ନୂଆଦିଲ୍ଲୀ,୧୯/୦୫: ଇଣ୍ଡିଆନ ପ୍ରିମିୟଲ ଲିଗ୍ । ମ୍ୟାଚ୍ ନମ୍ବର ୬୩ । ଟିମ୍ ଚେନ୍ନାଇ ବନାମ ସନରାଇଜର୍ସ ହାଇଦ୍ରାବାଦ । ମୈଦାନ ଥିଲା ଚେନ୍ନାର ହୋମ୍ ଗ୍ରାଉଣ୍ଡ ଚେପକ । ସିଜିନରେ ନିଜ ମୈଦାନରେ ଶେଷ ମ୍ୟାଚ ଖେଳୁଥିଲା ସୁପରକିଙ୍ଗସ । ଷ୍ଟାଡିୟମ ହଳଦିଆ ଜର୍ସିମୟ ହୋଇଥିଲା । ଏହି ମ୍ୟାଚରେ ସମସ୍ତଙ୍କ ନଜର ଥିଲା ଥାଲା, କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ । ରାଞ୍ଚିର ମାହି, ଦୁନିଆ ପାଇଁ କ୍ୟାପ୍ଟେନ୍ କୁଲ୍ ଆଉ ଚେନ୍ନାଇ ପାଇଁ 'ଥାଲା' । ତାଙ୍କର ଟିକେ ଝଲକ ଦେଖିବାକୁ ଚାହିଁ ରହିଥିଲେ ଫ୍ୟାନ୍ସ । ଚେପକରେ ମହେନ୍ଦ୍ର ସିଂହ ଉପସ୍ଥିତ ଥିଲେ । କିନ୍ତୁ ଖେଳିବେ କି ନାହିଁ ତାହା ଜଣାନଥିଲା । କାରଣ ସିଜିନରେ ଗୋଟିଏ ବି ମ୍ୟାଚ ସେ ଖେଳିନାହାନ୍ତି । ପୁରା ସିଜନରେ ତାଙ୍କୁ ଖେଳୁଥିବାର ଦେଖିବାକୁ ଖୋଜୁଥିଲେ ଫ୍ୟାନ୍ସ । ହେଲେ ଦର୍ଶନ ମିଳିନଥିଲା ।

ଟସ୍ ପଡିଲା । କ୍ୟାପ୍ଟେନ ଋତୁରାଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନିଅନ୍ତି । ତାଙ୍କୁ ପୂର୍ବ କ୍ରିକେଟର ରବି ଶାସ୍ତ୍ରୀ ପଚାରନ୍ତି ପ୍ଲେଇଂ ଇଲେଭେନରେ ଆଜି ଏମଏସଡି ଅଛନ୍ତି ନା ନାହିଁ ?  ଚେପକ ଉତ୍ତର ଜାଣିବାକୁ ଚାହିଁରହିଥାଏ । ଋତୁରାଜ ବି ଗମ୍ଭୀର ହୋଇଯାନ୍ତି । ସେ ଉତ୍ତର ଦିଅନ୍ତି ହଁ ଏମଏସଡି ଆଜି ଏଠି ଉପସ୍ଥିତ ଅଛନ୍ତି ହେଲେ ସେ ଚୂଡାନ୍ତ ଏକାଦଶରେ ନାହାନ୍ତି । ଏହି ଉତ୍ତର ଚେପକରେ ଥିଲା ଫ୍ୟାନ୍ସ, ଟିଭିରେ ଦେଖୁଥିବା ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା । ମାହିଙ୍କୁ ହଳଦିଆ ଜର୍ସିରେ ଖେଳିବାକୁ ଦେଖିବା ନେଇ ଅପେକ୍ଷା ଅପେକ୍ଷାରେ ରହିଯାଏ । କିନ୍ତୁ ସେ ହଳଦିଆ ଜର୍ସିରେ ଗ୍ରାଉଣ୍ଡକୁ ଆସନ୍ତି । ମ୍ୟାଚ ସରିବା ପରେ ତାଙ୍କ ଫ୍ୟାନ୍ସଙ୍କଠୁ ବିଦାୟ ନେବାକୁ । ତାଙ୍କୁ ଏତେ ଭଲ ପାଇବା ସମର୍ଥନ କରିଥିବା ଧନ୍ୟବାଦ ଦେଇଥିଲେ ମହେନ୍ଦ୍ର ସିଂହ ଧୋନି । ଅନେକ ଲୋକ ଏହି ମୁହୂର୍ତ୍ତକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ । ଏହି ସମୟରେ ସେ ଟିକେ ଭାବୁକ ହୋଇଥିଲେ । ମେ ୧୮ରେ ଏମଏସ୍ ଧୋନି ଅବସର ଘୋଷଣା କରିବା ଚର୍ଚ୍ଚା ଜୋର୍ ଧରିଥିଲା କିନ୍ତୁ ସେ ଅଫିସିଆଲି କିଛି ଘୋଷଣା କରିନାହାନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ଦେଇଛି ।

୧୯ ବର୍ଷ ହେବ ସେ କମାଇଥିବା ଭଲ ପାଇବା,ଲଗାତାର ୭ ନମ୍ବର ଜର୍ସି ପିନ୍ଧି ଖେଳିଛନ୍ତି । ଗତକାଲି ଚେପକରେ ଚେନ୍ନାଇ ସୁପରକିଙ୍ଗସ୍ ଫ୍ୟାନ୍ସ ଥାଲାଙ୍କ ଦର୍ଶନ ପାଇଁ ଆସିଥିଲେ। ଶେଷରେ ଗ୍ରାଉଣ୍ଡରେ ମାହିଙ୍କୁ ହଳଦିଆ ଜର୍ସିରେ ଦେଖିଥିଲେ । ସିଜିନରେ ଶେଷ ହୋମଗ୍ରାଉଣ୍ଡରେ ଥାଲାଙ୍କ ଦର୍ଶନ ପାଇଥିଲେ ଦର୍ଶକ । ଏହା ବହୁତ ସ୍ପେସାଲ ଥିଲା ଯାହାକୁ କେବଳ ଅନୁଭବ କରିହେବ । ସେହି କଭରେଜକୁ ଯିଏ ଦେଖିଛି ବିଶେଷ କରି ଧୋନିଙ୍କ ଫ୍ୟାନ୍ସଙ୍କ କଥା ଯଦି ଆମେ କହିବା ତେବେ ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଥିଲା । ଧୋନି ଯିଏକି ଚେନ୍ନାଇ ସୁପରକିଙ୍ଗସ ପାଇଁ ଫ୍ୟାନ୍ ବେସକୁ ଯାହା ଦେଇଛନ୍ତି ତାକୁ କେହି ଭୁଲିବେ ନାହିଁ । 

ଏହା ବି ପଢନ୍ତୁ...BCCI not under RTI: ଆର୍ଟିଆଇ ପରିସରଭୁକ୍ତ ନୁହେଁ ବିସିସିଆଇ; କ୍ରିକେଟ୍ ବୋର୍ଡ ସମ୍ପୂର୍ଣ୍ଣ ମୁକ୍ତ, CICର ବଡ଼ ନିଷ୍ପତ୍ତି