PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ତେନ୍ଦୁଲକରଙ୍କ ମାଷ୍ଟର ଷ୍ଟ୍ରୋକ୍; ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ୨ୟ ଥର ଚାମ୍ପିୟନ ହେଲା ଇଣ୍ଡିଆ ଲିଜେଣ୍ଡସ୍

ନୂଆଦିଲ୍ଲୀ ୦୨/ ୧୦: ରୋଡ୍‌ ସେଫ୍ଟି ଓ୍ବାର୍ଲଡ୍‌ ସିରିଜରେ ଇଣ୍ଡିଆ ଲିଜେଣ୍ଡସ୍‌ ଦ୍ବିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ତିଲକରତ୍ନେ ଦିଲସାନଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କା ଲିଜେଣ୍ଡସକୁ ୩୩ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଭାରତ ଲିଜେଣ୍ଡସ୍‌ । ଅବଶ୍ୟ ପଡିଆ ମଧ୍ୟରେ କିଛି ଜଲଓ୍ବା ଦେଖାଇନଥିଲେ ତେନ୍ଦୁଲକର କିନ୍ତୁ ଡଗଆଉଟ୍‌ରେ ବସି ଦଳକୁ ବିଜୟ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ପ୍ରଥମେ ବ୍ୟାଟିଂକରି ନମନ ଓଝା ଧମାକାଦାର ଶତକ ବଳରେ ନିର୍ଦ୍ଧାରିତ ଓଭରରେ ୧୯୫ ରନ ସଂଗ୍ରହ କରିଥିଲା ଇଣ୍ଡିଆ ଲିଜେଣ୍ଡସ୍‌ । ୧୯୭ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାତ୍ର ୧୬୨ ରନରେ ହିଁ ସୀମିତ ରହିଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ ଲିଜେଣ୍ଡସ୍‌ । ଅଧିନାୟତ ସଚିନ ତେନ୍ଦୁଲକର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ସୁରେଶ ରୈନା ମଧ୍ୟ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ଓପନର ନମନ ଓଝା ମାତ୍ର ୭୧ ବଲରୁ ୧୫ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୦୮ ରନ କରି ଅପରାଜିତ ଥିଲେ । ସେହିଭଳି ବିନୟ କୁମାର ୩୬ରନ, ଯୁବରାଜ ସିଂହ ୧୯ରନ, ଇରଫାନ ପଠାନ ୧୧ରନ, ୟୁସୁଫ୍‌ ପଠାନ ୦ ରନ କରି ଆଉଟ ହୋଇଥିଲେ । ଷ୍ଟୁଆର୍ଟ ବିନ୍ନି ୮ରନ କରି ଅପରାଜିତ ଥିଲେ । କିନ୍ତୁ ବ୍ୟାଟିଂ ଅର୍ଡରରେ ମାଷ୍ଟର ଷ୍ଟ୍ରୋକ୍‌ ଦେଇଥିଲେ ତେନ୍ଦୁଲକର । ଗୋଟିଏ ପଟେ ଓ୍ବିକେଟ ପଡିଚାଲିଥିବା ବେଳେ ଅନ୍ୟପଟେ ଜଣେ ପରେ ଜଣେ ଲିଜେଣ୍ଡ ପ୍ୟାଭିଲିୟନ ଫେରୁଥିଲେ । ତେଣୁ ପାଓ୍ବାର ହିଟିଂ ପାଇଁ ବିନୟ କୁମାରଙ୍କୁ ଉପରେ ବ୍ୟାଟିଂ ପାଇଁ ଛାଡିଥିଲେ ତେନ୍ଦୁଲକର ଯାହାକି ସଫଳ ସାବ୍ୟସ୍ତ ହୋଇଥିଲା । ମାତ୍ର ୨୧ ବଲରୁ ୩୬ରନର ବିସ୍ଫୋରକ ଇନିଂସ ଖେଳିଥିଲେ ବିନୟ କୁମାର ।

୧୯୬ରନର ଟାର୍ଗେଟ୍‌ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଲିଜେଣ୍ଡସ୍‌ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଓପନର ଦିଲସାନ ମୁନାଓ୍ବେରା ମାତ୍ର ୮ରନ କରି ଆଉଟ ହୋଇଥିବା ବେଳେ ସନତ୍‌ ଜୟସୁରିୟା ୫ରନ କରିବାକୁ ସକ୍ଷମ ହୋଇଥିଲେ । ସେହିଭଳି ଅଧିନାୟକ ତିଲକରତ୍ନେ ଦିଲସାନ ୧୧ରନ, ଉପୁଲ ଥରଙ୍ଗା ୧୦, ଗୁଣରତ୍ନେ ୧୯, ଜୀବନ ମେଣ୍ଡିସ ୨୦ରନ, ଇଶାନ ଜୟରତ୍ନେ ୫୧ରନ, ମାହେଲା ଉଡାଓ୍ବତେ ୨୬, ଇଶୁରୁ ଉଡାନା ୦, ଧାମିକା ପ୍ରସାନ ୦ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ବିନୟ କୁମାର ଚମତ୍କାର ବୋଲିଂକରି ୨୭ରନ ୩୮ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ଅଭିମନ୍ୟୁ ମିଥୁନ ୨ଟି, ରାଜେଶ ପାଓ୍ବାର ଷ୍ଟୁଆର୍ଟ ବିନ୍ନି, ରାହୁଲ ଶର୍ମା ଏବଂ ୟୁସୁଫ ପଠାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।