ନୂଆଦିଲ୍ଲୀ,୦୧/୦୨ : ଆସିଲା କେନ୍ଦ୍ରୀୟ ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।ପ୍ରଥମ ଥର ପାଇଁ କର୍ତ୍ତବ୍ୟ ଭବନରେ ବଜେଟ ପ୍ରସ୍ତୁତ ହୋଇଛି ।୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବା ନେଇ ବଜେଟରେ ଘୋଷଣା ହୋଇଛି । ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ଵାଇ-ପୁନେ, ହାଇଦ୍ରାବାଦ-ଚେନ୍ନାଇ କରେ ନିର୍ମାଣ ହେବ ରେଲୱେ କରିଡର। ଛୋଟ ସହରରେ ବିକଶିତ ହେବ ତୀର୍ଥସ୍ଥଳ।ବାରଣାସୀ ଓ ପାଟନାରେ ଜାହାଜ ମରାମତି ହେବ ଇକୋ ସିଷ୍ଟମ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ ହେବା ନେଇ ଘୋଷଣା ହୋଇଛି।