ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ପରିବର୍ତ୍ତନ କଲା ଚୀନ୍, ଭାରତ କହିଲା ‘ଏହା ଆମର ଥିଲା, ରହିଛି, ରହିବ...

Published By : Prameya | May 14, 2025 11:01 AM

ନୂଆଦିଲ୍ଲୀ: ଚୀନ୍ ପୁଣି ଥରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ଚେଷ୍ଟା କରିଛି। ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଏହା ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ପରିବର୍ତ୍ତନ କରିଛି। ଭାରତ ଏହି ପ୍ରସଙ୍ଗରେ ଚୀନକୁ ଉଚିତ ଜବାବ ଦେଇଛି। ବୁଧବାର ଦିନ ଭାରତ ଚୀନର ହୀନ ପ୍ରୟାସକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି ଏବଂ କହିଛି ଯେ ଏପରି ହୀନ ପ୍ରୟାସ ଏହି ସତ୍ୟକୁ ପରିବର୍ତ୍ତନ କରିବ ନାହିଁ।

ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଭାରତ ଚୀନକୁ ଏକ କଡ଼ା ବାର୍ତ୍ତା ଦେଇଛି ଏବଂ କହିଛି କି,"ସତ୍ୟ କେବେ ପରିବର୍ତ୍ତନ ହୋଇପାରିବ ନାହିଁ।"ଏହି ରାଜ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ।" ଅରୁଣାଚଳ ପ୍ରଦେଶର କିଛି ସ୍ଥାନ ପାଇଁ ଚୀନ୍ ଦ୍ୱାରା ଏହାର ନାମ ଘୋଷଣା ଉପରେ ଭାରତ ଏଭଳି ପ୍ରତିକ୍ରିୟା ଦେଇଛି। ସେପଟେ ଚୀନ୍ ଦାବି କରୁଛି ଯେ, ଅରୁଣାଚଳ ପ୍ରଦେଶ ତିବ୍ଦତର ଦକ୍ଷିଣ ଅଂଶ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି କି, "ଆମେ ଦେଖିଛୁ ଯେ ଚୀନ୍ ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ସ୍ଥାନ ଗୁଡ଼ିକର ନାମ ପରିବର୍ତ୍ତନ କରିବା ପାଇଁ ଏକ ହୀନ ପ୍ରୟାସ କରିଛି। ସେ କହିଛନ୍ତି, "ଆମର ନୀତିଗତ ଦୃଷ୍ଟିକୋଣ ଅନୁଯାୟୀ ଆମେ ଏପରି ପ୍ରୟାସକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ।"

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.