ଭାରତକୁ ମିଳିପାରେ ଏହି ଘାତକ ଅସ୍ତ୍ର , ରୁଷ୍ କହିଲା – ଇଣ୍ଡିଆ ଆମର ପ୍ରଥମ ପସନ୍ଦ …

ନୂଆଦିଲ୍ଲୀ – ରୁଷ୍ ସେନା ପାଖରେ ଦୁନିଆର ସର୍ବଶ୍ରେଷ୍ଠ ଏୟାର ଡିଫେନ୍ସ ସିଷ୍ଟମ S-500 Prometey ରହିଛି। ଏହା ଏକ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ, ଯାହା ଶତ୍ରୁର ବହୁ ଦୂରଗାମୀ ବିମାନ , ଜେଟ୍ସ ଓ ମିସାଇଲ ଗୁଡ଼ିକରୁ ସୁରକ୍ଷା ପ୍ରଦାନ କରିଥାଏ । ଭାରତ ପାଖେ ଏହାର ପୁରୁଣା ଭର୍ସନ ଏସ୍-୪୦୦ ଅଛି। ଯାହାକୁ ଦିଲ୍ଲୀ ଓ ମୁମ୍ୱାଇରେ ମୁତୟନ କରାଯାଇଛି। କିନ୍ତୁ ଏସ୍-୫୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ରୁଷୀୟ ଉପ-ପ୍ରଧାନମନ୍ତ୍ରୀ ୟୁରି ବୋରିସୋଭ ୨ବର୍ଷ ପୂର୍ବେ କହିଥିଲେ କି ଯଦି ଆବଶ୍ୟକ ପଡ଼େ ତ ଆମେ ଭାରତ ଭଳି ଗ୍ରାହକଙ୍କ ପାଇଁ ଏହି ମିସାଇଲ ସିଷ୍ଟମର ଏକ୍ସପୋର୍ଟ ଭର୍ସନ ବି ତିଆରି କରିବୁ।

ୟୁରୋ ବୋରିସୋଭ କହିଥିଲେ ହୋଇପାରେ କି ଏହି ମିସାଇଲ ସିଷ୍ଟମର ପ୍ରଥମ କ୍ରେତା ଭାରତ ହିଁ ହେବ । ଭାରତକୁ ଏସ-୪୦୦ ଇଣ୍ଟରସେପ୍ଟର ମିସାଇଲ ସିଷ୍ଟମର ୩ୟ ସ୍କ୍ୱାଡ୍ରନ ଚଳିତ ମାସର ଶେଷ ଆଡ଼କୁ ବା ଆସନ୍ତା ମାସର ପ୍ରାରମ୍ଭରେ ମିଳିବାର ସମ୍ଭାବନା ରହିଛି। ଏହି ମିସାଇଲର ଅଧିକାଂଶ ରେଞ୍ଜ ୪୮୬ କିଲୋମିଟର । ହେଲେ ଏସ-୫୦୦ମିସାଇଲର ରେଞ୍ଜ ୬୦୦ କିଲୋମିଟର ରହିଛି । ଏହି ରେଞ୍ଜରେ ଆସୁଥିବା ବାଲିଷ୍ଟିକ ମିସାଇଲ , ଅୱାକ୍ସ ଏୟାରକ୍ରାଫ୍ଟ ଏୟାରବର୍ନ ଟ୍ୟାଙ୍କର ଓ ଜେମର୍ସକୁ ଏହା ପ୍ରତିହତ କରି ଖସାଇ ପାରିବ।
India will be the priority customer for S500: Russiahttps://t.co/4uMehYHzqL@IAF_MCC pic.twitter.com/iJKCjTKgE7
— idrw (@idrwalerts) January 23, 2023
ଯଦି ଭାରତ ଏସ-୫୦୦ ପ୍ରୋମିତେ ଏୟାର ଡିଫେନ୍ସ ସିଷ୍ଟମ କିଣେ ତ ଏହାର ଏସ-୪୦୦ ମିସାଇଲ ସିଷ୍ଟମର ଶକ୍ତି ଓ ଦେଶର ସୁରକ୍ଷା ଆହୁରି ବଢ଼ିଯିବ। କିନ୍ତୁ ଏହା ପୂର୍ବରୁ ଆମେ ଏହା ଜାଣିବା ଜରୁରୀ କି ଏସ-୪୦୦ର ତୁଳନାରେ ଏସ-୫୦୦ କେତେ ଶକ୍ତିଶାଳୀ ଓ ଘାତକ । ଏସ-୫୦୦ ମିସାଇଲ ସିଷ୍ଟମର ଉତ୍ପାଦନ ୨୦୨୧ରୁ ଜାରି ରହିଛି । ଏହି ବର୍ଷରୁ ରୁଷ୍ ସେନା ଏହାର ବ୍ୟବହାର ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସୁଦ୍ଧା ରୁଷ୍ ଏହାର ୩୦ଟି ସିଷ୍ଟମ ତିଆରି କରିଛି।