ନୂଆଦିଲ୍ଲୀ,୩୦।୩: ଭାରତରେ ସିସିଟିଭି କ୍ୟାମେରାକୁ ନେଇ ବଡ଼ ନିଷ୍ପତ୍ତି। ଏହି ନିଷ୍ପତ୍ତି ଦେଶର ସୁରକ୍ଷା ସମ୍ପର୍କିତ ରହିଛି। ନିଜର ଘର ଓ ଅଫିସର ସୁରକ୍ଷା ପାଇଁ ଲୋକେ ଯେଉଁ କ୍ୟାମେରା ଲଗାଇଛନ୍ତି, ଏବେ ତାହା ବିପଦର କାରଣ ପାଲଟିଛି। ଗତ କିଛି ସମୟ ହେବ ଭାରତରେ ସିସିଟିଭିର ସିକ୍ୟୁରିଟିକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଅଧିକାଂଶ ସିସିଟିଭି କ୍ୟାମେରା ଖୁବ୍ ବିପଦରେ ରହିଛି। ଏହାର କାରଣ ହେଉଛି ଦୁବଳ ସିକ୍ୟୁରିଟି ଏବଂ ପଲିସି। କାରଣ ଭାରତରେ କମ୍ ସିକ୍ୟୁରିଟି ଥିବା ଚାଇନା ସିସିଟିଭି କ୍ୟାମେରା ବିକ୍ରି କରାଯାଉଛି। ଯାହାକି ଲୋକଙ୍କ ସୁରକ୍ଷାକୁ ନେଇ ବଡ଼ ବିପଦ।
ଏକ ରିପୋର୍ଟ ଅନୁସାରେ, ୧ ଏପ୍ରିଲରୁ Hikvision, Dahua ଓ TP-Link ଭଳି ବଡ଼ ବ୍ରାଣ୍ଡର ସିସିଟିଭି କ୍ୟାମେରା ବିକ୍ରି ଉପରେ ରୋକ ଲାଗିପାରେ। କାରଣ ଏହି ସବୁ ଚୀନ୍ କମ୍ପାନୀର। ସରକାର ଏଭଳି କ୍ୟାମେରାର ବ୍ୟବହାର ଓ କିଣିବା ଉପରେ ରୋକ ଲଗାଇବାର ପ୍ରସ୍ତୁତିରେ ଅଛନ୍ତି।
ଭାରତୀୟ ସିସିଟିଭି ଫିଡ୍ ପାକିସ୍ତାନୀ ଆଇଏସ୍ଆଇ ପାଖରେ କିଭଳି ପହଁଞ୍ଚିଲା ?
ନିକଟରେ ସାମନାକୁ ଆସିଥିଲା ଏଭଳି କିଛି ଘଟଣା ଯାହା ଚକିତ କରିଦେଇଥିଲା। ଦେଶର କିଛି ରେଲଓ୍ବେ ଷ୍ଟେସନ୍ରେ ଲାଗିଥିବା ସିସିଟିଭି କ୍ୟାମେରା ଫିଡ୍ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ଏହି ଖୁଲାସା ପରେ ସୁରକ୍ଷା ଏଜେନ୍ସି ସତର୍କ ହୋଇଛି। ଏହାର ତୁରନ୍ତ ପରେ ସରକାରୟ ନିର୍ଦେଶ ଜାରି କରି ସରକାରୀ କାର୍ଯ୍ୟାଳୟରେ ସେହି ସିସିଟିଭି କ୍ୟାମେରା ଲଗାଯାଉ, ଯାହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଓ ସାର୍ଟିଫାଏଡ୍।
କିଭଳି ବିପଦ ପାଲଟୁଛି ସିସିଟିଭି କ୍ୟାମେରା ?
