ବେଜିଂ – ନିକଟରେ ଖବର ଆସିଥିଲା ଯେ, ଚୀନ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ରପୂର୍ଣ୍ଣ ଏକ ବଡ଼ କାର୍ଗୋ ବିମାନ ପଠାଇ ଥିଲା। ଏହି ଖବର ସେତେବେଳେ ଆସିଥିଲା ଯେତେବେଳେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂର ଚାଲି ଥିଲା। ଏବେ ଚାଇନା ସେନା ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛି। ଚାଇନା ସେନା କହିଛି ଯେ, ଏହି ଖବର ଗୁଜବ। ସେ ଏହା ମଧ୍ୟ କହିଛି ଯେ ,ଯେଉଁ ଲୋକ ଏହି ଗୁଜବ ପ୍ରଚାର କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ୍ରେ ଏକ ବୟାନ ଜାରି କରାଯାଇଛି। ଏଥିରେ ବାୟୁସେନା ସ୍ପଷ୍ଟ କରିଛି ଯେ, ଏମିତି କୌଣସି ମିଶନ ହୋଇ ନାହିଁ। କିଛି ଲୋକ ଇଣ୍ଟରନେଟ୍ରେ କହୁଥିଲେ ଯେ, ଚୀନର ୱାଇ-୨୦ ବିମାନ ପାକିସ୍ତାନକୁ ରିଲିଫ୍ ସାମଗ୍ରୀ ପହଞ୍ଚାଉଛି, ଯାହାକି ଭୁଲ କାର୍ଯ୍ୟ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଇଣ୍ଟରନେଟ୍ ଆଇନ ଠାରୁ ଉପରେ ନୁହେଁ ! ଯେଉଁ ଲୋକ ସେନା ମାମଲା ସଂପର୍କିତ ଗୁଜବ ପ୍ରସାର କରିବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହା ପୂର୍ବରୁ ପାକିସ୍ତାନ ଏହା ମଧ୍ୟ କହିଥିଲା ଯେ, ସେ ଭାରତର ଅପରେସନ ସିନ୍ଦୂର ବିରୋଧରେ ଚୀନର ଫାଇଟର ଜେଟ୍ର ବ୍ୟବହାର କରିଥିଲା। ସେତେବେଳେ ବି ଚୀନ ଏହି ଦାବିକୁ ଖାରଜ କରିଦେଇ ଥିଲା। ଚୀନ ଆତଙ୍କବାଦ ବିରୋଧରେ ନିଜର ମତ ରଖି କହିଥିଲା ଯେ, ଚୀନ ସବୁ ପ୍ରକାରର ଆତଙ୍କବାଦର ବିରୋଧ କରିଥାଏ। ଆମେ ଦୁଇ ପକ୍ଷକୁ ଶାନ୍ତି ଓ ସ୍ଥିରତାର ହିତରେ କାମ କରିବାକୁ ଅନୁରୋଧ କରୁଛୁ। ଶାନ୍ତ ରୁହ , ସଂଯମତା ରଖ ଏବଂ ଏମିତି ପଦକ୍ଷେପ ନେବାରୁ ନିବୃତ୍ତ ରୁହ ଯାହା ସ୍ଥିତିକୁ ଆହୁରି ଜଟିଳ କରିଦେବ। ଚୀନର ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ସମର୍ଥନ କରିଥିଲା। ଏହାପରେ ଚୀନ ପକ୍ଷରୁ ପାକିସ୍ତାନର ସାହାଯ୍ୟ କରିବାର ଖବରକୁ ଆହୁରି ଖୋରାକ ଯୋଗାଇଥିଲା।
ପାକିସ୍ତାନର ୮୧ ପ୍ରତିଶତ ଚୀନରୁ ସପ୍ଲାଇ କରାଯାଇଛି – SIPRI
ଏହି ମଧ୍ୟରେ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI)ର ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁସାରେ , ଚୀନ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଦେଉଥିବା ସବୁଠୁ ବଡ଼ ଦେଶ ହୋଇ ପାରିଛି। ୨୦୨୦ରୁ ୨୦୨୪ ମଧ୍ୟରେ ପାକିସ୍ତାନ ଯେତେ ବି ଅସ୍ତ୍ରଶସ୍ତ୍ର କିଣିଛି, ଏଥିରୁ ୮୧ ପ୍ରତିଶତ ଚୀନରୁ ଆସିଥିଲା। କିନ୍ତୁ ଏହା ମଧ୍ୟ ବାସ୍ତବ ଯେ ଭାରତୀୟ ସେନାର ଅପରେସନରେ ପାକିସ୍ତାନ ପାଇଁ ଏହା ଚାଇନା ମାଲ୍ ଅସଫଳ ସାବ୍ୟସ୍ତ ହୋଇଛି, କାହିଁକି ନା ଭାରତୀୟ ସଶସ୍ତ୍ର ସେନା ଜବାବୀ କାର୍ଯ୍ୟାନୁଷ୍ଠାନରେ ଏଥିରୁ ଅଧିକାଂଶକୁ ଧ୍ୱଂସ କରି ଦେଇଛି।
‘ଅପରେସନ ସିନ୍ଦୂର’ ସେତେବେଳେ ଆରମ୍ଭ ହେଲା , ଯେବେ ପହଲଗାମରେ ଆତଙ୍କୀ ହମଲାରେ ୨୫ ଭାରତୀୟ ନାଗରିକ ଓ ଜଣେ ନେପାଳୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଭିତରେ ଅନେକ ସ୍ଥାନରେ ହମଲା କରିଥିଲା। ହମଲାର ଆରମ୍ଭ ୯ ଆତଙ୍କୀ ଠିକଣା ସହ ହୋଇଥିଲା ,କିନ୍ତୁ ଯେବେ ପାକିସ୍ତାନ ଆମର ନାଗରିକ ଓ ସେନା ଠିକଣାକୁ ଟାର୍ଗେଟ୍ କରିବା ଆରମ୍ଭ କଲା ତ ଭାରତର ପାଲଟା ଆକ୍ରମଣରେ ପାକିସ୍ତାନର ଅନେକ ଏୟାରଫୋର୍ସ ବେସ୍ ଓ ଅନ୍ୟ ସେନା ଠିକଣା ଧ୍ୱଂସ ବିଧ୍ୱଂସ ହୋଇ ଯାଇଥିଲା। ସରକାରୀ ବୟାନ ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ସୀମା ପାର ଆତଙ୍କବାଦକୁ ନିପାତ କରିବା ପାଇଁ କରାଯାଇ ଥିଲା। ସିଧା ଶବ୍ଦରେ କହିଲେ , ଭାରତ ପାକିସ୍ତାନରେ ପଶି ଆତଙ୍କୀଙ୍କ ଠିକଣାକୁ ନଷ୍ଟ କରିଦେଇଛି।