ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

୨୦୨୫ ମହିଳା ବିଶ୍ବକପ ; ଭାରତ ସମେତ ୬ଟି ଦଳର ଡାଇରେକ୍ଟ ଏଣ୍ଟ୍ରୀ

Published By : Ankita S | January 25, 2025 2:27 PM

ନୂଆଦିଲ୍ଲୀ,୨୫/୦୧: ୨୦୨୫ ମହିଳା ବିଶ୍ବକପ ପାଇଁ ସିଧା ସଳଖ କ୍ବାଲିଫାଏ କରିଛନ୍ତି ୬ଟି ଦଳ । ୱେଷ୍ଟଇଣ୍ଡିଜ ବିପକ୍ଷରେ ବାଂଲାଦେଶର ପରାଜୟ ପରେ ଆଇସିସି ମହିଳା ବିଶ୍ବକପ ୨୦୨୫ ପାଇଁ ଭାରତ ସମେତ ୬ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି । ବାକି ଦୁଇଟି ଦଳର ନିଷ୍ପତ୍ତି ବିଶ୍ବକପ କ୍ବାଲିଫାଏର ଜରିଆରେ ହେବ । ନ୍ୟୁଜିଲାଣ୍ଡ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଶେଷ ଦଳ ହୋଇଛି । 

ଭାରତ ଆୟୋଜକ ଦେଶ ଥିବାକୁ ତାକୁ ଡାଇରେକ୍ଟ ଏଣ୍ଟ୍ରି ମିଳିଛି । ଅନ୍ୟ ୫ ଦଳ ମହିଳା ଚାମ୍ପିଅନସିପ ଜରିଆରେ ବିଶ୍ବକପ ଟିକେଟ ହାସଲ କରିଛନ୍ତି । ଏହି ୫ ଦଳରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ରହିଛି । ମହିଳା ଚାମ୍ପିଅନ୍ସସିପରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡର ପଏଣ୍ଟ ସମାନ ରହିଛି । ମାତ୍ର ଅଧିକ ମ୍ୟାଚ ଜିତିଥିବାକୁ ନ୍ୟୁଜିଲାଣ୍ଡର ସିଧାସଳଖ ଏଣ୍ଟ୍ରି ହୋଇଛି । ସେହିପରି ଅଷ୍ଟ୍ରେଲିଆ ୩୯ପଏଣ୍ଟ ସହିତ ଚମ୍ପିଆନସିପ ଜିତିଛି । ଭାରତ ୩୭ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ୩୨, ଦକ୍ଷିଣ ଆଫ୍ରିକା ୨୫, ଶ୍ରୀଲଙ୍କା ୨୨ ଓ ନ୍ଯୁଜିଲାଣ୍ଡ ୨୧ ପଏଣ୍ଟ ସହ ବିଶ୍ବାକପ ପାଇଁ ଡାଇରେକ୍ଟ କ୍ବାଲିଫାଏ କରିଛି ।

ଏହା ବି ପଢନ୍ତୁ...ଭାରତ- ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଆଉ ଏକ ବିଜୟ ଲକ୍ଷ୍ୟରେ ସୂର୍ଯ୍ୟ ସେନା, ସ୍ପିନରଙ୍କ ପାଇଁ ଉପାୟ ଖୋଜୁଛି ବଟଲର ବାହିନୀ

ବାକି ୨ଟି ଦଳ ରହିଛନ୍ତି ଯିଏ ବିଶ୍ବକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ବାଂଲାଦେଶ, ୱେଷ୍ଟଇଣ୍ଡିଜ, ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରୁ ୨ଟି ଦଳ ଯୋଗ୍ୟତା ହାସଲ କରିବାକୁ ଲଢେଇ କରିବେ । ସ୍କଟଲାଣ୍ଡ ଓ ଥାଇଲାଣ୍ଡ ସହ ମ୍ୟାଚ ଖେଳିବା ପରେ ଯିଏ ଅଧିକ ପଏଣ୍ଟ ହାସଲ କରିବ ସେ ଟିକେଟ ହାତେଇବ । ମହିଳା ବିଶ୍ବକପର ୧୩ତମ ସଂସ୍କରଣ ଭାରତରେ ଆୟୋଜିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.