ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭାରତ-ଚୀନ ସୀମାରେ ଫେରୁଛି ଶାନ୍ତି, LAC ସୀମାରେ ପରସ୍ପରକୁ ଖୁଆଇବେ ମିଠା

Published By : Anindita Ratha | October 31, 2024 11:49 AM

ନୂଆଦିଲ୍ଲୀ,୩୧/୧୦: ଦୀର୍ଘ ଦିନରୁ ଭାରତ-ଚୀନ୍ ମଧ୍ୟରେ ଚାଲି ଆସିଥିବା ସୀମା ବିବାଦ ସୁଧୁରିବାରେ ଲାଗିଛି । ଡେପସାଙ୍ଗ ଓ ଡେମଚୋକରୁ ଉଭୟ ଦେଶର ସୈନ୍ୟ ଅପସାରଣ ପ୍ରକ୍ରିୟା ଶେଷ ହୋଇଛି । ଫଳରେ ୪ ବର୍ଷ ଧରି ଲାଗି ରହିଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଲାଇନ୍ ଅଫ୍ ଆକ୍‌ଚ୍ୟୁଆଲ୍ ଅଣ୍ଟ୍ରୋଲରେ ଶାନ୍ତି ଫେରିଥିବାରୁ ଦୀପାବଳିରେ ଦୁଇ ଦେଶର ସେନା ପରସ୍ପରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବେ । ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଦୁଇ ଦେଶର ସୈନିକ ଆଜି ପରସ୍ପରକୁ ମିଠା ଖୁଆଇ ଦୀପାବଳି ପାଳନ କରିବେ । ନିକଟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ପରେ ପୂର୍ବ ଲାଦାଖରେ LAC ରେ ଡେପସାଙ୍ଗ୍ ଏବଂ ଡେମଚୋକରେ ଭାରତ ଚୀନ ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ଏହି ସ୍ଥାନରେ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହେବ ।

ଭାରତରେ ଥିବା ଚୀନ ରାଷ୍ଟ୍ରଦୂତ ଶୁ ଫେଇହୋଙ୍ଗ୍‌ କୋଲକାତାରେ ଏକ କାର୍ଯ୍ୟକ୍ରମ ସମୟରେ ସେନ୍ୟ ପ୍ରତ୍ୟାହାରକୁ ନେଇ କହିଥିଲେ,‘ଭବିଷ୍ୟତରେ ଭାରତ- ଚୀନ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବ ଏବଂ ଦୁଇ ପକ୍ଷର ମତଭେଦ କୌଣସି ବାଧା ଉତ୍ପନ୍ନ କରିବ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମତଭେଦ ସହ କିପରି ମୁକାବିଲା କରିବା ।’ ପୂର୍ବ ଲାଦାଖରେ ୪ ବର୍ଷ ପରେ LAC ସୀମାରେ ସେନ୍ୟ ପ୍ରତ୍ୟାହାର ଦୁଇ ଦେଶ ପାଇଁ ଏକ ବଡ଼ ସଫଳତା । କହିରଖୁଛୁ ୨୦୨୦ ପରେ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷ ପରେ ପୂର୍ବ ଲାଦାଖର LACରେ ଅବରୋଧ ଜାରି ରହିଥିଲା ଏବଂ ଭାରତ- ଚୀନ୍ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ତେବେ ସେନା ପ୍ରତ୍ୟାହାର ପରେ ଗୁରୁବାର ଦୁଇ ପକ୍ଷ ଦ୍ୱାରା ଏରିୟଲ ସର୍ଭେ ଶେଷ ହେବ ବୋଲି ଆଶା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.