ନୂଆଦିଲ୍ଲୀ,୨୫/୦୭: ରିଲ୍ସ କର, ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସକ୍ରିୟ ରୁହ । ଦେଶର ଯୁବପିଢ଼ି (ଜେନ୍-ଜି)ଙ୍କ ସହ ଯୋଡିହୁଅ । ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି । ଏଥିସହ ସେମାନେ ଇନଷ୍ଟାଗ୍ରାମକୁ କେତେ ବ୍ୟବହାର କରୁଛନ୍ତି ଓ ଯୁବବର୍ଗଙ୍କ ସମେତ ଲୋକମାନଙ୍କ ସହ କିଭଳି ସମ୍ପର୍କ ରଖିଛନ୍ତି ସେହି ବିଷୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ମନ୍ତ୍ରୀମାନଙ୍କୁ ପଚାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଇନଷ୍ଟାଗ୍ରାମରେ କେବଳ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପୋଷ୍ଟ କଲେ ତାହା ଯଥେଷ୍ଟ ହେବନାହିଁ । ଯୁବକଙ୍କ ସହିତ ଯୋଡିହେବା ପାଇଁ ସେମାନଙ୍କ ସହ ନିୟମିତ ଆଲୋଚନା କରିବାକୁ ପଡିବ । ଯୁବପିଢ଼ିଙ୍କ ସହ ସକ୍ରିୟ ରହିବାକୁ ହେଲେ ରିଲ୍ସ କରିବାକୁ ପଡିବ ଓ ତାକୁ ପୋଷ୍ଟ କରିବାକୁ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯୁବବର୍ଗ ଏବେ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହୁଛନ୍ତି । ଯୁବକମାନେ ହେଉଛନ୍ତି ଜନସଂଖ୍ୟାର ଏକ ବିଶାଳ ଅଂଶ । ତେଣୁ ସେମାନଙ୍କ ସହ ଆମ ସମସ୍ତଙ୍କୁ ଯୋଡି ହୋଇରହିବାକୁ ପଡିବ । ସେଥିପାଇଁ ସାମାଜିକ ଗଣମାଧ୍ୟମରେ ନିଜକୁ ସକ୍ରିୟ ରଖିବାକୁ ହେବ ବୋଲି ମୋଦି କ୍ୟାବିନେଟ ମନ୍ତ୍ରୀମାନଙ୍କୁ କହିଥିଲେ ।

ଏହା ବି ପଢନ୍ତୁ...କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁଙ୍କ ଇସ୍ତଫା, ରେଳ ରାଜ୍ୟମନ୍ତ୍ରୀ ପଦରେ ଥିଲେ ଅବସ୍ଥାପିତ…  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ସକ୍ରିୟ ରହିବା ଏବଂ ଯୁବକମାନଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, କେବଳ ସରକାରୀ ଯୋଜନା ବିଷୟରେ ସୂଚନା ପ୍ରଦାନ କରିବା ଯଥେଷ୍ଟ ନୁହେଁ, ବରଂ ସେମାନେ ରିଲ୍ସ ଭଳି ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ ସେୟାର କରି ଯୁବକମାନଙ୍କ ପାଖରେ ପ୍ରଭାବଶାଳୀ ଭାବରେ ପହଞ୍ଚିବା ଉଚିତ୍  । ଆଜିର ଯୁବ ପିଢ଼ି ଇନଷ୍ଟାଗ୍ରାମରେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି, ଏବଂ ଏହା ନାଗରିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହାଙ୍କ ସହିତ ସମସ୍ତ ସରକାରୀ ମନ୍ତ୍ରୀ ନିରନ୍ତର ଆଲୋଚନା କରିବା ଉଚିତ। ସେ ବିଶ୍ୱାସ କରନ୍ତି ଯେ ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ିଙ୍କ ସହ ସଂଯୋଗ ସ୍ଥାପନ ଦ୍ୱାରା ସେମାନଙ୍କୁ ସରକାରୀ ଯୋଜନା ଏବଂ ପଦକ୍ଷେପ ବିଷୟରେ ଭଲ ଭାବରେ ସୂଚନା ଦିଆଯାଇପାରିବ ଏବଂ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରାଯାଇପାରିବ ।