- ଭୂମିକମ୍ପ ପରେ ଧ୍ବସ୍ତବିଧ୍ବସ୍ତ ଭେନେଜୁଏଲା
- ସଂକଟ ସମୟରେ ସଂକଟମୋଚକ ସାଜିଛି ଭାରତ.
- ଅପରେସନ ଅମିସ୍ତାଦ ମାଧ୍ୟମରେ ଭାରତ ପଠାଇଲା ୩୦ ଟନ୍ ରିଲିଫ ସାମଗ୍ରୀ
- ଭେନେଜୁଏଲାକୁ ସାହାଯ୍ୟ କରିବାକୁ ପହଞ୍ଚିଲେ ୪୧ ଜଣ ସଦସ୍ୟ ବିଶିଷ୍ଟ ଟିମ୍
ନୂଆଦିଲ୍ଲୀ,୨୮/୦୬: ଭାରତର ମାନବୀୟ ରିଲିଫ୍ ମିଶନ୍ ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ପହଞ୍ଚିଛି। ଏହି ମିଶନ୍ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସହାୟତା କରିବା ପାଇଁ ଏକ ଫିଲ୍ଡ ହସ୍ପିଟାଲ, ଔଷଧ ଏବଂ ଚିକିତ୍ସା ଉପକରଣ ସହିତ ପହଞ୍ଚିଛି। 'ଅପରେସନ୍ ଅମିସ୍ତାଦ' ଅଧୀନରେ ଏହି ସହାୟତା ଭେନେଜୁଏଲାରେ ପହଞ୍ଚାଯାଉଛି। ରିଲିଫ୍ ସାମଗ୍ରୀ ସହିତ, ଭାରତୀୟ ସେନାର ଏକ ଫିଲ୍ଡ ହସ୍ପିଟାଲ ୟୁନିଟ୍, ଔଷଧ ଏବଂ ଚିକିତ୍ସା ଉପକରଣ ମଧ୍ୟ ଭେନେଜୁଏଲାରେ ପହଞ୍ଚିଛି। ଏହି ସହାୟତା ଭୂମିକମ୍ପ ପରେ ଜାରି ରହିଥିବା ରିଲିଫ୍ ଏବଂ ଉଦ୍ଧାର ପ୍ରୟାସକୁ ଆହୁରି ମଜବୁତ କରିବ।
ପ୍ରଭାବିତ ଲୋକଙ୍କ ଚିକିତ୍ସା ଏବଂ ରିଲିଫ୍ କାର୍ଯ୍ୟରେ ଫିଲ୍ଡ ହସ୍ପିଟାଲ ୟୁନିଟ୍ ଏବଂ ଚିକିତ୍ସା ସହାୟତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଭାରତ ବିଶ୍ୱାସ ପ୍ରକାଶ କରିଛି। ସଙ୍କଟ ସମୟରେ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ୍ (HADR) ପ୍ରଦାନ କରିବା ପାଇଁ ଭାରତ ପୁଣି ଥରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭେନେଜୁଏଲାରେ ଭାରତର ସହାୟତା ପହଞ୍ଚିବା ସମ୍ପର୍କରେ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ପୋଷ୍ଟ ସେୟାର କରିଛନ୍ତି।
Indian assistance reaches Venezuela.
— Dr. S. Jaishankar (@DrSJaishankar) June 28, 2026
Confident that the Field Hospital Unit, relief supplies, medicines & medical equipment, will bolster ongoing post-earthquake relief efforts in the country.#OperationAmistad
🇮🇳 🇻🇪 pic.twitter.com/nLBVgPADRl
ଅଧିକ ପଢ଼ନ୍ତୁ: Mann ki baat: ମନ୍ କି ବାତ୍ ରେ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି; 'ସୁନା, ପେଟ୍ରୋଲ ଓ ଡିଜେଲ ସଂରକ୍ଷଣ କରିଛନ୍ତି ଦେଶବାସୀ'
୨୬ ଜୁନ୍ରେ ଉଡ଼ାଣ ଭରିଥିଲା ବିମାନ:
ଏହି ଅଭିଯାନ ଅଧୀନରେ, ଦୁଇଟି ଭାରତୀୟ ବାୟୁସେନା C-17 ଗ୍ଲୋବମାଷ୍ଟର ବିମାନ ୨୬ ଜୁନ୍, ୨୦୨୬ ସକାଳେ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ବିମାନଗୁଡ଼ିକ ମାନବୀୟ ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ୪୧ ଜଣିଆ ଉଦ୍ଧାର ଦଳକୁ ନେଇ ଭେନେଜୁଏଲାରେ ପହଞ୍ଚିଥିଲା। ରିଲିଫ୍ ସାମଗ୍ରୀରେ ଏକ ଆତ୍ମନିର୍ଭରଶୀଳ ଭାରତୀୟ ମେଡିକାଲ୍ ଟାସ୍କ ଫୋର୍ସ, HADR ପ୍ୟାଲେଟ୍, ଔଷଧ ସହିତ ସଜ୍ଜିତ ଏକ ଭାରତୀୟ ସେନା ଫିଲ୍ଡ ହସ୍ପିଟାଲ ୟୁନିଟ୍, ୩୦ ଟନ୍ ରିଲିଫ୍ ସାମଗ୍ରୀ, ୬ ଟନ୍ ଔଷଧ ଏବଂ ଚିକିତ୍ସା ଉପକରଣ ଏବଂ ଦୁଇଟି BHISHM କ୍ୟୁବ ପୋର୍ଟେବଲ୍ ହସ୍ପିଟାଲ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।
ଭେନେଜୁଏଲାରେ ପହଞ୍ଚିଲା ୪୧ ସଦସ୍ୟ ବିଶିଷ୍ଟ ଟିମ୍:
ଏହି ୪୧ ଜଣିଆ ଦଳରେ ଅଭିଜ୍ଞ ଉଦ୍ଧାରକାରୀ କର୍ମଚାରୀ ଏବଂ ବୃତ୍ତିଗତ ଡାକ୍ତର ମଧ୍ୟ ଅଛନ୍ତି। ଏହି ଦଳ ପ୍ରଭାବିତ ଅଞ୍ଚଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ, ଜରୁରୀକାଳୀନ ଚିକିତ୍ସା ସେବା ଏବଂ ମାନବୀୟ ରିଲିଫ୍ ପ୍ରୟାସରେ ଭେନେଜୁଏଲା କର୍ତ୍ତୃପକ୍ଷଙ୍କ ସହିତ କାମ କରିବ। ଏହି କଷ୍ଟକର ସମୟରେ, ଭାରତ ଭେନେଜୁଏଲା ସରକାର ଏବଂ ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି। ଭାରତ ସରକାର ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଆଶ୍ୱାସନା ଦେଇଛି ଯେ ଭାରତ ଭେନେଜୁଏଲା ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିବ ଏବଂ ଆବଶ୍ୟକ ହେଲେ ଆହୁରି ସହାୟତା ଯୋଗାଇବାକୁ ପ୍ରସ୍ତୁତ ରହିବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Trump Warns Iran: ଆମେରିକା ଓ ଇରାନ ମଧ୍ୟରେ ପୁଣି ବଢ଼ିଲା ତିକ୍ତତା; ଟ୍ରମ୍ପଙ୍କ କଡ଼ା ଚେତାବନୀ, ଇରାନର ଅସ୍ତିତ୍ୱ ଶେଷ ହୋଇଯିବ