ନୂଆଦିଲ୍ଲୀ,୨୭/୦୧: ପ୍ରାୟ ଦୁଇ ଦଶନ୍ଧି ଧରି ଆଲୋଚନା ପରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଜି ଐତିହାସିକ ବାଣିଜ୍ୟିକ ଚୁକ୍ତି ହୋଇଛି । ୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଏହା ଫାଇନାଲ୍‌ ହୋଇଛି । ବୈଠକରେ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡା କୋଷ୍ଟା ଏବଂ ୟୁରୋପୀୟ କମିଶ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ମଦର୍ ଅଫ୍ ଡିଲ ଦ୍ୱାରା ଭାରତରେ ଦାମୀ କାର୍, ମଦ, କେମିକାଲ ଏବଂ ମେଡିକାଲ ଉପକରଣ ଶସ୍ତା ହେବ । ମଦର୍‌ ଅଫ୍ ଡିଲ୍ ରେ ଭାରତରେ ପ୍ରାୟ ୯୭% ୟୁରୋପୀୟ ସଂଘ ରପ୍ତାନି ଉପରେ ଶୁଳ୍କ ହ୍ରାସ କରିଛି । ଏହି ଡିଲ୍ ଅଧୀନରେ ଭାରତରୁ ୨ ଗୁଣା ରପ୍ତାନୀ ହେବ ବୋଲି କହିଛି ଇୟୁ ।

​​​​​​​ଦୁଇ ଦେଶର ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,'' ଇତିହାସରେ ଭାରତ-ଇୟୁ ମଧ୍ୟରେ ଏହା ସବୁଠୁ ବଡ଼ ଚୁକ୍ତି । ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଐତିହାସିକ, ସମସ୍ତଙ୍କୁ ନୂଆ ଅବସର ମିଳିବ । ୨୭ ୟୁରୋପୀୟ ଦେଶ ସହ ଡିଲ୍ ହୋଇଛି, ବିଶ୍ବରେ ଏହା ସ୍ଥିରତା ଆଣିବ । ଏହି ଚୁକ୍ତି ଦ୍ବାରା ୟୁରୋପ-ଭାରତ ମଧ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଆଜିଠାରୁ ନୂଆ ଯୁଗର ଆରମ୍ଭ ହୋଇଛି । ଆମେ ଆଗାମୀ ୫ ବର୍ଷ ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ସାମଗ୍ରିକ ରଣନୈତିକ କାର୍ଯ୍ୟସୂଚୀ ଆରମ୍ଭ କରୁଛୁ । ଏହି ଜଟିଳ ବିଶ୍ୱ ପରିବେଶରେ, ଏହି କାର୍ଯ୍ୟସୂଚୀ ସ୍ପଷ୍ଟ ଦିଗଦର୍ଶନ ପ୍ରଦାନ କରିବ, ଆମର ସହଭାଗୀ ସମୃଦ୍ଧିକୁ ଆଗକୁ ବଢ଼ାଇବ, ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବ ଏବଂ ଲୋକ-ଲୋକ ସମ୍ପର୍କକୁ ଆହୁରି ଗଭୀର କରିବ ।''

#WATCH | Delhi | PM Modi says, "We are launching an ambitious and holistic strategic agenda for the next 5 years. In this complex global environment, this agenda will provide clear direction, advance our shared prosperity, accelerate innovation, strengthen defence cooperation and… pic.twitter.com/Uj7ruSuI19