ନୂଆଦିଲ୍ଲୀ,୦୮/୦୩; ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଶମ ସଂସ୍କରଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଅହମ୍ମଦାବାଦରେ ଟି-ଟ୍ୱେଣ୍ଟି ବିଶ୍ୱକପ ଟାଇଟଲ ଲଢ଼େଇ ହେବ । କିଏ ହେବ ବିଶ୍ୱ ଚାମ୍ପିଅନ ? ଡିଫେଣ୍ଡିଂ ଚାମ୍ପିଅନ ଭାରତ ତୃତୀୟ ଥର ଟାଇଟଲ ଜିତିବ ନା ନ୍ୟୁଜିଲାଣ୍ଡ ପ୍ରଥମ ଥର ବିଶ୍ୱକପ୍ ଟ୍ରଫି ତୋଳି ଧରିବାର ସୁଯୋଗ ପାଇବ ? ଏମିତି କେତେ କଥା ଏବେ କ୍ରିକେଟପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । ତେବେ ଭାରତ ଯେତେ ବି ବିଶ୍ୱକପ ଜିତିଛି ତାହା ରବିବାର ନୁହେଁ ଅନ୍ୟ ବାରରେ । ଆଜି ରବିବାର ବିଶ୍ୱକପ ଫାଇନାଲ ମୁକାବିଲା ଥିବାବେଳେ ଭାରତ ଜିତିବ ନା ନାହିଁ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।

ବିଶ୍ୱକପ ଇତିହାସ ଦେଖିବାକୁ ଗଲେ ଭାରତ ପାଖରେ ମୋଟ୍ ୪ଟି ଟ୍ରଫି ଅଛି । ୧୯୮୩, ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିଥିବାବେଳେ ୨୦୦୭ ଏବଂ ୨୦୨୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ଜିତିଥିଲା । ଏହି ସବୁ ବିଶ୍ୱକପ ଫାଇନାଲ ରବିବାର ନୁହେଁ ଶନିବାର ଏବଂ ସୋମବାର ଖେଳାଯାଇଥିଲା । ଆଉ ୨୦୦୩ ଏବଂ ୨୦୨୩ ବିଶ୍ୱକପ ମ୍ୟାଚ ରବିବାର ଥିଲା ଭାରତର ବିଜୟ ସ୍ୱପ୍ନ ଧୂଳିସାର ହୋଇଥିଲା । ଏଥର ବି ରବିବାର ବିଶ୍ୱକପ ମ୍ୟାଚ ଖେଳାଯାଉଥିବାକୁ ସୋସିଆଲ ମିଡିଆରେ କିଛି ଏମିତି ପ୍ରସାରିତ ହେଉଛି କି ଭାରତ ରବିବାର ବିଶ୍ୱକପ ଜିତିବ ନା ନାହିଁ । ଏହାକୁ ନେଇ ଫ୍ୟାନ୍ସଙ୍କ ମନରେ ଛନକା ବି ପସିଲାଣି ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ମହାସମର; ଜୋରଦାର ହେବ ଲଢ଼େଇ, ନଜର ପକାନ୍ତୁ ବିଶ୍ୱକପରେ ଦୁଇ ଦଳର ପ୍ରଦର୍ଶନ କେମିତି  

ସୁପର ହେବ କି ସନଣ୍ଡେ ? ଭାରତର ସମସ୍ତ ଐତିହାସିକ ବିଶ୍ୱକପ ବିଜୟ ସପ୍ତାହର ଅନ୍ୟ ଦିନଗୁଡିକରେ ହୋଇଛି । ଏଥର ରବିବାର ଫାଇନାଲ ଫାଇଟ୍ ଖେଳାଯିବାକୁ ଥିବାବେଳେ ସୋସିଆଲ ମିଡିଆରେ ଅନ୍ଧବିଶ୍ୱାସ ବସା ବାନ୍ଧିଲାଣି । ଶୁଭ ସାବ୍ୟସ୍ତ ହୋଇଛନ୍ତି ଶନିବାର । କ୍ରିକେଟ ଇତିହାସରେ ଭାରତ ପାଇଁ ଶନିବାର ଶୁଭ ହୋଇଛି । ୧୯୮୩ ଦିନିକିଆ ବିଶ୍ୱକପ ଭାରତର ପ୍ରଥମ ଟାଇଟଲ ଥିଲା । ଲର୍ଡସରେ ଜୁନି ୨୫ ତାରିଖ ସୋମବାର ପଡିଥିଲା । ଭାରତ ବିଜୟୀ ହୋଇଥିଲା । ସେହିପରି ୨୦୧୧ ଦିନିକିଆ ବିଶ୍ୱକପ ୱାଙ୍ଖେଡରେ ଖେଳାଯାଇଥିଲା । ତାହା ଏପ୍ରିଲ ୨  ତାରିଖରେ ଖେଳାଯାଇଥିଲା । ଏବଂ ତାହା ଶନିବାର ପଡିଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଥର ବିଶ୍ୱକପ ଫାଇନାଲ ଟ୍ରଫି ଜିତିଥିଲା । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ବାରବାଡୋସରେ ଶନିବାର ଖେଳାଯାଇଥିଲା । ଦ.ଆଫ୍ରିକାକୁ ହରାଇ ବିଶ୍ୱକପ ରୋହିତଙ୍କ ନେତୃତ୍ୱରେ ଜିତିଥିଲା ଭାରତ । ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ପାକିସ୍ତାନ ବିପକ୍ଷରେ ଜିତିଥିଲା ଭାରତ । ଯାହା ସେପ୍ଟେମ୍ବର ୨୪ ସୋମବାର ଖେଳାଯାଇଥିଲା । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ରବିବାର ଖେଳାଯାଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ହାରିଥିଲା ଭାରତ । ୨୦୨୫ ଚାମ୍ପିଆନ୍ସ ଟ୍ରଫି ରବିବାର ଖେଳାଯାଇଥିଲା ଯାହାକୁ ଭାରତ ଜିତିଥିଲା । କିନ୍ତୁ ରବିବାର କେବେ ବିଶ୍ୱକପ ଜିତିନାହିଁ ଇଣ୍ଡିଆ । ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ରବିବାର ଖେଳାଯାଉଛି । କମ ଭାରତ ପାଇଁ ସୁପର ହେବ କି ସନଣ୍ଡେ ?  ତାହା ଏବେ ପ୍ରଶ୍ନ ।