ନୂଆଦିଲ୍ଲୀ ୦୯/୦୫: ଭାରତର ଅପରେସନ୍‌ ସିନ୍ଦୂରକୁ ପାକିସ୍ତାନରେ  ‘ଗେମ୍‌ଚେଞ୍ଜର୍‌ ଆକ୍ସନ୍‌’ ରୂପେ  ଦେଖାଯାଉଛି । ଏହି ସୈନ୍ୟ କାର୍ଯ୍ୟାନୁଷ୍ଠାନରେ  ଲସ୍କର-ଇ-ତାଇବା, ଜୈସ-ଇ-ମହମ୍ମଦ  ଓ ହିଜବୁଲ ମୁଜାହିଦ୍ଦିନ ଭଳି କୁଖ୍ୟାତ  ଆତଙ୍କୀ ସଂଗଠନର ଠିକଣାଗୁଡ଼ିକୁ ନଷ୍ଟ କରାଯାଇଛି । ଏବେ ପାକିସ୍ତାନର ଲାହୋର,  କରାଚୀ ଓ ରାୱଲପିଣ୍ଡି ଭଳି ସହର  ମଧ୍ୟ ଭାରତର ଟାର୍ଗେଟ୍‌ରେ । ଚର୍ଚ୍ଚା  ହେଉଛି, ଅପରେସନ୍‌ ସିନ୍ଦୂରରେ ଭାରତ ପାକିସ୍ତାନୀ ସେନା ମୁଖ୍ୟାଳୟ, ଅର୍ଥାତ୍‌ ରାୱଲପିଣ୍ଡି ସ୍ଥିତ ଜେନେରାଲ  ହେଡ୍‌କ୍ୱାର୍ଟର୍‌ (ଜିଏଚ୍‌କ୍ୟୁ) ଅର୍ଥାତ୍‌ ସେନା ମୁଖ୍ୟ ଜେନେରାଲ  ଆସିମ ମୁନୀରଙ୍କ  ପ୍ରଶାସନିକ  କେନ୍ଦ୍ରକୁ ଟାର୍ଗେଟ୍‌  କରିଛି । ତେବେ ଭାରତ  ସରକାର ଏ ନେଇ ଔପଚାରିକ ଘୋଷଣା କରିନାହାନ୍ତି । 

କିନ୍ତୁ ସୂତ୍ର  ଅନୁସାରେ, ପାକିସ୍ତାନ ତରଫରୁ ଭାରତ ଉପରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପ ହେଲେ, ଭାରତର ପରବର୍ତ୍ତୀ ଷ୍ଟ୍ରାଇକ୍‌ ସେନାର କମାଣ୍ଡ ମୁଖ୍ୟାଳୟ ବା ଆଇଏସ୍‌ଆଇ ସେଣ୍ଟର୍‌  ଉପରେ ହୋଇପାରେ । ବିଶ୍ଳେଷକଙ୍କ ଅନୁସାରେ,  ପାକିସ୍ତାନ ଯେପର୍ଯ୍ୟନ୍ତ ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ରଣନୀତିକ ବୈଷୟିକ ସମର୍ଥନ ଦେଉଥିବ, ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ଜାରି  ରହିବ ।