ପ୍ରମୂଖ ଖବର
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

କଣ ହେବ ଓଭାଲ ରେଜଲ୍ଟ ? ୩୫ ରନ୍‌ରେ ଅଟକିଛି ୫ଟି ଟେଷ୍ଟ ମ୍ୟାଚ ଓ ୨୫ ଦିନର ପରିଶ୍ରମ, ପାସ୍‌ ହେବ ତ ଭାରତ

Published By : Ankita S | August 4, 2025 2:34 PM

ନୂଆଦିଲ୍ଲୀ,୦୪/୦୮: କ'ଣ ହେବ ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ରେଜଲ୍ଟ ? ଘରୋଇ ଦଳ ବାଜିମାରିବ ନା ଭାରତ ମ୍ୟାଚ ଡ୍ର କରିବାରେ ସଫଳ ହେବ । ୫ଟି ଟେଷ୍ଟ ମ୍ୟାଚ ଓ ୨୫ ଦିନର ପରିଶ୍ରମ ୩୫ ରନ୍‌ରେ ଅଟକି ରହିଛି । କଣ ଭାରତ ଏହି ଶେଷ ପରୀକ୍ଷାରେ ପାସ୍‌ କରିବ କି ? ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜୟ ପାଇଁ ଇଂଲଣ୍ଡ ୩୫ରନ୍‌ ଦୂରରେ ଅଛି । ଭାରତକୁ ମ୍ୟାଚ ଡ୍ର କରିବାକୁ ହେଲେ ୪ ୱିକେଟ ହାସଲ କରିବାକୁ ପଡିବ । 

ନିର୍ଣ୍ଣାୟକ ସ୍ଥିତିରେ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ । ଆଜି ଶେଷ ଦିନରେ ଆସିବ ଓଭାଲ୍ ଟେଷ୍ଟ ନିଷ୍ପତ୍ତି । ଟାର୍ଗେଟଠୁ ୩୫ ରନ୍ ଦୂରରେ ରହିଛି ଇଂଲଣ୍ଡ । ଡ୍ର ପାଇଁ ଭାରତକୁ ଦରକାର ୪ଟି ୱିକେଟ । ୨-୧ରେ ସିରିଜ ଆଗୁଆ ଅଛି ଘରୋଇ ଦଳ । ୨-୧ରେ ସିରିଜ ଆଗୁଆ ଅଛି ଘରୋଇ ଦଳ । ବିଜୟ ପାଇଁ ଇଂଲଣ୍ଡ ଆବଶ୍ୟକ କରୁଥିଲା ୩୨୪ ରନ । ହାତରେ ଥିଲା ୨ ଦିନ ଓ ୯ ୱିକେଟ୍‌  । କ୍ରିସ ୱକ୍ସ ଆହତ ହୋଇଥିବାରୁ ବ୍ୟାଟିଂ କରିବାକୁ ଓହ୍ଲାଇବାର ସମ୍ଭାବନା ମଧ୍ୟ ନଥିଲା । ଭାରତୀୟ ବୋଲର ୫୬ ରନ ପ୍ରଦାନ କରି ଆଉ ୨ଟି ୱିକେଟ୍‌ ନେଇ ବିଜୟ ପାଇଁ ବାଟ ସଫା କରିଥିଲେ । ହେଲେ ଭାଗ୍ୟ ଭାରତୀୟ ଦଳର ସାଥ୍‌ ଦେଇ ନଥିଲା । ଗୋଟିଏ କ୍ୟାଚ ଛଡ଼ାଇ ନେଇଥିଲା ମ୍ୟାଚ । ବ୍ୟକ୍ତିଗତ ୧୯ ରନ କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍‌କୁ ଛକା ମାରିବାକୁ ପ୍ରୟାସ କରିଥିଲେ ବ୍ରୁକ୍‌ ।  ଯଦି ଭାରତକୁ ୪ ୱିକେଟ୍ ଇଂଲଣ୍ଡର ଲକ୍ଷ୍ୟ ପୂର୍ବରୁ ମିଳିଯାଉଛି ତେବେ ସିରିଜ ୨-୨ରେ ସମାପ୍ତ ହେବ ।  ଯଦି ଇଂଲଣ୍ଡ ୩୫ରନ କରୁଛି ତେବେ ସିରିଜ କବଜା କରିନେବ । ଏହା ସହିତ ନୂଆ ଅଧିନାୟକ ଓ ଯୁବ ଭାରତୀୟ ଟିମ୍‌ ପାଇଁ ଇଂଲଣ୍ଡରେ ସିରିଜ ଡ୍ର କରିବା କୌଣସି ଉପଲବ୍ଧିଠୁ କମ୍ ନୁହେଁ ।

ଖେଳିପାରନ୍ତି ଆହତ କ୍ରିସ୍ ୱକ୍ସ- ପଞ୍ଚମ ଟେଷ୍ଟ ମ୍ୟାଚରେ, ଇଂଲଣ୍ଡର ଦ୍ରୁତ ବୋଲର କ୍ରିସ୍ ୱକ୍ସ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଥିଲେ । ବଲକୁ ଅଟକାଇ ସମୟରେ ସେ ବ୍ରାଉଣ୍ଡାରୀ  ବାହାରକୁ ଟାଣି ହୋଇଯାଇଥିଲେ । ତା'ପରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ ଏବଂ ତାଙ୍କୁ ଗ୍ରାଉଣ୍ଡ ବାହାରକୁ ନିଆଯାଇଥିଲା । ପରେ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ ନିଶ୍ଚିତ କରିଥିଲା ଯେ ସେ ଓଭାଲ୍ ଟେଷ୍ଟରେ ଅଂଶଗ୍ରହଣ କରିବେ ନାହିଁ । ଏହା ପରେ, ଯେତେବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ଖେଳିବାକୁ ଆସିଥିଲା, କ୍ରିସ୍ ୱକ୍ସ ବ୍ୟାଟିଂ କରିବାକୁ ଆସି ନଥିଲେ ଏବଂ ୯ଟି ୱିକେଟ ପଡ଼ିବା ମାତ୍ରେ ଇଂଲଣ୍ଡର ଇନିଂସ ଶେଷ ହୋଇଯାଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୭ ରନ କରିଥିଲା । ଆଜି ସେ ଖେଳିପାରନ୍ତି ବୋଲି ଆକଳନ କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.