ନୂଆଦିଲ୍ଲୀ,୨୫/୦୨; ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆରେ ବର୍ତ୍ତମାନ ବିତର୍କର କେନ୍ଦ୍ରବିନ୍ଦୁ ସମ୍ପୂର୍ଣ୍ଣ ଭାବରେ ବ୍ୟାଟିଂ ଉପରେ ରହିଛି । ପାୱାରପ୍ଲେରେ ଷ୍ଟ୍ରାଇକ୍ ରେଟ୍. ସ୍ପିନ୍ ବିପକ୍ଷରେ ଆଭିମୁଖ୍ୟ, ବାମ-ଡାହାଣ ସନ୍ତୁଳନ, ଆକ୍ରମଣାତ୍ମକ ବନାମ ଧୈର୍ଯ୍ୟ । ପ୍ରତିଟି ପ୍ରଶ୍ନ ବ୍ୟାଟିଂ ପାଖରେ ଘୂରି ବୁଲୁଛି । ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ ଭାବରେ ବୋଲିଂ ବି ଖେଳନାୟକ ସାଜିଛି । ଗୁରୁତ୍ୱପୂର୍ଣ୍ଣ ଓଭରଗୁଡିକରେ ବୋଲିଂ ଏତେ ପ୍ରଭାବଶାଳୀ ହୋଇନାହିଁ ।

ଡେଥ୍ ଓଭର, ଅସଲ ପରୀକ୍ଷାଟି-ଟ୍ୱେଣ୍ଟି ବିଶ୍ୱକପରେ ଅସଲ ପରୀକ୍ଷା ଶେଷ ୪-୫ ଓଭରରେ ହୋଇଥାଏ । ଏଠାରେ ୟର୍କର, ଭ୍ୟାରିଏସନ ଏବଂ ସଠିକ୍ କାର୍ଯ୍ୟକାରିତା ଦରକାର । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେଙ୍କ ସଂଖ୍ୟା ଦର୍ଶାଉଛି କି ରନ ଉପରେ ନିୟନ୍ତ୍ରଣ ନଥିଲା । ବୁମରା ଏକ ବ୍ୟାତିକ୍ରମ କିନ୍ତୁ ଟି-ଟ୍ୱେଣ୍ଟିରେ ଡେଥ୍ ଓଭରର ଦାୟିତ୍ୱ ଜଣେ ବୋଲର ବହନ କରିପାରିବେ ନାହିଁ ।

