ନୂଆଦିଲ୍ଲୀ,୧୯/୦୫: ଆଇପିଏଲ ସରିବା ପରେ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ପାଇଁ ଆଜି (ମଙ୍ଗଳବାର) ଭାରତୀୟ ଦଳ ଚୟନ କରାଯିବ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇ ଚୟନ କମିଟି ଟିମ୍ ଇଣ୍ଡିଆ ଘୋଷଣା କରିବେ । ଏଥର ଚୟନ ବୈଠକ ଏକ ସାଧାରଣ ଔପଚାରିକତାଠାରୁ କମ୍ ହେବ ନାହାଁ । ଅନେକ ବଡ଼ ବଡ଼ ନାମ ବାଜିରେ ଲାଗିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ କାର୍ଯ୍ୟଭାର। ଚୟନକର୍ତ୍ତାମାନେ ତାଙ୍କୁ ଟେଷ୍ଟ ଏବଂ ଦିନିକିଆ ଉଭୟରେ ଖେଳାଇବାରୁ ପଛଘୁଞ୍ଚା ଦେଉଛନ୍ତି । ତାଙ୍କର ଶାରୀରିକ ଉପରେ ପଡୁଥିବା ବୋଝ ବଢୁଥିବାରୁ, ବୁମରାଙ୍କୁ ନେଇ "ସିଲେକ୍ସନ ବନାମ ସୁରକ୍ଷା"ର ଏକ ଯୁଦ୍ଧ ଚାଲିଛି । ଅନ୍ୟପଟେ ରୋହିତ ଶର୍ମାଙ୍କ ଫିଟନେସ ଉପରେ ବି ପ୍ରଶ୍ନ ଉଠିଛି । ହ୍ୟାମଷ୍ଟ୍ରିଙ୍ଗ ଆହତ ପରେ ସେ ଲଗାତାର ବାହାରେ ରହିଛନ୍ତି । ସମ୍ପ୍ରତି ଜଣେ ଇମ୍ପାକ୍ଟ ଖେଳାଳି ଭାବରେ ସାମିଲ ହେବା ସ୍ପଷ୍ଟ ସୂଚକ ଯେ, ଚୟନକର୍ତ୍ତାମାନେ କୌଣସି ବିପଦ ନେବାକୁ ଅନିଚ୍ଛୁକ - ଯଦି ସେ ଫିଟ୍ ନୁହଁନ୍ତି, ତେବେ ସେ ଦଳରେ ନାହାନ୍ତି ଭାବି ନେବାକୁ ପଡିବ ।

ODIରେ ୱିକେଟକିପର ପଦବୀ ପାଇଁ ଲଢେଇ- ଦିନିକିଆ ଦଳରେ ୱିକେଟକିପର ସ୍ଥାନରେ ଏବେ ଏକ ଖୋଲା ଲଢ଼େଇ ପାଲଟିଛି । ଈଶାନ କିଷାନ ଏବଂ ସଞ୍ଜୁ ସାମସନ ନିରନ୍ତର ଚାପ ବୃଦ୍ଧି କରୁଥିବାରୁ ରିଷଭ ପନ୍ତଙ୍କ ପାଇଁ ଆଗକୁ ରାସ୍ତା ସହଜ ଦେଖାଯାଉନାହିଁ ।

ରୋହିତଙ୍କ ଅନୁପସ୍ଥିତି କୋହଲିଙ୍କ ଫର୍ମ, ଶକ୍ତି- ଆଇପିଏଲରେ ବିରାଟ କୋହଲିଙ୍କ ପ୍ରଭାବଶାଳୀ ଫର୍ମ ତାଙ୍କୁ ଏକଦିବସୀୟ ଦଳରେ ପ୍ରାୟତଃ "ଅତୁଟ" କରିଛି । ରୋହିତଙ୍କ ଅନିଶ୍ଚିତତା ମଧ୍ୟରେ, କୋହଲି ଦଳର ସବୁଠାରୁ ଶକ୍ତିଶାଳୀ ସଂଯୋଗ ଭାବରେ ଉଭା ହୋଇଛନ୍ତି ।

