ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ, ପ୍ରଥମ ଦିନିକିଆରେ ଇଂଲଣ୍ଡ ପରାସ୍ତ

Published By : Tapas Panda | February 6, 2025 10:14 PM

ନାଗପୁର: ବୋଲିଂ ପରେ ବ୍ୟାଟିଂରେ କମାଲ କଲା ଟିମ୍‌ ଇଣ୍ଡିଆ । ନାଗପୁର ଦିନିକିଆରେ ଇଂଲଣ୍ଡକୁ ଚାରି ଓ୍ବିକେଟ୍‌ରେ ହରାଇଲା ରୋହିତ ବାହିନୀ । ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଦମଦାର ରନ୍‌ ବଳରେ ଭାରତୀୟ ଦଳ ୩୮.୪ ଓଭରେ ମ୍ୟାଚ୍‌କୁ ଜିତିନେଇଛି । ଏହା ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ଆଜି ଶୁଭମନ ଗିଲ୍‌ ସର୍ବାଧିକ ୮୭ ରନ୍‌ କରିଥିବା ବେଳେ ଶ୍ରେୟସ ଆୟର ୫୯ ରନ୍‌ କରିଛନ୍ତି । ସେହିଭଳି ଅକ୍ଷର ପଟେଲ ୫୨ ରନ୍‌ କରିଛନ୍ତି ।  ସେପଟେ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ସହ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଛନ୍ତି ।  ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରୋହିତ ବାହିନୀ ୬ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଛି । ଆଜିର ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା (୯) ଏବଂ ରବୀନ୍ଦ୍ର ଜାଡେଜା ( ୧୨) ଅପରାଜିତ ଅଛନ୍ତି । ସେପଟେ ଇଂଲଣ୍ଡ ଟିମ୍‌ର ସାକିବ ମହମ୍ମଦ ଏବଂ ଆଦିଲ ରଶିଦ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏହା ସହ ଜୋଫ୍ରା ଆର୍ଚର ଏବଂ ଜାକୋବ ବେଥେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.