ଟି-ଟ୍ୱେଣ୍ଟି ବିଶ୍ୱକପରେ ଟିମ୍ ଇଣ୍ଡିଆ ବୋଲରଙ୍କ ପରିସଂଖ୍ୟାନ-

ବରୁଣ ଚକ୍ରବର୍ତ୍ତୀ- ୫ ମ୍ୟାଚ୍ , ୧୦ ୱିକେଟ୍- ଇକୋନୋମି- ୬.୮୧

ଯଶପ୍ରୀତ ବୁମରାହ- ୪ ମ୍ୟାଚ୍ ୭ ୱିକେଟ୍

କ୍ଷର ପଟେଲ୍- ୩ ମ୍ୟାଚ୍ ୬ ୱିକେଟ୍

ର୍ଶଦୀପ ସିଂହ- ୪ ମ୍ୟାଚ, ୪ ୱିକେଟ୍

ଶେଷ ୨ଟି ମ୍ୟାଚରେ ବିଡ଼ ବିଜୟ ଦରକାର- ଟି-ଟ୍ୱେଣ୍ଟି ବିଶ୍ୱକପରେ ଯୋଗ୍ୟତା ହାସଲ କରିବାକୁ ହେଲେ ଭାରତକୁ ଶେଷ ୨ଟି ମ୍ୟାଚ୍ ଜିତିବାକୁ ପଡିବ । ସୁପର ଏଇଟ୍ ମ୍ୟାଚରେ ଦ.ଅଫ୍ରିକା ଭାରତକୁ ୭୬ ରନରେ ହରାଇଥିଲା । ଦ୍ୱିତୀୟ ମ୍ୟାଚରେ ଜିମ୍ୱାୱେକୁ ୱେଷ୍ଟଇଣ୍ଡିଜ ୧୦୭ ରନରେ ମାତ୍ ଦେଇଥିଲା । ଏହି ମ୍ୟାଚର ଫଳାଫଳ ପରେ ଭାରତର ସେମିଫାଇନାଲ ଖେଳିବା ଆଶା କଷ୍ଟକର ହୋଇପଡିଛି । ଗ୍ରୁପରେ ପ୍ରତି ଦଳ ୨ଟି ଲେଖାଏଁ ମ୍ୟାଚ ଖେଳିବା ବାକି ରହିଛି । ଭାରତ ବି ଦୁଇଟି ମ୍ୟାଚ ଖେଳିବ । ସେମି ଦୌଡରେ ତିଷ୍ଠି ବାକୁ ହେଲେ ଭାରତକୁ ତାର ୨ଟି ମ୍ୟାଚ ଜିତିବାକୁ ପଡିବ । ଆସନ୍ତାକାଲି ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତୃତୀୟ ମ୍ୟାଚ ଖେଳାଯିବ । ଏଥିରେ ଭାରତକୁ ବଡ଼ ରନରେ ବିଜୟ ହାସଲ କରିବାକୁ ପଡିବ । ଯଦି ଭାରତ ବଡ଼ ବ୍ୟବଧାନରେ ଜିତେ ତେବେ ସେମିଫାଇନାଲ ଖେଳିବା ନିଶ୍ଚିତ ହେବ । ମାର୍ଚ୍ଚ ୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବେ । ଗୋଟିଏ ମ୍ୟାଚରେ ବିଦା ଅର୍ଥ ସୁପର-୮ରୁ ବିଦା ହେବ ।

ଏହା ବି ପଢନ୍ତୁ...ବିରାଟଙ୍କ ବିନା ଟାର୍ଗେଟ ପିଛା କରିବା କାହିଁକି ମୁସ୍କିଲ ? ରୋହିତ-କୋହଲିଙ୍କୁ ମନେ ପକାଉଛନ୍ତି ଭାରତରୁ-ପାକିସ୍ତାନ ଫ୍ୟାନ୍ସ  

ସନ୍ତୁଳନ ସମୀକରଣ- ଯଦି ଦଳ ବ୍ୟାଟିଂକୁ ମଜବୁତ କରିବା ପାଇଁ ଅତିରିକ୍ତ ବ୍ୟାଟରଙ୍କୁ ସାମିଲ କରେ ତେବେ ବୋଲିଂ ପ୍ରଭାବିତ ହୋଇପାରେ । ଷଷ୍ଠ ବୋଲର କଣ ଯଥେଷ୍ଟ ନିର୍ଭରଯୋଗ୍ୟ ? ଅଲରାଉଣ୍ଡର ଉଭୟ ଭୂମିକାରେ ପ୍ରଭାବଶାଳୀ ଭାବେ ଯୋଗଦାନ ଦେଇପାରିବେ କି ? ଟି -ଟ୍ୱେଣ୍ଟିରେ ପ୍ରାୟତଃ ୮-୧୨ ରନର ପାର୍ଥକ୍ୟ ହୋଇଯାଏ । ଯଦି ୧୮୦ ରନ୍ କରନ୍ତି ୧୯୦ରନ ଦେଇ ଦିଅନ୍ତି ତେବେ ବ୍ୟାଟିଂ ପ୍ରୟାସ ବୃଥା ହୋଇଯାଏ । ଭାରତ ୧୭୦-୧୮୦ ରନ୍ ଲକ୍ଷ୍ୟ ରଖିଛି । ପ୍ରଶ୍ନ ହେଉଛି କଣ ବୋଲିଂ ସେହି ସ୍କୋର ପାଇଁ ଯଥେଷ୍ଟ କି ?  

ବର୍ତ୍ତମାନ ଆଲୋଚନା ବ୍ୟାଟିଂ ଉପରେ କେନ୍ଦ୍ରିତ । ହେଲେ ଅଙ୍କ କହୁଛି କି ବୋଲିଂରେ ବି ସ୍ଥିରତା ଦରକାର । ଭାରତ ପାଖରେ ୱିକେଟ ହାସଲ କରିବା ପରି ବୋଲର ଅଛନ୍ତି । ନୟନ୍ତ୍ରଣର କ୍ଷମତା ବି ଅଛି । ହେଲେ ଟି-ଟ୍ୱେଣ୍ଟି ବିଶ୍ୱକପ ପରି ଟୁର୍ଣ୍ଣାମେଣ୍ଟରେ ସଫଳତା ସେହି ଟିମକୁ ମିଳେ ଯିଏକି ଆରମ୍ଭ ଝଟକା ପରେ ମ୍ୟାଚ ବନ୍ଦ କରନ୍ତି ଏବଂ ଡେଥ୍ ଓଭରରେ ରନ୍ ରୋକିବାରେ ସଫଳ ହୁଅନ୍ତି ।