ନୂଆଦିଲ୍ଲୀ,୦୬/୦୬; ଟିମ୍ ଇଣ୍ଡିଆ ଜୁନ୍ ୧୩ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବ। ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଥିଲା  । ଅଭିଜ୍ଞ ବ୍ୟାଟର ବିରାଟ କୋହଲି ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଏହି ସିରିଜ୍ ଖେଳିବେ ନାହିଁ । ତାଙ୍କୁ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ କିଏ ଖେଳିବେ ତାକୁ ନେଇ ଚର୍ଚ୍ଚା ହୋଇଥିଲା । ଏଥିରେ ବ୍ରେକ୍ ଲାଗିଛି । ତାଙ୍କ ବଦଳ ଖେଳାଳି ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ତାଙ୍କ ସ୍ଥାନରେ ଯଶସ୍ୱୀ ଜୟସ୍ୱାଲଙ୍କୁ  ଏକଦିବସୀୟ ଦଳରେ ସାମିଲ କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନିଶ୍ଚିତ କରିଛନ୍ତି ଯେ,  ବିରାଟ କୋହଲି ଏହି ସିରିଜ୍ ରେ ଖେଳିପାରିବେ ନାହିଁ । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିରାଟଙ୍କ ବଦଳ ଖେଳାଳି ଭାବେ ଯୁବ ଓପନର ଯଶସ୍ୱୀ ଜୈସୱାଙ୍କ ନାମ ଘୋଷଣା କରିଛନ୍ତି ।

ଏହା ବି ପଢନ୍ତୁ...India T20 squad: ଆୟର୍ଲାଣ୍ଡ-ଇଂଲଣ୍ଡ ପାଇଁ ଭାରତ ପ୍ରସ୍ତୁତ; ସୂର୍ଯ୍ୟ ହଟିଲେ, ଶ୍ରେୟାସ କ୍ୟାପ୍ଟେନ୍, ଟିମ୍ ଇଣ୍ଡିଆରେ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ     

ବିରାଟ କୋହଲି କେବଳ ଗୋଟିଏ ଫର୍ମାଟରେ ଖେଳୁଛନ୍ତି - ଚେଜ୍ ମାଷ୍ଟର ବିରାଟ କୋହଲି ଏବେ ଭାରତ ପାଇଁ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି । T20I ଏବଂ ଟେଷ୍ଟ କ୍ରିକେଟ୍ ରୁ ଅବସର ନେଇସାରିଛନ୍ତି । ସେ ଶେଷ ଥର ପାଇଁ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ସମୟରେ ଏକ ODI ଖେଳିଥିଲେ, ଯେଉଁଥିରେ ଭାରତ ୨-୧ରେ ପରାସ୍ତ ହୋଇଥିଲା । ସେହି ସିରିଜରେ କୋହଲି ଭାରତ ପାଇଁ ସର୍ବାଧିକ୨୪୦ ରନ କରିଥିଲେ । ୮୦ ହାରାହାରି ଏବଂ ୧୦୫.୨୬ ଷ୍ଟ୍ରାଇକ୍ ରେଟ୍ ସହିତ। IPL ରେ କୋହଲିଙ୍କ ପ୍ରଭାବଶାଳୀ ଫର୍ମ ଜାରି ରହିଥିଲା । ଚଳିତ ଆଇପିଏଲରେ, ବିରାଟ କୋହଲି ୫୬.୨୫ ହାରରେ ଏବଂ ୧୬୫.୮୪ର ଷ୍ଟ୍ରାଇକ୍ ରେଟ୍ ସହିତ ୬୭୫ ରନ କରିଥିଲେ । ଆରସିବିର ବ୍ୟାତ୍ ବ୍ୟାକ୍ ଟାଇଟଲ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଇପିଏଲ ଫାଇନାଲରେ ବିରାଟ କୋହଲି RCB ପାଇଁ ଏକ ମ୍ୟାଚ୍ ବିଜୟୀ ଅପରାଜିତ ୭୫ ରନର ଇନିଂସ ମଧ୍ୟ ଖେଳିଥିଲେ । ଗୁଜରାଟ ବିପକ୍ଷ ଫାଇନାଲରେ ମ୍ୟାଚରେ ଆହତ ହୋଇଥିଲେ ବିରାଟ । 

ଜୟସ୍ୱାଲ କେବଳ ୪ଟି ଦିନିକିଆ ଖେଳିଛନ୍ତି- ଯଶସ୍ୱୀ ଜୟସ୍ୱାଲଙ୍କ ଦିନିକିଆ କ୍ୟାରିୟର କଥା କହିବାକୁ ଗଲେ, ସେ ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି । ଏହା ପରେ ସେ ଏକଦିବସୀୟ ଦଳରେ ଯୋଗଦେବେ । ଜୟସ୍ୱାଲ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ କେବଳ ୪ଟି ଏକଦିବସୀୟ ମ୍ୟାଚ୍ ଖେଳିଛନ୍ତି । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ୧୩ ଜୁନରେ ଧର୍ମଶାଳାରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ଜୁନ ୧୭ରେ ଲକ୍ଷ୍ନୌରେ ଏବଂ ତୃତୀୟ ମ୍ୟାଚ୍  ୨୦ରେ ଚେନ୍ନାଇରେ ଖେଳାଯିବ ।