​​​​​​​ଟେଷ୍ଟ ଦଳରେ ନମ୍ବର ୩ର ପୁରୁଣା ସମସ୍ୟା ଜାରି-  ଟେଷ୍ଟ କ୍ରିକେଟରେ ସବୁଠାରୁ ବଡ଼ ଚିନ୍ତା ହେଉଛି ତୃତୀୟ ନମ୍ବରରେ ଅସ୍ଥିରତା । ଚେତେଶ୍ୱର ପୂଜାରାଙ୍କ ପରେ, ଏହି ସ୍ଥାନ ଖାଲି ରହିଛି। ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଥିଲା, କିନ୍ତୁ ପ୍ରଭାବ ପକାଇପାରିଲେ ନାହିଁ । ଏବେ ଚୟନକର୍ତ୍ତାମାନେ ଦେବଦତ୍ତ ପାଡିକ୍କଲଙ୍କ ଉପରେ ନଜର ରଖିଛନ୍ତି, ଯାହାକୁ ଲମ୍ବା ରେସ୍‌ର ଘୋଡା ଭାବରେ ବିବେଚନା କରାଯାଇପାରିବ । ତାଙ୍କୁ ସୁଯୋଗ ଦିଆଯାଇପାରେ ।

ଘରୋଇ କ୍ରିକେଟରୁ ନବକିଙ୍କ ହୋଇପାରେ ଏଣ୍ଟ୍ରୀ- ଜମ୍ମୁ କାଶ୍ମୀରର ଦ୍ରୁତ ବୋଲର ଆକିବ ନବି ରଣଜୀ ଟ୍ରଫିରେ ୬୦ ୱିକେଟ୍ ନେଇଛନ୍ତି । ତାଙ୍କୁ ଅଣଦେଖା କରିବା ଚୟନକର୍ତ୍ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଆଇପିଏଲରେ ନିଜର ଗତି ଏବଂ ଆକ୍ରମଣାତ୍ମ ପ୍ରଦର୍ଶନ କରି ପ୍ରଭାବିତ କରିଥିବା ରାଜକୁମାର ଯାଦବ ମଧ୍ୟ ଦିନିକିଆ ଦଳରେ ଆଶ୍ଚର୍ଯ୍ୟଜନକ ଏଣ୍ଟ୍ରୀ କରିପାରନ୍ତି ।


ବୋଲିଂ ଆଟାକ୍ ବଦଳିଛି- ଯଦି ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଏ ତେବେ, ଦାୟିତ୍ୱ ସିଧାସଳଖ ମହମ୍ମଦ ସିରାଜଙ୍କ କାନ୍ଧରେ ଆସିବ । ପ୍ରସିଦ୍ଧ କୃଷ୍ଣଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।

​​​​​​​ଏହା ବି ପଢନ୍ତୁ...CSK vs SRH: ହଳଦିଆ ଜର୍ସିରେ ଏମ୍ଏସ୍ ଧୋନି କହିଲେ Thank You, ହାରିବା ପରେ ବି ହୃଦୟ ଜିତିଲା ଚେନ୍ନାଇ    

ହାର୍ଦ୍ଦିକଙ୍କ ଫିଟନେସ୍‌- ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଲଗାତାର ପିଠି ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଆଇପିଏଲରେ ତାଙ୍କର ଅନୁପସ୍ଥିତି ଚୟନକର୍ତ୍ତାଙ୍କ ଚିନ୍ତା ବଢାଇଛି । ତାଙ୍କର ଚୟନ ସମ୍ପୂର୍ଣ୍ଣ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରୁଛି । ଏହି ଚୟନ କମିଟି କେବଳ ଦଳ ବାଛିବା ବିଷୟରେ ନୁହେଁ ବରଂ ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ମୂଳଦୁଆ ସ୍ଥାପନ କରିବାର ଏକ ଯୁଦ୍ଧ ହୋଇଗଲାଣି । ପ୍ରତି ନିଷ୍ପତ୍ତି ଦିଗ ପରିବର୍ତ୍ତନ କରିବ ।