PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭାରତର ଘାତକ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ, ରୋହିତ ବାହିନୀକୁ ଟାର୍ଗେଟ୍‌ ମାତ୍ର ୧୦୭

ଥିରୁଓ୍ବନନ୍ତପୁରମ ୨୮/ ୦୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ସଂଗ୍ରହ କରିଛି ମାତ୍ର ୧୦୬ ରନ । ପ୍ରଥମରୁ ହିଁ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ଆଗରେ ଫିକା ପଡିଯାଇଛି ଦକ୍ଷିଣ ଆଫିକାର ବ୍ୟାଟିଂ ଲାଇନ୍‌ ଅପ୍‌ । ଫଳରେ ଭାରତକୁ ସହଜ ୧୦୭ରନର ବିଜୟଲକ୍ଷ୍ୟ ମିଳିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର୍‌ କ୍ବିଣ୍ଟନ୍‌ ଡି’ କକ୍‌ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ଏବଂ ରିଲେ ରୋଷୋ ଖାତା ମଧ୍ୟ ଖୋଲିପାରିନାହାନ୍ତି । ଏଡେନ୍‌ ମାର୍କରମ୍‌ କ୍ରିଜ୍‌ରେ ଜମିରହି ୨୫ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିଭଳି ଡେଭିଡ୍‌ ମିଲର, ଟ୍ରିଷ୍ଟନ୍‌ ଷ୍ଟବସ୍‌ ମଧ୍ୟ ଖାତା ଖୋଲିପାରି ନାହାନ୍ତି । ଶେଷରେ ଓ୍ବେନ୍‌ ପାର୍ନେଲ ୨୪ ରନ ଏବଂ କେଶବ ମହାରାଜ୍‌ ୪୧ ରନ କରି ଆଉଟ ହୋଇଥିଲେ ସୁଦ୍ଧା ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । କାଗିସୋ ରାବାଡା ୭ରନ ଏବଂ ଏନରିଚ୍‌ ନୋର୍କିୟା ୨ ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩୨ ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ଦୀପକ ଚହର ୨୪ ରନ ଦେଇ ଦୁଇଟି, ହର୍ଷଲ ପଟେଲ ୨୬ରନ ଦେଇ ୨ଟି ଅକ୍ଷର ପଟେଲ ୧୬ ରନ ବ୍ୟୟ କରି ଗୋଟିଏ ଓ୍ବିକେଟ ନେଇଛନ୍ତି ।

ସମ୍ବନ୍ଧିତ ଖବର