ନୂଆଦିଲ୍ଲୀ,୦୬/୦୬; ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହୋଇଛି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇଛନ୍ତି । ବିସିସିଆଇ ନୂଆ ନେତୃତ୍ୱ ଚୟନ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ଟ-ଟ୍ୱେଣ୍ଟି ଦଳର ଅଧିନାୟକ କରାଯାଇଛି । ତିଲକ ବର୍ମାଙ୍କୁ ଉପ-ଅଧିନାୟକ କରାଯାଇଛି । ଏହା ସହିତ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କର ଟିମ୍ ଇଣ୍ଡିଆରେ ଏଣ୍ଟ୍ରୀ ହୋଇଛି । ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଏବଂ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ସେହିପରି ଜାପାନରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଏସୀୟ କ୍ରୀଡ଼ା । ଇଂଲଣ୍ଡ-ଆୟର୍ଲାଣ୍ଡ ଟୁର ପାଇଁ ୧୬ ଜଣିଆ ଟିମ୍ ଘୋଷଣା ହୋଇଛି । ସମାନ ପ୍ଲେୟାର ରହିଛନ୍ତି । ଟିମ୍ ଇଣ୍ଡିଆରେ ବିସ୍ଫୋରକ ବୈଭବଙ୍କ ଏଣ୍ଟ୍ରୀ ସହିତ ୩୬ ବର୍ଷରୁ ପୁରୁଣା ରେକର୍ଡ ଭାଙ୍ଗିଛି । ୧୫ ବର୍ଷୀୟ ବୈଭବ ମାଷ୍ଟରବ୍ଲାଷ୍ଟର ସଚିନଙ୍କୁ ରେକର୍ଡ ଭାଙ୍ଗିଛନ୍ତି ।

ମୁମ୍ବାଇ ସ୍ଥିତ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ଚୟନ କମିଟିର ବୈଠକ ବସିଥିଲା । ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଏବଂ ଅନ୍ୟ ଚୟନକମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପୂର୍ବରୁ ଯାହା ଆଲୋଚନା ହୋଇଥିଲା ସେହି ଅନୁସାରେ ଟିମ୍‌ରେ ପ୍ଲେୟାରଙ୍କୁ ସ୍ଥାନ ମିଳିଛି । ସୂର୍ଯ୍ୟକୁମାରଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଶ୍ରେୟାସ ଆୟର ନୂଆ ଟି-ଟ୍ୱେଣ୍ଟି ଅଧିନାୟକ ନିଯୁକ୍ତ କରାଯାଇଛି  । ଆୟର ଟିମ୍ ଇଣ୍ଡିଆର ୧୫ ତମ ଟି-ଟ୍ୱେଣ୍ଟି ଅଧିନାୟକ ହୋଇଛନ୍ତି ।  ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣର ସୁଯୋଗ ମିଳିଛି । ଆଇପିଏଲରେ ଉନ୍ନତ ପ୍ରଦର୍ଶନ କରିଥିବା କିଛି ଖେଳାଳିଙ୍କୁ ଦଳରେ ଚାନ୍ସ ଦିଆଯାଇଛି  । ଟିମ୍ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ମିଳିବା ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର କହିଛନ୍ତି, ତାଙ୍କ ପ୍ରଦର୍ଶନ ଆମକୁ ବାଧ୍ୟ କରିଥିଲା ଟିମ୍‌ରେ ସ୍ଥାନ ଦେବାକୁ । ସେହିପରି ଶ୍ରେୟାସଙ୍କୁ କ୍ୟାପ୍ଟେନ୍ କରିବା ନେଇ ଅଗରକର କହିଛନ୍ତି, ସେ ଏହି ପଦ ପାଇଁ ଯୋଗ୍ୟ ।

ଆୟର୍ଲାଣ୍ଡ-ଇଂଲଣ୍ଡ ଟି-ଟ୍ୱେଣ୍ଟି ପାଇଁ ଟିମ୍ ଇଣ୍ଡିଆ

ଶ୍ରେୟାସ ଆୟର (ଅଧିନାୟକ), ଅଭିଷେକ ଶର୍ମା,ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଷନ (ୱିକେଟକିପର),ଶିବମ ଦୁବେ, ତିଲକ ବର୍ମା (ଉପ-ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ବୈଭବ ସୂର୍ଯ୍ୟବଂଶୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ।

ଏହା ବି ପଢନ୍ତୁ...Manav Suthar Debut: ଭାରତର ୩୧୯ତମ ଟେଷ୍ଟ ଖେଳାଳି ହେଲେ ମାନବ, ଜାଣନ୍ତୁ ପ୍ଲେଇଂ ଇଲେଭେନରେ କାହିଁକି ମିଳିଲା ସ୍ଥାନ ?

ହଟିଲେ ସୂର୍ଯ୍ୟ, ଶ୍ରେୟାସଙ୍କୁ ଅଧିନାୟକତ୍ୱ- ଭାରତୀୟ କ୍ରିକେଟରେ ଟି-୨୦ ଦଳର ଅଧିନାୟକତ୍ୱକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇଛନ୍ତି । ଶ୍ରେୟାସ ଆୟରଙ୍କୁ ଭାରତୀୟ ଟି-୨୦ ଅଧିନାୟକ ନିଯୁକ୍ତ କରାଯିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ତାହା ସତ ହୋଇଛି । ଏହାକୁ ଭାରତୀୟ କ୍ରିକେଟର ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି । କିଛି ସମୟ ଧରି ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ ଏବଂ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଥିଲା । ଟି-୨୦ ବିଶ୍ୱକପ୍ ଏବଂ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନଥିଲା । ଆଇପିଏଲରେ ବି ଖାସ୍ ପ୍ରଦର୍ଶନ ନଥିଲା । ଏସବୁକୁ ବିଚାର କରି, ଦଳ ଚୟନକର୍ତ୍ତାମାନେ ଅର୍ଥାତ୍ ଦଳ ଜଣେ ନୂତନ ଅଧିନାୟକ ଖୋଜିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରେୟାସ ଆୟର ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟର ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ସେ ପୂର୍ବରୁ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଦଳର ଅଧିନାୟକତ୍ୱ କରିଛନ୍ତି । ଗ୍ରାଉଣ୍ଡରେ ଚାପରେ ସଠିକ୍ ନିଷ୍ପତ୍ତି ନେବାରେ ତାଙ୍କ ପାଖରେ ଦକ୍ଷତା ଅଛି । ଏହି ପରିଚାଳନା ଦକ୍ଷତା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଇଛି ।

ସୂର୍ଯ୍ୟକୁମାର ଯାଦବ ପ୍ରଥମ ଅଧିନାୟକ ଯିଏକି ICC ଟ୍ରଫି ଜିତିବା ପରେ ସିଧାସଳଖ ଅଧିନାୟକ ପଦରୁ ଏବଂ ଦଳରୁ ବହିଷ୍କାର ହୋଇଛନ୍ତି । ହୁଏତ ସୂର୍ଯ୍ୟଙ୍କ ଭାଗ୍ୟ ଖରାପ । ସେ ଭାରତର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ କିନ୍ତୁ ତାଙ୍କୁ ଏହି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି ।