ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଶୁଖିବାରେ ଲାଗିଛି ପାକିସ୍ତାନ!ସାଟେଲାଇଟ ଫଟୋ ଦେଖିବାକୁ ମିଳିଲା ଭାରତର ଜଳ ପ୍ରହାର ଦୃଶ୍ୟ

Published By : Anindita Ratha | April 30, 2025 3:12 PM

ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ରଣନୈତିକ ପଦକ୍ଷେପ ନେଇଛି। ଯାହା ପରେ ଭାରତର ବିନା ଆକ୍ରମଣରେ ମଧ୍ୟ ପାକିସ୍ତାନ ଆଣ୍ଠେଇ ଗଲାଣି । ଏହାରି ମଧ୍ୟରେ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ମଧ୍ୟ ଅନ୍ତର୍ଭୁକ୍ତ। ଯାହାର ପ୍ରଭାବ ସାଟେଲାଇଟ୍ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ ସିଆଲକୋଟ ନିକଟରେ ଚେନାବ ନଦୀ ଏବେ ଶୁଖିଯିବାକୁ ବସିଥିବା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି।

ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ, ସିଆଲକୋଟ ନିକଟରେ ଚେନାବ ନଦୀର ପ୍ରବାହ ପ୍ରାୟ ବନ୍ଦ ହୋଇଯାଇଛି। ଯାହା ପାକିସ୍ତାନ ପାଇଁ ବେଶ ଚିନ୍ତାର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ପହଲଗାମ ଆକ୍ରମଣର ଦୋଷୀମାନଙ୍କୁ ସେମାନେ କଳ୍ପନା କରିବାଠାରୁ ମଧ୍ୟ ଖରାପ ଦଣ୍ଡ ଦିଆଯିବ। ଏହି ବୟାନ ପରେ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି ଏବଂ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କେତେ ବିପଦପୂର୍ଣ୍ଣ ହେବ ତାହା ଆକଳନ କରିବା ପାଇଁ ପାକ୍ ଅଧିକାରୀମାନେ ଦିନରାତି ଏକ କରି କାମ କରୁଛନ୍ତି।ଯଦି ସିଆଲକୋଟ ଅଞ୍ଚଳରେ ଚେନାବ ନଦୀ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହା ସେଠାକାର କୃଷି ଏବଂ ସ୍ଥାନୀୟ ଜନସଂଖ୍ୟା ଉପରେ ଗୁରୁତର ପ୍ରଭାବ ପକାଇପାରେ। ଏହା ଦୁଇ ଦେଶ ମଧ୍ୟରେ ପୂର୍ବରୁ ଦୁର୍ବଳ ଥିବା ସମ୍ପର୍କରେ ଆହୁରି ଚାପ ପକାଇବ ବୋଲି ଆଶା କରାଯାଉଛି। 

ସେହିପରି ଅନେକ ପାକିସ୍ତାନୀ ନେତା ପୂର୍ବରୁ କହିସାରିଛନ୍ତି ଯେ ଭାରତ ଦ୍ୱାରା ପାଣି ଅଟକାଇବା ଯୁଦ୍ଧର ଆରମ୍ଭ ଭାବରେ ଦେଖାଯାଇଛି। ତେବେ କେବଳ ରଣନୈତିକ ଦୃଷ୍ଟିରୁ ନୁହେଁ, ଭାରତ ସରକାରଙ୍କ କାର୍ଯ୍ୟରୁ ଏହା ସୂଚିତ ହେଉଛି ଯେ ଏହା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପହଲଗାମ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ସହ ଅନେକ ପର୍ଯ୍ୟାୟ ବୈଠକ କରିଛନ୍ତି। ଏଥିସହ ସହ ମୋଦି ଭାରତୀୟ ସେନାଙ୍କୁ ଅନୁମତି ଦେଇଛନ୍ତି ଯେ,  ଭାରତୀୟ ସେନା ଭାରତ ସରକାରଙ୍କ ଅନୁମତି ବିନା ତୁରନ୍ତ ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରିବ। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.