ନୂଆଦିଲ୍ଲୀ,୦୬/୦୬; ନ୍ୟୁ ଚଣ୍ଡିଗଡର ମହାରାଜ ଯାଦବିନ୍ଦ୍ର ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଫଗାନିସ୍ତାନ ବନାମ ଭାରତ ଟେଷ୍ଟ ମ୍ୟାଚ ଜାରି ରହିଛି । ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଉପ-ଅଧିନାୟକ କେଏଲ ରାହୁଲ ଦମଦାର ଶତକ ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱାଦଶ ଟେଷ୍ଟ ଶତକ । ଏହା ସହିତ ୱିକେଟ କିପର ବ୍ୟାଟର ରାହୁଲ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି । ୧୧ ଚୌକା ସହିତ ୧୬୫ ବଲରେ ଶତକ ହାସଲ କରିଛନ୍ତି ରାହୁଲ ।

କେଏଲ୍ ରାହୁଲଙ୍କ ଟେଷ୍ଟ କ୍ୟାରିୟର- ୨୦୧୪ ଡିସେମ୍ବରରେ କେଏଲ ରାହୁଲ ଟେଷ୍ଚ ଡେବ୍ୟୁ କରିଥିଲେ । ୨୦୧୪ ପରଠାରୁ ରାହୁଲ ମୋଟ ୬୮ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୧୧୯ଟି ଇନିଂସରେ ବ୍ୟାଟିଂ କରିଛନ୍ତି । ୩୬.୫୮ ଷ୍ଟ୍ରାଇକ୍ ରେଟ ସହିତ ୪୧୩୪ ରନ୍ କରିଛନ୍ତି । ଆଜି ରାହୁଲ ତାଙ୍କ ୬୯ ତମ ଟେଷ୍ଟ ଖେଳୁଛନ୍ତି । ୧୨୦ ତମ ଇନିଂସରେ ଶତକ ହାସଲ କରିଛନ୍ତି । ଏହା ଦ୍ୱାରା ତାଙ୍କର ମୋଟ୍ ଶତକ ସଂଖ୍ୟା ୧୨ରେ ପହଞ୍ଚିଛି । ଯାହା ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛି । ଟେଷ୍ଟ କ୍ରିକେଟରେ ରାହୁଲଙ୍କର ସର୍ବାଧିକ ସ୍କୋର ୧୯୯ । ୧୨ ଶତକ ବ୍ୟତୀତ ରାହୁଲ ୨୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଶତକ ସହ ରାହୁଲ ୨୨ତମ ଆନ୍ତର୍ଜାତୀୟ ସେଞ୍ଜୁରୀ ମାରିଛନ୍ତି ।

ଏହା ବି ପଢନ୍ତୁ...India T20 squad: ଆୟର୍ଲାଣ୍ଡ-ଇଂଲଣ୍ଡ ପାଇଁ ଭାରତ ପ୍ରସ୍ତୁତ; ସୂର୍ଯ୍ୟ ହଟିଲେ, ଶ୍ରେୟାସ କ୍ୟାପ୍ଟେନ୍, ଟିମ୍ ଇଣ୍ଡିଆରେ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ

ରୋହିତ ଶର୍ମାଙ୍କ ଶତକ ସଂଖ୍ୟା- ରୋହିତ ଶର୍ମା ଟେଷ୍ଟ କ୍ୟାରିୟରେ ୬୭ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୧୧୬ ଇନିଂସରେ ସେ ୪,୩୦୧ ରନ୍ କରିଛନ୍ତି । ରୋହିତ ଶର୍ମାଙ୍କ ସର୍ବାଧିକ ଟେଷ୍ଟ ସ୍କୋର ୨୧୨ । ସେ ତାଙ୍କ କ୍ୟାରିୟରରେ ୧୨ଟି ଶତକ ହାସଲ କରିଛନ୍ତି । କେଏଲ ରାହୁଲ ମଧ୍ୟ ୧୨ତମ ଟେଷ୍ଟ ସେଞ୍ଜୁରୀ ହାସଲ କରି ରୋହିତଙ୍କ ସମକକ୍ଷ ହୋଇଛନ୍ତି । ରୋହିତ ଟେଷ୍ଟ କ୍ୟାରିୟରେ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...Kohli's Replacement: ଆଫଗାନିସ୍ତାନ ବିପକ୍ଷ ସିରିଜରେ ବିରାଟ୍ ବାଦ, ଏହି ବ୍ୟାଟରଙ୍କୁ ମିଳିଲା ସୁଯୋଗ  

ମ୍ୟାଚ୍ ବାବଦରେ କହିବାକୁ ଗଲେ ନ୍ୟୁ ଚଣ୍ଡିଗଡରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରଥମ ଦିନରେ ୩ୟ ସେସନ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୩୩୨ ରନ୍ କରିଛି । ଯଶସ୍ୱୀ ଜୟସ୍ୱାଲ ୩୨ ବଲରେ ୨୪ ରନ୍ କରିଛନ୍ତି । ଯେଉଁଥିରେ ୫ଟି ୪ ରହିଛି । ଉପ-ଅଧିନାୟକ କେଏଲ ରାହୁଲ ୧୬୫ ବଲରେ ଶତକୀୟ ପାଳି ଖେଳିଛନ୍ତି । ୧୧ଟି ଚୌକା ମାରିଛନ୍ତି । ସାଇ ସୁଦର୍ଦଶ ୧୦୪ ବଲରେ ୮୧ ରନ୍ କରିଛି । ଅଧିନାୟକ ଶଭମନ ଗିଲ ୮୭ ରନ୍, ରିଷବ ପନ୍ତ ୩୨ ରନ୍ କରି କ୍ରିଜରେ ଉପସ୍ଥିତ ଅଛନ୍ତି ।