ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Pahalgam Attack: ଭାରତର ଆକ୍ସନ, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ 'ଏକ୍ସ' ବ୍ୟାନ୍

Published By : Ankita S | April 29, 2025 2:50 PM

ନୂଆଦିଲ୍ଲୀ,୨୯/୦୪: ଜମ୍ମୁ କଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଭାରତ ବିରୋଧରେ ବିଷ ଓଗାଳୁଥିଲେ । ଏବେ ତାଙ୍କ ଉପରେ ଭାରତ ଆକ୍ସନ ନେଇଛି  । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ଙ୍କ 'ଏକ୍ସ' ଭାରତରେ ବ୍ୟାନ୍ ହୋଇଛି । ଉତ୍ତେଜନାମୂଳକ ଟିପ୍ପଣୀ ପାଇଁ 'ଏକ୍ସ' ଆକାଉଣ୍ଟ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛି । ୱାର୍ଟର ଷ୍ଟ୍ରାଇକ ପରେ ଡିଜିଟାଲ ଷ୍ଟ୍ରାଇକ୍ କରିଛି ।ଉତ୍ତେଜନାମୂଳକ ଟିପ୍ପଣୀ ପାଇଁ ପାକ୍ ଅଧିକାରୀଙ୍କ ଆକାଉଣ୍ଟ ବ୍ୟାନ୍ କରୁଛନ୍ତି ଭାରତ ସରକାର । ଏବେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ଙ୍କ 'ଏକ୍ସ' ଭାରତରେ ବ୍ୟାନ୍ ହୋଇଛି । ପୂର୍ବରୁ ୱାର୍ଟର ଷ୍ଟ୍ରାଇକରେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଥିଲେ ଭାରତ ସରକାର । ଏହା ପରେ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିବା ସହିତ ଅଟାରୀ-ୱାଘା ବର୍ଡର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ...Pahalgam Attack: ଶାହବାଜଙ୍କୁ ବଡ଼ଭାଇ ନୱାଜ ସରିଫଙ୍କ ପରାମର୍ଶ, କୂଟନୈତିକ ରଣନୀତି ଆପଣାଅ

ଗତକାଲି (ସୋମବାର) ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍ ହୋଇଥିଲା । ୬୩ ମିଲିୟନ ସବସ୍କ୍ରାଇବର୍ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ । ଜାମ୍ମୁ କାଶ୍ମୀରର ପହଲଗାମ୍ ଆଟାକ୍‌ ପରେ ଉତ୍ତେଜନାମୂଳକ ଏବଂ ସମ୍ବେଦନଶୀଳ ସାମ୍ପ୍ରଦାୟିକ ବିଷୟବସ୍ତୁ ନେଇ ପ୍ରଚାର ପ୍ରସାର ରୋକିବାକୁ ଭାରତ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

କହି ରଖୁଛି କି, ଗତ ୨୨ ତାରିଖରେ ରକ୍ତମୁଖା ହୋଇ ନରସଂହାର କରିଥିଲେ ଆତଙ୍କବାଦୀ । ଜମ୍ମୁକଶ୍ମୀର ପହଲଗାମ ବୈସରନ ଘାଟିରେ ସେନା ବେଶରେ ଆସି ଧର୍ମ ପଚାରି ପର୍ଯ୍ୟଟକଙ୍କୁ ଗୁଳି କରିଥିଲେ ଆତଙ୍କୀ । ଯେଉଁଥିରେ ୨୭ ନୀରିହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡିବାରେ ଲାଗିଛି । କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି ଭାରତ । ଘନ ଘନ ବୈଠକ ସହ ଆଲର୍ଟରେ ରହିଛନ୍ତି ଭାରତ ସରକାର । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.