ନୂଆଦିଲ୍ଲୀ, ୧୦।: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ହେବାକୁ ଯାଉଥିବା ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କ୍ରୟ ପ୍ରକ୍ରିୟାରେ ଭାରତ ସରକାର ଏକ ବଡ଼ ସର୍ତ୍ତ ଯୋଡ଼ିବାକୁ ଯାଉଛନ୍ତି । ଏହି ସର୍ତ୍ତ ଅନୁଯାୟୀ, ରାଫେଲ୍ ବିମାନରେ ଭାରତରେ ନିର୍ମିତ ସ୍ୱଦେଶୀ ମିସାଇଲ୍ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସହଜରେ ଲଗାଯାଇପାରିବ । ଏଥିପାଇଁ ଭାରତ ସରକାର ଇଣ୍ଟରଫେସ୍ କଣ୍ଟ୍ରୋଲ୍ ଡକ୍ୟୁମେଣ୍ଟ (ICD) କୁ ଏହି ଚୁକ୍ତିର ଏକ ଅଂଶ କରିବାକୁ ଯାଉଛନ୍ତି । ଇଣ୍ଟରଫେସ୍ କଣ୍ଟ୍ରୋଲ୍ ଡକ୍ୟୁମେଣ୍ଟ (ICD) ହେଉଛି ଏକ ବୈଷୟିକ ଦସ୍ତାବିଜ୍, ଯାହା ବିମାନ ଏବଂ ଏଥିରେ ଲାଗିବାକୁ ଥିବା ବିଭିନ୍ନ ଯନ୍ତ୍ରପାତି ମଧ୍ୟରେ ତାଳମେଳ କିପରି ରହିବ ତାହା ସ୍ଥିର କରେ । ସରଳ ଭାଷାରେ କହିଲେ, ଏହା ସୁନିଶ୍ଚିତ କରିବ ଯେ ଫ୍ରାନ୍ସରୁ ଆସୁଥିବା ରାଫେଲ୍ ବିମାନରେ ଭାରତୀୟ ଅସ୍ତ୍ରଶସ୍ତ୍ର ଯେପରିକି ‘ଅସ୍ତ୍ର’ ମିସାଇଲ୍ ସଠିକ୍ ଭାବରେ କାମ କରିପାରିବ ।
ଏହା ବି ପଢ଼ନ୍ତୁ... ହୁମାୟୁନ କବୀରଙ୍କୁ ଝଟକା; AIMIM ବିଜେପିର 'ବି ଟିମ୍' ହୋଇଥିବା ଅଭିଯୋଗ, ଓୱେସି ଭାଙ୍ଗିଲେ ମେଣ୍ଟ
'ବାଏ ଆଣ୍ଡ ମେକ୍' ମଡେଲରେ ହେବ ଡିଲ୍:
ଏହି ବିଶାଳ ପ୍ରତିରକ୍ଷା ଚୁକ୍ତିର ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।
ଚୁକ୍ତି ଅନୁଯାୟୀ ୧୮ଟି ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ସିଧାସଳଖ ଫ୍ରାନ୍ସରୁ ଆସିବ ।
୯୬ଟି ବିମାନ ଭାରତରେ ନିର୍ମାଣ କରାଯାଇ ପ୍ରସ୍ତୁତ ହେବ ।
ଏହି ୯୬ଟି ବିମାନର ଅତିକମରେ ୨୫% ଅଂଶ ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହେବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଆସନ୍ତା ମାସରେ ଫ୍ରାନ୍ସର କମ୍ପାନୀ 'ଡାସଲ୍ଟ ଆଭିଏସନ'କୁ ପ୍ରସ୍ତାବ ପଠାଇବାକୁ ଯାଉଛି । ଏହି ଚୁକ୍ତିକୁ ଗତ ଫେବୃଆରୀ ୧୨ ତାରିଖରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ଫ୍ରାନ୍ସ କମ୍ପାନୀ ରାଫେଲର ସୋର୍ସ କୋଡ୍ ଦେବାକୁ ମନା କରିଛି । ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୌଣସି ବି ଦେଶ ନିଜ ଯୁଦ୍ଧ ବିମାନର ସୋର୍ସ କୋଡ୍ ଅନ୍ୟ କାହାକୁ ଦିଏ ନାହିଁ । ଏହା କମ୍ପାନୀର ବୌଦ୍ଧିକ ସମ୍ପତ୍ତି ଏବଂ ଏଥିରେ ବିମାନର ରାଡାର, ଟାର୍ଗେଟିଂ ଏବଂ ଫ୍ଲାଇଟ୍ କଣ୍ଟ୍ରୋଲ୍ ଭଳି ଗୁପ୍ତ ତଥ୍ୟ ଥାଏ । ରୁଷ୍ ଏବଂ ଆମେରିକା ଭଳି ବନ୍ଧୁ ରାଷ୍ଟ୍ର ମଧ୍ୟ ଏହି ସୋର୍ସ କୋଡ୍ ସେୟାର କରନ୍ତି ନାହିଁ ।
ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ:
ଭାରତ ବର୍ତ୍ତମାନ କେବଳ ବିଦେଶୀ ବିମାନ କିଣିବାକୁ ଚାହୁଁନାହିଁ, ବରଂ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତା ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ତେଣୁ ରାଫେଲ୍ ଡିଲ୍ ସହ Tejas Mk1A ଏବଂ ଭବିଷ୍ୟତର AMCA (Advanced Medium Combat Aircraft) ପ୍ରକଳ୍ପ ଉପରେ ମଧ୍ୟ ସରକାର ଜୋର ଦେଉଛନ୍ତି ।
ଏହି ICD ସର୍ତ୍ତ ମାଧ୍ୟମରେ ଭାରତୀୟ ବାୟୁସେନା ଏକ ଶକ୍ତିଶାଳୀ ଏବଂ ଆଧୁନିକ ବଳ ଭାବେ ଉଭା ହେବ, ଯେଉଁଠି ବିଦେଶୀ