WTC ଫାଇନାଲ୍: ରବି ଶାସ୍ତ୍ରୀଙ୍କ ମତ, ଅଶ୍ୱିନ ଓ ଜାଡେଜାଙ୍କୁ ଏକାଦଶରେ ସ୍ଥାନ ମିଳୁ..

timesofindia.com
ମୁମ୍ବାଇ,୨୫/୦୫: ଆଇପିଏଲ୍ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ଏହା ପୂର୍ବରୁ ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍(ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଆଲୋଚନା ଆରମ୍ଭ ହୋଇଯାଇଛି । ଜୁନ ୭ରୁ ଓଭାଲ ଗ୍ରାଉଣ୍ଡ୍ରେ ଆରମ୍ଭ ହେବ ଡବ୍ଲ୍ୟୁଟିସି ଫାଇନାଲ୍ ମୁକାବିଲା । ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ମତରେ ଭାରତ ଉଭୟ ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କୁ ଏକାଦଶରେ ସାମିଲ କରିବା ଆବଶ୍ୟକ ।
ସେ କହିଛନ୍ତି, ଗତ ଇଂଲଣ୍ଡ ଗସ୍ତ ସମୟରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିଲା । କାରଣ ସେତେବେଳେ ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସର୍ଦୁଲ ଠାକୁର ପେସ୍ ବିଭାଗ ସମ୍ଭାଳୁଥିଲେ । ବର୍ତ୍ତମାବ ବୁମରା ନାହାନ୍ତି । ମାତ୍ର ଫର୍ମ ଓ ପ୍ରଦର୍ଶନକୁ ଆଖିରେ ରଖି ଶ୍ରେଷ୍ଠ ଏକାଦଶ ଚୟନ ହେବା ଦରକାର । ପେସ୍ ବୋଲରମାନେ ସମ୍ପ୍ରତି ଆଇପିଏଲ୍ ଖେଳି କ୍ଳାନ୍ତ ଅଛନ୍ତି । ଇଂଲଣ୍ଡ ଜଳବାୟୁରେ ଖେଳିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ହେବ । ଫାଇନାଲ୍ରେ ପେସ୍ ବୋଲରଙ୍କ ଅଭାବ ହୋଇପାରେ । ତେଣୁ ୨ଜଣ ସ୍ପିନରଙ୍କୁ ନେଇ ଖେଳିବା ସଠିକ ନିଷ୍ପତ୍ତି ହେବ । ଉଭୟ ଅଶ୍ୱିନ ଓ ଜାଡେଜା ବିଶ୍ୱର ଶ୍ରେଷ୍ଠ ସ୍ପିନର । ଓଭାଲ ପିଚ୍ ସ୍ପିନରଙ୍କୁ ସହାୟତା କରିବାର ରେକର୍ଡ ରହିଛି । ଜୁନ୍ରେ ଇଂଲଣ୍ଡର ଜଳବାୟୁରେ ପରିବର୍ତ୍ତନ ଘଟିବ । ତଥାପି ଭାରତ ୨ପେସ୍ ବୋଲର, ୨ସ୍ପିନର ଓ ଜଣେ ଅଲ୍ରାଉଣ୍ଡର ନେଇ ଖେଲିବା ଶ୍ରେୟସ୍କର ହେବ ।