PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବରଫ ମୂର୍ତ୍ତି ପ୍ରତିଯୋଗିତାରେ ଭାରତ ପ୍ରଥମ

ଜାପାନର ନରୱେଠାରେ ଆୟୋଜତି ଅନ୍ତର୍ଜାତୀୟ ବରଫ ମୂର୍ତ୍ତି ନିର୍ମାଣ ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ତୃତୀୟ ଅବତାର ବରାହଙ୍କ ମୂର୍ତ୍ତି ନିର୍ମାଣ କରି ଭାରତୀୟ ଦଳ ପୁରଷ୍କୃତ ହୋଇଛନ୍ତି । ‘ଆୟୁଦ୍ଧ ଟିମ୍‌ ଇଣ୍ଡିଆ’ ନାମକ ଏହି ଭାରତୀୟ ଦଳରେ ରବି ପ୍ରକାଶ, ସୁନୀଲ କୁମାର କୁଶବାହା ଏବଂ ରଜନୀସ ବର୍ମା ନାମକ ୩ ଜଣ ସଦସ୍ୟ ଥିଲେ । ଫେବୃଆରୀ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରତିଯୋଗିତା ଚାଲିଥିଲା । ମୂର୍ତ୍ତି ନିର୍ମାଣ କରୁଥିବା ସମୟରେ ସେଠାରେ ଲଗାତାର ବରଫ ବର୍ଷା ହେବା ସହ ତାପମାତ୍ରା -୨୫ ଡିଗ୍ରୀ ସେଲସିଅସ୍‌ ହୋଇଯାଇଥିଲା । ଏସବୁକୁ ଖାତିର୍‌ ନକରି ବିଭିନ୍ନ ଦେଶରୁ ଆସିଥିବା ଟିମ୍‌ ନିଜର କଳାକୃତି ଦେଖାଇବାରେ ବ୍ୟସ୍ତ ଥିଲେ । ପ୍ରତିଯୋଗିତାରେ ଋଷ ଏବଂ ଥାଇଲାଣ୍ଡ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସୂଚନା ଅନୁଯାୟୀ, ଦୀର୍ଘ ୧୯ ବର୍ଷ ପରେ ଭାରତୀୟ ଟିମ୍‌ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା । ଭାରତୀୟ ଟିମ୍‌ ଦ୍ୱାରା ନିର୍ମାଣ କରାଯାଇଥିବା ମୂର୍ତ୍ତିଟିର ଉଚ୍ଚତା ୪ ମିଟର ଥିଲା ।

ସମ୍ବନ୍ଧିତ ଖବର