ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୋଛକିରେ ଭାରତ-କାନାଡା ସମ୍ପର୍କ, ସଙ୍କଟରେ ୭୦ ହଜାର କୋଟିର କାରବାର

Published By : Rasmita Pradhan | October 16, 2024 12:18 PM

ନୂଆଦିଲ୍ଲୀ,୧୬/୧୦ : ଏବେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିଛି । ଫଳରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଏହାର କଳାବାଦଲ ଦେଖାଯାଇଛି । ଖଲିସ୍ଥାନି ଆତଙ୍କୀ ହର୍‌ଦୀପ ସିଂ ନିଜ୍ଜରଙ୍କୁ କାନାଡାରେ ହତ୍ୟା ପରେ ଏଭଳି ସ୍ଥିତି ଉପୁଜିଛି । ଏବେ ଉଭୟ ଦେଶ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଛନ୍ତି । ଭାରତ କାନାଡା ସମ୍ପର୍କ ଏବେ ଦୋଛକିରେ ଥିବା ଯୋଗୁ ୭୦ ହଜାର କୋଟିର କାରବାର ଉପରେ ସଙ୍କଟ ସୃଷ୍ଟି ହୋଇଛି । ଥିଙ୍କ ଟ୍ୟାଙ୍କ ଜିଟିଆର୍‌ଆଇ ମୁତାବକ, ଏବେ ଯାଏ ଭାରତ କାନାଡା ଦ୍ୱିପାକ୍ଷିକ କାରବାର ଉପରେ ସେତେଟା ପ୍ରଭାବ ପଡିନି । ତେବେ ଏହି ବିବାଦ ସମାଧାନ ନ ହେଲେ ଏହା ସମସ୍ୟା ସୃଷ୍ଟିକରିବ । କାରବାର ସ୍ଥିତି ସମ୍ଭାଳିବା ଲାଗି ସତର୍କତା ଅବଲମ୍ବନ କରିବାକୁ ହେବ । ଏବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କାରବାର ଲଗାତାର ବୃଦ୍ଧି ହେଉଥିବାରୁ ସତର୍କତା ଜରୁରି ହୋଇପଡିଛି । ୨୦୨୨-୨୩ରେ ଭାରତ ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୮.୩ ବିଲିୟନ ଡଲାର ସ୍ତରରେ ଥିଲା । ୨୦୨୩- ୨୪ରେ ଏହା ୮.୪ ବିଲିୟନ ଡଲାର (୭୦,୬୧୧ କୋଟି) ଛୁଇଁଛି । କାନାଡାରୁ ଭାରତ ୪.୬ ବିଲିୟନ ଡଲାରର ସାମଗ୍ରୀ ଆମଦାନି କରିଛି । ରପ୍ତାନିରେ ସାମାନ୍ୟ ହ୍ରାସ ହୋଇ ୩.୪ ବିଲିୟନ ଡଲାର ସ୍ତରରେ ରହିଛି । କାନାଡାର ବିଭିନ୍ନ ପେନସନ ଫଣ୍ଡ ୬ ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି । ୬୦୦ କାନାଡା କମ୍ପାନି ଭାରତରେ ଉପସ୍ଥିତି ଜାହିର କରିଛନ୍ତି । ସିଆଇଆଇ ରିପୋର୍ଟ ମୁତାବକ, କାନାଡାରେ ୩୦ରୁ ଊଦ୍ଧ୍ୱର୍ ଭାରତୀୟ କମ୍ପାନି ଉପସ୍ଥିତି ଜାହିର କରିଛନ୍ତି । ଏହି କମ୍ପାନି ଗୁଡିକ ୪୦ ହଜାର କୋଟିରୁ ଊଦ୍ଧ୍ୱର୍ ନିବେଶ କରିଛନ୍ତି । ବର୍ତ୍ତମାନ ସଙ୍କଟ ବଢ଼ିଲେ ଏହା ସମସ୍ୟାକୁ ଡାକି ଆଣିବ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.