ରାଜଗିର,୧୮/୧୧: ମହିଳା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫିରେ ପୂର୍ବରୁ ସେମି ଫାଇନାଲ୍‌ରେ ପ୍ରବେଶ କରି ସାରିଥିବା ଭାରତ କ୍ରମାଗତ ପଞ୍ଚମ ବିଜୟ ସହ  ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ରବିବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଦଳ ୩-୦ ଗୋଲ୍‌ରେ ଜାପାନକୁ  ପରାସ୍ତ କରିଥିଲା । ଆସନ୍ତା ୧୯ ତାରିଖ ସେମି ଫାଇନାଲ୍‌  ଖେଳାଯିବ । ଭାରତ-ଜାପାନ ଏବଂ ଚୀନ-ମାଲେସିଆ  ସାମ୍ନାସାମ୍ନି ହେବେ ।୨୦ ତାରିଖରେ ଫାଇନାଲ୍‌ ଏବଂ ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ । 

ଜାପାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଆଧିପତ୍ୟ ବିସ୍ତାର  କରି ଖେଳିଥିଲା । ପ୍ରଥମ ୨ଟି କ୍ୱାର୍ଟର ଆକ୍ରମଣ ଓ  ପ୍ରତିଆକ୍ରମଣ ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ତୃତୀୟ  କ୍ୱାର୍ଟରରେ ନବନୀତ କୌର (୩୭ମିନିଟ୍‌) ଭାରତର ଖାତା  ଖୋଲିଥିଲେ । ଏହାପରେ ଚତୁର୍ଥ କ୍ୱାର୍ଟରରେ ଦୀପିକା ୪୭  ଓ ୪୮ମିନିଟ୍‌ରେ ୨ଟି ଗୋଲ୍‌ କରି ଦଳକୁ ଜିତାଇଥିଲେ ।  ଜାପାନ ଗୋଟିଏ ବି ଗୋଲ୍‌ ପରିଶୋଧ କରିପାରିନଥିଲା ।