ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ହାଇଦ୍ରାବାଦରେ ରନ୍‌ ବର୍ଷା କଲା ଭାରତୀୟ ଦଳ, ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଜୟ ଲକ୍ଷ୍ୟ

Published By : Tapas Panda | October 12, 2024 9:04 PM

Image Courtesy: espncricinfo

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରନ୍‌ ବର୍ଷ କଲା ଭାରତୀୟ କ୍ରିକେଟ ଟିମ୍‌ । ହାଇଦ୍ରାବାଦରେ ସଞ୍ଜୁ ସାମସନ୍‌ ଶୋ’ ।  ୪୭ ବଲରେ ୧୧୧ ରନ୍‌ କରି ଖେଳପ୍ରେମୀଙ୍କୁ ଚକିତ କରିଦେଇଥିବା ସାମସନ୍‌ ବାଂଲାଦେଶର ଜିତିବା ଆଶାକୁ ଧୂଳିସାତ କରିଦେଇଛନ୍ତି । ସାମସନଙ୍କୁ ସାଥ୍‌ ଦେଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୩୫ ବଲ୍‌ରେ ଦମଦାର ୭୫ ରନ୍‌ କରି ଦଳୀୟ ସ୍କୋରକୁ ଆକାଶଛୁଆଁ କରିଦେଇଛନ୍ତି ।  

ରିୟାନ ପରାଗ ୩୪ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ୍‌ କରିଛନ୍ତି ।  ଏହା ବ୍ୟତୀତ ଅଭିଷେକ ଶର୍ମା (୪), ରିଙ୍କୁ ସିଂ (୮*) ଏବଂ ଓ୍ବାଶିଂଟନ (୧*) ବଳରେ ଭାରତୀୟ ଟିମ୍‌ ୨୦ ଓଭରରେ ୨୯୭ ରନ୍‌ କରିଛି । ଟି-୨୦ ଇତିହାସରେ ଦ୍ବିତୀୟ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଛି ଭାରତୀୟ ଟିମ୍‌ । ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ନିଜ ନାଁରେ କରିସାରିଥିବା ଭାରତୀୟ ଦଳ ଶେଷ ମ୍ୟାଚ୍‌ ମଧ୍ୟ ନିଜ ନାଁରେ କରିପାରେ । ସେପଟେ ବାଂଲାଦେଶ ଶେଷ ମ୍ୟାଚ୍‌ ଜିତି ମାନ ରଖିବାକୁ ଚେଷ୍ଟା କରିବାକୁ ଥିବା ବେଳେ ଏତେ ବଡ଼ ସ୍କୋରକୁ ପିଛା କରିବା ଏତେ ସହଜ ହେବ ନାହିଁ । 

୬ ଓ୍ବିକେଟ ହରାଇ ଭାରତୀୟ ଦଳ ୨୯୭ ରନ୍‌ କରିଥିବା ବେଳେ ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବାଂଲାଦେଶର ତାଞ୍ଜିମ ହାସନ ସାକିବ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ତାସକିନ୍‌ ଅହମଦ, ମୁସ୍ତାଫିଜୁର ରହମାନ ଏବଂ ମହମଦୁଲ୍ଲାହ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.