PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

‘ଜି-୨୦ ସମିଟ୍‌ରେ ଭାରତର ବୁଝାମଣା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା’: ମୋଦିଙ୍କ ବୟାନକୁ ନେଇ ପ୍ରଶଂସାରେ ଗଦ୍‌ଗଦ୍‌ ଆମେରିକା

ନୂଆଦିଲ୍ଲୀ ୧୯/ ୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଗଦଗଦ ଆମେରିକା । ନିକଟରେ ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି-୨୦ ସମିଟ୍‌ରେ ମୋଦିଙ୍କ ବକ୍ତବ୍ୟକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା । ଜି-୨୦ ବୈଠକରେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା । ଯାହାକୁ କି ଖୁବ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏ ନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ବାଲିରେ ଅନୁଷ୍ଠିତ ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ‘ଆଜିର ବିଶ୍ବ କେବେ ବି ଯୁଦ୍ଧ ପାଇଁ ନୁହେଁ’। ମୋଦିଙ୍କ ଏହି ପଦିଏ କଥାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉତ୍ସାହିତ ହୋଇ ଭାରତର ଖୁବ ପ୍ରଶଂସା କରିଥିଲେ । ହ୍ବାଇଟ୍‌ ହାଉସ୍‌ର ଗଣମାଧ୍ୟମ ସଚିବ କାରିନ୍‌ ଜିନ୍‌ ପିରେ ଶନିବାର ଏଭଳି ବୟାନ ଦେଇଛନ୍ତି ।

ହ୍ବାଇଟ୍‌ ହାଉସ୍‌ ଗଣମାଧ୍ୟମ ଉପଦେଷ୍ଟା କାରିନ୍‌ ଜିନ୍‌ ପିରେ କହିଛନ୍ତି, ବାଲିରେ ଜି-୨୦ ସମିଟ୍‌ ଶେଷ ହେବାପରେ ମଙ୍ଗଳବାର ଆମେରିକା ଫେରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ଡିସେମ୍ବରରୁ ଭାରତ ଜି-୨୦ ସମିଟର ସଭାପତିତ୍ବ ଗ୍ରହଣ କରିବାକୁ ଯାଉଛି । ତେଣୁ ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ଜି-୨୦ ସମିଟ୍ ବିଶ୍ବ ଇତିହାସରେ ଏକତାର ଏକ ମାଇଲଷ୍ଟୋନ୍‌ ହେବ’।

ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ଜି-୨୦ ସମିଟ୍‌କୁ ଆମେରିକା ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିବ । ପରବର୍ତ୍ତୀ ବୈଠକ ପାଇଁ ଆମେ ଏବେ ଠାରୁ ପ୍ରସ୍ତୁତି ଚଳାଉଛୁ ବୋଲି ଜିନ୍‌ ପିରେ କହିଛନ୍ତି ।

ସମ୍ବନ୍ଧିତ ଖବର