ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତର ଟାର୍ଗେଟ୍‌ ଆଇଏସ୍‌ଆଇ ସେଣ୍ଟର ! ପାକ୍ କୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପ କଲେ ହୋଇପାରେ ଏୟାର ଷ୍ଟ୍ରାଇକ୍‌

Published By : Prameya | May 9, 2025 10:46 AM

ନୂଆଦିଲ୍ଲୀ ୦୯/୦୫: ଭାରତର ଅପରେସନ୍‌ ସିନ୍ଦୂରକୁ ପାକିସ୍ତାନରେ  ‘ଗେମ୍‌ଚେଞ୍ଜର୍‌ ଆକ୍ସନ୍‌’ ରୂପେ  ଦେଖାଯାଉଛି । ଏହି ସୈନ୍ୟ କାର୍ଯ୍ୟାନୁଷ୍ଠାନରେ  ଲସ୍କର-ଇ-ତାଇବା, ଜୈସ-ଇ-ମହମ୍ମଦ  ଓ ହିଜବୁଲ ମୁଜାହିଦ୍ଦିନ ଭଳି କୁଖ୍ୟାତ  ଆତଙ୍କୀ ସଂଗଠନର ଠିକଣାଗୁଡ଼ିକୁ ନଷ୍ଟ କରାଯାଇଛି । ଏବେ ପାକିସ୍ତାନର ଲାହୋର,  କରାଚୀ ଓ ରାୱଲପିଣ୍ଡି ଭଳି ସହର  ମଧ୍ୟ ଭାରତର ଟାର୍ଗେଟ୍‌ରେ । ଚର୍ଚ୍ଚା  ହେଉଛି, ଅପରେସନ୍‌ ସିନ୍ଦୂରରେ ଭାରତ ପାକିସ୍ତାନୀ ସେନା ମୁଖ୍ୟାଳୟ, ଅର୍ଥାତ୍‌ ରାୱଲପିଣ୍ଡି ସ୍ଥିତ ଜେନେରାଲ  ହେଡ୍‌କ୍ୱାର୍ଟର୍‌ (ଜିଏଚ୍‌କ୍ୟୁ) ଅର୍ଥାତ୍‌ ସେନା ମୁଖ୍ୟ ଜେନେରାଲ  ଆସିମ ମୁନୀରଙ୍କ  ପ୍ରଶାସନିକ  କେନ୍ଦ୍ରକୁ ଟାର୍ଗେଟ୍‌  କରିଛି । ତେବେ ଭାରତ  ସରକାର ଏ ନେଇ ଔପଚାରିକ ଘୋଷଣା କରିନାହାନ୍ତି । 

କିନ୍ତୁ ସୂତ୍ର  ଅନୁସାରେ, ପାକିସ୍ତାନ ତରଫରୁ ଭାରତ ଉପରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପ ହେଲେ, ଭାରତର ପରବର୍ତ୍ତୀ ଷ୍ଟ୍ରାଇକ୍‌ ସେନାର କମାଣ୍ଡ ମୁଖ୍ୟାଳୟ ବା ଆଇଏସ୍‌ଆଇ ସେଣ୍ଟର୍‌  ଉପରେ ହୋଇପାରେ । ବିଶ୍ଳେଷକଙ୍କ ଅନୁସାରେ,  ପାକିସ୍ତାନ ଯେପର୍ଯ୍ୟନ୍ତ ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ରଣନୀତିକ ବୈଷୟିକ ସମର୍ଥନ ଦେଉଥିବ, ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ଜାରି  ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.