ଆଜିକାଲି ଅଧିକାଂଶ ସିସିଟିଭି କ୍ୟାମେରା ଇଣ୍ଟରନେଟ୍ ସହ ଲିଙ୍କ୍ ରହୁଛି। ଏହା କେବଳ ଆପଣଙ୍କ ମୋବାଇଲ ନୁହେଁ, ବଂର କମ୍ପାନୀର ସର୍ଭର ସହ ମଧ୍ୟ କନେକ୍ଟ ରହିଛି। ଯଦି କ୍ୟାମେରାର ସଫ୍ଟଓ୍ବେର କିମ୍ବା ସର୍ଭର ସିକ୍ୟୁର ନୁହେଁ, ତେବେ ଆପଣଙ୍କ ଭିଡିଓ ଫିଡ୍ ଅନ୍ୟ କାହା ପାଖରେ ପହଁଞ୍ଚିପାରେ ଆପଣଙ୍କ ବିନା ଅନୁମତିରେ। ଏହି ବିପଦକୁ ଦେଖି ଏବେ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆ ନିୟମ ଅନୁସାରେ, ସିସିଟିଭି କ୍ୟାମେରାକୁ ଟେଷ୍ଟିଂ ଓ ସାର୍ଟିଫିକେସନ୍ ବାଟ ଦେଇ ଯିବାକୁ ହେବ। ଏଥିରେ ହାର୍ଡଓ୍ବେର, ସଫ୍ଟଓ୍ବେର ଓ ଡାଟା ସିକ୍ୟୁରିଟି ସବୁକିଛିର ଯାଞ୍ଚ ହେବ। ବିନା ସାର୍ଟିଫିକେସନ୍ରେ ଭାରତରେ ଏହି ସିସିଟିଭି କ୍ୟାମେରା ବିକ୍ରି କରାଯିବନି। ଏହାଦ୍ବାରା ଭାରତୀୟ କମ୍ପାନୀଙ୍କୁ ବଡ଼ ସୁଯୋଗ ମିଳିବ। କାରଣ ଏବେ ଲୋକେ ସୁରକ୍ଷିତ ଓ ଭରସାଯୋଗ୍ୟ ବିକଳ୍ପ ଖୋଜିବେ। ସାରା ଦେଶରେ କୋଟି କୋଟି ସିସିଟିଭି କ୍ୟାମେରା ପୂର୍ବରୁ ବ୍ୟବହାର ହେଉଛି। ଏଥିରେ ଏଭଳି କିଛି ଅଛି, ଯାହାର ପାସଓ୍ବାର୍ଡ ବି କେବେ ବଦଳା ଯାଇ ନାହିଁ, ଏହାର ସଫ୍ଟଓ୍ବେର ଅପଡେଟ୍ ହୋଇନି। ଏଭଳି କ୍ୟାମେରା ସବୁଠାରୁ ବଡ଼ ବିପଦରେ ଅଛି।
ସିସିଟିଭି କ୍ୟାମେରା ବ୍ୟବହାର କରି ଆକ୍ରମଣ କରିପାରନ୍ତି ଶତ୍ରୁ
କେବଳ ନୂଆ କ୍ୟାମେରା ଉପରେ ରୋକ ଲଗାଇବା କିମ୍ବା ବ୍ୟାନ କରିବା ଦ୍ବାରା ସମସ୍ୟା ସମାଧାନ ହେବନି। ଏଥିପାଇଁ ସରକାରଙ୍କୁ ସିସିଟିଭି କ୍ୟାମେରାର ଅଡିଟ୍ କରିବାକୁ ହେବ। ବିଶେଷ ଭାବରେ ସେହି ସିସିଟିଭି କ୍ୟାମେରା, ଯାହାକି ସର୍ବସାଧାରଣ ସ୍ଥାନରେ ରହିଛି। କାରଣ ସିସିଟିଭି ହ୍ୟାକ୍ କରି ଲୋକଙ୍କୁ ଟାର୍ଗେଟ କରାଯାଇ ପାରେ। ନିକଟରେ ଇରାନର ସିସିଟିଭି କ୍ୟାମେରାକୁ ହ୍ୟାକ୍ କରି ଇସ୍ରାଏଲ ବଡ଼ ଧରଣର ଟାର୍ଗେଟ କରିଥିଲା।
ଆହୁରି ପଢନ୍ତୁ :ଭାରତର ‘କିଲର ମିସାଇଲ’ ! ଥାଡ୍, ପାଟ୍ରିୟଟ୍ ଓ ଏସ୍-୪୦୦କୁ କରିବ ବିଫଳ, ଚୀନ୍ର ଡିଏଫ୍-୧୭ ବି ମାରିବ ଫେଲ୍