ପ୍ରମୂଖ ଖବର
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଜର୍ମାନୀଠାରୁ ୬ ବୁଡ଼ାଜାହାଜ କିଣିବ ଭାରତ, ୭୦ ହଜାର କୋଟିର ହେବ ନେଣଦେଣ

Published By : Manoj | August 25, 2025 8:49 AM

ନୂଆଦିଲ୍ଲୀ,୨୫/୦୮: ଭାରତ ସରକାର  ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ  ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି । ପ୍ରଥମ ଚୁକ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍‌ (ଏମ୍‌ଡିଏଲ୍‌)  ଜର୍ମାନୀଠାରୁ ୬ଟି ବୁଡ଼ାଜାହାଜ କିଣିବେ । ସରକାର  ‘ପ୍ରୋଜେକ୍ଟ ୭୫ ଇଣ୍ଡିଆ’ରେ ଭାରତରେ ନିର୍ମିତ ହେଉଥିବା ଏହି ବୁଡ଼ାଜାହାଜର କ୍ରୟକୁ ନେଇ କଥାବାର୍ତ୍ତା ଆରମ୍ଭ ଲାଗି ଅନୁମୋଦନ ଦେଇଛନ୍ତି । ଏହି ଚୁକ୍ତି ୭୦ ହଜାର କୋଟି ଟଙ୍କାରେ  ହୋଇପାରେ ।ସେହିଭଳି ଭାରତ ସରକାର ଇସ୍ରାଏଲଠାରୁ ର‌୍ୟାମ୍ପେଜ୍‌ ଏୟାର-ଟୁ-ଗ୍ରାଉଣ୍ଡ ମିସାଇଲ କିଣିବେ । 

ସୂତ୍ର ମୁତାବକ, ଖୁବଶୀଘ୍ର ଏହି ଅର୍ଡର ପାଇଁ ଫାଷ୍ଟଟ୍ରାକ୍‌ ଭିତ୍ତିରେ ପ୍ରକ୍ରିୟା  ଆରମ୍ଭ ହେବ । ଅପରେସନ ସିନ୍ଦୂର ବେଳେ  ପାକିସ୍ତାନର ମୁରିଦ୍‌କେ ଓ ବହାବଳପୁରସ୍ଥିତ  ଆତଙ୍କବାଦୀଙ୍କ ମୁଖ୍ୟାଳୟ ଉପରେ ସଠିକ୍‌  ଆକ୍ରମଣ ପାଇଁ ର‌୍ୟାମ୍ପେଜ୍‌ ମିସାଇଲ୍‌କୁ  ବ୍ୟବହାର କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତବର୍ଷ ଜାନୁଆରୀରେ ଜର୍ମାନ୍‌ କମ୍ପାନି  ଥିସେନକ୍ରୁପ୍‌ ମେରାଇନ୍‌ ସିଷ୍ଟମ୍ସ ସହ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ସନ ସିଷ୍ଟମ୍‌ ବିଶିଷ୍ଟ ୬ଟି  ବୁଡ଼ାଜାହାଜ ଉତ୍ପାଦନ ଲାଗି ମଝଗାଓଁ ଡକ୍‌ୟାର୍ଡକୁ  ନିଜ ଭାଗୀଦାର ଭାବେ ଚୟନ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.