ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଆଗାମୀ ୧୦ ମାସ ଭିତରେ ନକ୍ସଲମୁକ୍ତ ହେବ ଭାରତ ! କେଉଁ ସଂକେତ ଦେଉଛି ତଥ୍ୟ ?

Published By : Soubhagya Ranjan | May 31, 2025 5:45 PM

Image source: NDTV

ନୂଆଦିଲ୍ଲୀ,୩୧/୦୫: ପ୍ରଧାନମନ୍ତ୍ରୀ ମୋଦି ବିହାରର କାରାକାଟରେ ନକ୍ସଲବାଦ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଥିଲେ ଯେ 'ମାଓ ହିଂସା ସମ୍ପୂର୍ଣ୍ଣ ଭାବରେ ମୂଳପୋଛ ହୋଇଯିବ, ସେ ସମୟ ଆଉ ବେଶିଦିନ ନୂହେଁ।' ପ୍ରକୃତରେ, ମୋଦି ସରକାରଙ୍କ ଲକ୍ଷ୍ୟ ହେଉଛି ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରିବା।

ମେ ୨୧ ତାରିଖରେ, ସୁରକ୍ଷା ବାହିନୀ ଛତିଶଗଡ଼ର ନାରାୟଣପୁରରେ ଦେଢ଼ କୋଟି ଟଙ୍କାର ମୁଣ୍ଡଜାମିନ ବହନ କରିଥିବା ନାମବାଲା କେଶବ ରାଓ ଓରଫ ବାସବରାଜ ସମେତ ୨୭ ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ। ବସବରାଜୁ ସିପିଆଇ ମାଓବାଦୀଙ୍କ ସାଧାରଣ ସମ୍ପାଦକ ଥିଲା। ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ 'ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଏକ ଅପରେସନରେ ଜଣେ ସାଧାରଣ ସମ୍ପାଦକ ସ୍ତରୀୟ ନକ୍ସଲକୁ ହତ୍ୟା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ନକ୍ସଲଙ୍କୁ ହତ୍ୟା କରାଯାଇସାରିଛି। ୧୯୬୭ରେ ଆରମ୍ଭ ହୋଇଥିବା ନକ୍ସଲ ଆନ୍ଦୋଳନ ଏବେ ଧୀରେ ଧୀରେ ଏହାର ଶେଷ ଆଡ଼କୁ ଗତି କରୁଛି। ଆସନ୍ତୁ ତଥ୍ୟ ମାଧ୍ୟମରେ ଏହାକୁ ବୁଝିବାକୁ ଚେଷ୍ଟା କରିବା।

ନକ୍ସଲ ହିଂସା ଘଟଣାରେ ହ୍ରାସ:

* ୨୦୧୦ ରେ ୧୯୩୬ ଟି ନକ୍ସଲ ହିଂସା ଘଟଣା ଘଟିଥିବା ବେଳେ ୨୦୨୪ ରେ ଏହି ସଂଖ୍ୟା ମାତ୍ର ୩୭୪ କୁ ହ୍ରାସ ପାଇଥିଲା, ଅର୍ଥାତ୍ ୨୦୧୦ ତୁଳନାରେ ନକ୍ସଲ ହିଂସା ଘଟଣାରେ ୮୧ ପ୍ରତିଶତ ହ୍ରାସ ଘଟିଛି। 

* ୨୦୧୩ ରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ ଥିବା ବେଳେ ଏବେ ୨୦୨୫ ରେ ଏହା ୧୮ କୁ ହ୍ରାସ ପାଇଛି। 

* ୨୦୧୩ ରେ ୧୨୬ ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା, ଯାହା ୨୦୨୧ ମସିହାରେ ୭୦ ଟି ଜିଲ୍ଲାକୁ ହ୍ରାସ ପାଇଥିଲା। 

* ଗତ ବର୍ଷ ପର୍ଯ୍ୟନ୍ତ ୩୮ ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା। ଚଳିତ ବର୍ଷ ଏପ୍ରିଲରେ ଏମାନଙ୍କ ସଂଖ୍ୟା ମାତ୍ର ୧୮ କୁ ହ୍ରାସ ପାଇଥିଲା।

ନକ୍ସଲ ହିଂସାରେ ମୃତ ସାଧାରଣ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି:

୨୦୧୦ ରେ ନକ୍ସଲ ହିଂସାରେ ୭୨୦ ଜଣ ସାଧାରଣ ନାଗରିକଙ୍କର ଜୀବନ ଯାଇଥିଲା। ୨୦୨୪ରେ ମୃତ୍ୟୁ ସଂଖ୍ୟା ୧୩୧କୁ ହ୍ରାସ ପାଇଥିଲା। ୨୦୧୦ରେ ନକ୍ସଲ ହିଂସାରେ ୧୦୦୫ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀଙ୍କ ମୃତ୍ୟୁ ହୋଇଥିଲା। ୨୦୨୪ ରେ ୧୫୦ ଜଣ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀଙ୍କ ମୃତ୍ୟୁ ହୋଇଥିଲା, ଅର୍ଥାତ୍ ମୃତ୍ୟୁ ସଂଖ୍ୟାରେ ୮୫% ହ୍ରାସ ଘଟିଥିଲା ନକ୍ସଲମାନେ ରେଳ ସମ୍ପତ୍ତି, ସରକାରୀ ଏବଂ ବେସରକାରୀ ୟୁନିଟ୍, ଟେଲିଫୋନ୍ ଏକ୍ସଚେଞ୍ଜ, ମୋବାଇଲ୍ ଟାୱାର, ରାସ୍ତା, ସ୍କୁଲ ଭଳି ଅର୍ଥନୈତିକ ଭିତ୍ତିଭୂମିକୁ ଟାର୍ଗେଟ କରି ଆସୁଛନ୍ତି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଘଟଣାଗୁଡ଼ିକ ହ୍ରାସ ପାଇଛି। ୨୦୧୦ ରେ ଏପରି ୩୬୫ଆକ୍ରମଣ ଘଟଣା ଘଟିଥିଲା, ଯାହାକି ୨୦୨୪ରେ ୨୫ ପ୍ରତିଶତକୁ ହ୍ରାସ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.