନଷ୍ଟାଗ୍ରାମ ଫର୍ମାଟରେ ଭିଡିଓ ସେୟାର କରିବାକୁ ପଡ଼ିଥିଲା । 

ଏହା ବି ପଢ଼ନ୍ତୁ... PM Modi: 'ରିଲ୍ସ କର, ଇନଷ୍ଟାରେ ଆକ୍ଟିଭ ରହି ୟୁଥ୍‌ଙ୍କ ସହ ସିଧା କମ୍ୟୁନିକେସନ୍ କର'; ...ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ

ଶ୍ରୀଧର ଭେମ୍ବୁଙ୍କ ଏହି ବୟାନ୍ ପରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ୟୁଜର ଭେମ୍ବୁଙ୍କୁ ଟ୍ରୋଲ୍ କରି କଡ଼ା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ଭାରତରେ କେବଳ ପିଲା ନୁହେଁ, ବରଂ ବୃଦ୍ଧଙ୍କ ପାଇଁ ମଧ୍ୟ ସୋସିଆଲ ମିଡିଆ ବ୍ୟାନ୍ କରାଯିବା ଉଚିତ୍ । ମୋର ବିଶ୍ୱାସ ଯେ, ଏହି ବୟସ୍କ ଲୋକମାନେ ନିଜ ପରିବାର ସହ ସମୟ ବିତାଇବା, ଭଲ ସଙ୍ଗୀତ ଶୁଣିବା, ନାତି-ନାତୁଣୀଙ୍କ ସହ ଖେଳିବା ଏବଂ ଘୃଣ୍ୟ ରାଜନୀତି ତଥା କ୍ଷମତାଠାରୁ ଦୂରେଇ ରହିବା ଜରୁରୀ ।" ଏହି ପ୍ରତିକ୍ରିୟାଟି ଇଣ୍ଟରନେଟ୍‌ରେ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଭେମ୍ବୁଙ୍କ ମତକୁ ନେଇ ନେଟିଜେନ୍ସଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।