PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ମାନ୍ଦାବସ୍ଥା ସତ୍ତ୍ୱେ ରପ୍ତାନିରେ ଭାରତର ସଫଳତା, ସେବା କ୍ଷେତ୍ର ରପ୍ତାନି ୨୬% ବୃଦ୍ଧି

ନୂଆଦିଲ୍ଲୀ,୨୫/୦୫: ବିଶ୍ୱ ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ଭାରତ ରପ୍ତାନି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏବେ ବିଶ୍ୱ ବଜାରରେ ଉପଭୋକ୍ତା ଉତ୍ପାଦ ମୂଲ୍ୟ ହ୍ରାସ ଚାହିଦା କମିବା ସତ୍ତେ୍ୱ ମଧ୍ୟ ଘରୋଇ ବଜାର ଦୃଢ଼ତା ଦେଖାଇଛି । ଦେଶର ସେବା କ୍ଷେତ୍ର ରପ୍ତାନି ୨୬% ବୃଦ୍ଧି ହୋଇ ୩୦୩୬ କୋଟି ଡଲାର ଛୁଇଁଛି । ମଜୁରି ଏବଂ ବ୍ୟାକ୍‌ ଅଫିସ ବ୍ୟବସାୟକୁ ନେଇ ଆମେରିକା ସମେତ ଅନ୍ୟ ଦେଶ ଗୁଡିକ ଏବେ ସଂଘର୍ଷ କରୁଛନ୍ତି । ତେବେ ଏଭଳି ସମୟରେ ଭାରତ ବ୍ୟବସାୟିକ କାରବାରର ଏକ ତର୍କସଙ୍ଗତ ସ୍ଥଳ ଭାବେ ଉଭା ହୋଇଛି ।

ଦେଶରୁ ଇଲେକଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ୨୬% ବଢ଼ିଛି । ଆମଦାନି ୧୪% ଖସିଛି । ଏହାବାଦ ଯନ୍ତ୍ରାଂଶ ଏବଂ ଲୌହ ଓ ଇସ୍ପାତ ଆମଦାନି ୧୫% ବୃଦ୍ଧି ହୋଇଛି । ୨୦୨୩ର ପ୍ରତି ମାସରେ ଦେଶର ବାଣିଜ୍ୟ ନିଅଣ୍ଟ କ୍ରମାଗତ ଭାବେ ହ୍ରାସ ଘଟି ଏକ ଅଙ୍କ ସଂଖ୍ୟାରେ ରହିଛି । ଏହା ଘରୋଇ ବଜାରର ପ୍ରତିସ୍ଫର୍ଦ୍ଧାକୁ ଦର୍ଶାଉଛି । ବସ୍ତୁ ବାଣିଜ୍ୟ ନିଅଣ୍ଟ ପରିମାଣ ୧୫୨୬ କୋଟି ଡଲାର ଥିବା ବେଳେ ସେବା ବାଣିଜ୍ୟ ବଳକା ପରିମାଣ ୧୩୮୬ କୋଟି ଡଲାର ସ୍ତରରେ ରହିଛି । ମୋଟ ବାଣିଜ୍ୟ ନିଅଣ୍ଟ ୧୩୮ କୋଟି ଡଲାର । ତେବେ ଦେଶର ସାମଗ୍ରିକ ରପ୍ତାନି ସଫଳତା ନୂଆ ଶିଖର ଛୁଇଁଛି । ୨୦୨୨-୨୩ରେ ସାମଗ୍ରିକ ବାଣିଜ୍ୟିକ ରପ୍ତାନି ପରିମାଣ ୧୪.୬୮% ବୃଦ୍ଧି ହୋଇ ୭୭୫୯୭ କୋଟି ଡଲାର ରହିଛି ।

ବିଶ୍ୱ ବଜାରର ମାନ୍ଦାବସ୍ଥା ସତ୍ତେ୍ୱ ଭାରତ ଏକ ଆଶାର ଆଲୋକ ଭାବେ ଉଭା ହୋଇଛି । ପୁଞ୍ଜିଗତ ବସ୍ତୁର ଉପଯୋଗ ବୃଦ୍ଧି, ସମୃଦ୍ଧିଶାଳୀ ଘରୋଇ ଉଦ୍ୟୋଗ, ସେବା ଓ ଇଲେକ୍‌ଟ୍ରୋନିକ୍ସ ରପ୍ତାନି ବଢ଼ିବା ଫଳରେ ବିକାଶଧାରାରେ ଦେଶ ନିରନ୍ତର ଭାବେ ଉପରକୁ ଉଠୁଛି । ଦେଶର ଅର୍ଥ ବ୍ୟବସ୍ଥାରେ ପ୍ରାୟ ୨ ଲକ୍ଷ କୋଟି ବିନିଯୋଗ କରିବା ସହ ରିଜର୍ଭ ବ୍ୟାଙ୍କ ଭାରତୀୟ ମୁଦ୍ରାକୁ ମଜଭୁତ କରିବା ଲାଗି ବ୍ୟବସାୟିକ ପରିଦୃଶ୍ୟକୁ ଉପଯୋଗ କରୁଛି । ଏ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଅତ୍ୟାବଶ୍ୟକ ଚଳନ୍ତି ପାଣ୍ଠି ବ୍ୟାଙ୍କ ପ୍ରଦାନ କରୁଛି । ନୀତିଗତ ପଦକ୍ଷେପ ସହ ଆର୍‌ବିଆଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିଛି । ରପ୍ତାନିରେ ବୃଦ୍ଧି ଏବଂ ଭାରତୀୟ ମୁଦ୍ରାରେ ସ୍ଥିରତା ଆର୍‌ବିଆଇକୁ ଦୃଢ଼ ନିଷ୍ପତ୍ତି ନେବାରେ ସହାୟକ ହେବ ।