ନୂଆଦିଲ୍ଲୀ,୧୦/୦୩; ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଛି ଭାରତ । ରମଜାନ ମାସରେ ଆଫଗାନିସ୍ତାନ ଉପରେ ଆକ୍ରମଣକୁ ନେଇ ତାକୁ କୋଣଠେସା କରିଛି । UNSCରେ ପାକିସ୍ତାନକୁ ନିନ୍ଦା କରିଛି ଭାରତ । ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦ ବୈଠକରେ ଭାଷଣ ଦେଇ ପି. ହରିଶ ସିଧାସଳଖ ପାକିସ୍ତାନର ନାମ ନେଇ ନଥିଲେ, କିନ୍ତୁ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ମନ୍ତବ୍ୟଟି ପାକିସ୍ତାନ ବିରୋଧରେ ଥିଲା।ସେ କହିଛନ୍ତି ଯେ, ୬ ମାର୍ଚ୍ଚ, ୨୦୨୬ ସୁଦ୍ଧା ଏହି ଆକ୍ରମଣରେ ୧୮୫ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଛି, ଯାହାଙ୍କ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ ମହିଳା ଏବଂ ଶିଶୁ । ଭାରତ ଆଫଗାନ ମାଟିରେ ଏହି ଆକ୍ରମଣକୁ ଦୃଢ଼ ଭାବରେ ନିନ୍ଦା କରୁଛି । ଏଗୁଡ଼ିକ ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଏବଂ ଜାତୀୟ ସାର୍ବଭୌମତ୍ୱ ନୀତିର ସ୍ପଷ୍ଟ ଉଲ୍ଲଂଘନ। "
ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦ ବୈଠକରେ ଭାଷଣ ଦେବା ସମୟରେ ପି. ହରିଶ ସିଧାସଳଖ ପାକିସ୍ତାନର ନାମ ନେଇ ନଥିଲେ, କିନ୍ତୁ ତାଙ୍କ ମନ୍ତବ୍ୟ ସ୍ପଷ୍ଟ ଭାବରେ ସୂଚାଇ ଦେଇଥିଲା ଯେ ମନ୍ତବ୍ୟଗୁଡ଼ିକ ପାକିସ୍ତାନକୁ ନିର୍ଦ୍ଦେଶିତ ଥିଲା । ପାକିସ୍ତାନ ଦାବି କରୁଛି ଯେ, ସେଠାରୁ ଆତଙ୍କବାଦୀ ଗୋଷ୍ଠୀ କାର୍ଯ୍ୟ କରୁଥିବାରୁ ସେ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଛି । ତଥାପି, ପି. ହରିଶ କହିଛନ୍ତି ଯେ , ଇସଲାମାବାଦ ନିଜେ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ବ୍ୟବହାର କରେ।
ଏହା ବି ପଢନ୍ତୁ...ପାକିସ୍ତାନରେ ତୈଳ ସଙ୍କଟର ପ୍ରଭାବ; ମନ୍ତ୍ରୀଙ୍କୁ ମିଳିବନି ଦରମା, ସପ୍ତାହରେ ୪ ଦିନ ଚାଲିବ ସରକାରୀ କାର୍ଯ୍ୟାଳୟ, ୫୦% କର୍ମଚାରୀ ଘରୁ କାମ କରିବାକୁ ନିର୍ଦ୍ଦେଶ...
ସେ କହିଛନ୍ତି, "ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା। କେବଳ ଅନ୍ତର୍ଜାତୀୟ ସମ୍ପ୍ରଦାୟର ମିଳିତ ପ୍ରୟାସ ଦ୍ୱାରା ISIS (ଇସଲାମିକ୍ ଷ୍ଟେଟ୍), ଅଲ-କାଏଦା, ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଭଳି ସେମାନଙ୍କର ସହଯୋଗୀ ସଂଗଠନ ଏବଂ ଲସ୍କର-ଏ-ତୈବାର ପ୍ରକ୍ସି ସଂଗଠନ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଏବଂ ସେମାନଙ୍କର ସମର୍ଥକମାନଙ୍କୁ ସୀମାପାର ଆତଙ୍କବାଦ ଘଟାଇବାରୁ ରୋକାଯାଇପାରିବ। ସମ୍ପ୍ରତି ସୀମାପାର ଏକ ବଡ଼ ଆକ୍ରମଣରେ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଏପ୍ରିଲ ମାସରେ ପହଲଗାମରେ ଏକ ଧାର୍ମିକ-ଆଧାରିତ ଆତଙ୍କବାଦୀ ଆକ୍ରମଣ କରିଥିଲା, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ।