ଆଉ ୮ଟି ସୁଖୋଇ କିଣିବ ଭାରତ

ନୂଆଦିଲ୍ଲୀ,୧୯ ।୧(ଏଜେନ୍ସି): ଭାରତୀୟ ବାୟୁସେନା ଆଉ ଆଠଟି ସୁଖୋଇ-୩୦ ଏମ୍କେଆଇ ଯୁଦ୍ଧବିମାନ ଯୋଗାଇବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡକୁ କହିପାରେ । ଜଣେ ଅଧିକାରୀ କହିଛନ୍ତି ବାୟୁସେନାରେ ପୂର୍ବରୁ ସାମିଲ କରାଯାଇଥିବା ସୁଖୋଇ ବିମାନଗୁଡିକ ମଧ୍ୟରୁ କେତେକ ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିବାରୁ, ତାହାର ଭରଣା କରିବା ପାଇଁ ଏପରି ପଦକ୍ଷେପ ନିଆଯିବ । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନାରେ ସମୁଦାୟ ୨୭୨ଟି ରୁଷ ନିର୍ମିତ ସୁଖୋଇ-୩୦ ଏମ୍କେଆଇ ଯୁଦ୍ଧବିମାନ ସାମିଲ କରାଯାଇଛି ।