ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ବଦଳିବ ୫୮ ବର୍ଷର ଇତିହାସ

Published By : Ankita S | June 27, 2025 1:31 PM

ନୂଆଦିଲ୍ଲୀ,୨୭/୦୬: ଜୁନ୍‌ ୨୦ରୁ ଘରୋଇ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଲିଡ୍ସର ହେଡିଂଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୫ ୱିକେଟରେ ପରାସ୍ତ ହୋଇଛି ଭାରତ । ଏବେ ସିରିଜ ୧-୦ରେ ରହିଛି । ଜୁଲାଇ ୨ରୁ ଦ୍ବିତୀୟ ଟେଷ୍ଟ ଆରମ୍ଭ ହେବ । ଏହାକୁ ଜିତି ସିରିଜ୍ ବାରବାର କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଶୁବମନ । ଭାରତ ପ୍ରଥମ ଟେଷ୍ଟ ହାରିଥିଲେ ବି ଦଳର ବ୍ୟାଟିଂ ପ୍ରଦର୍ଶନ ଭଲ ରହିଥିଲା । ତେଣୁ ଦଳ ପାଖରୁ ଆଶା କରାଯାଉଛି କି ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବ । ସିରିଜ୍ ବରାବର କରିବାକୁ ଟିମ୍‌ ଇଣ୍ଡିଆ ଏମିତି କିଛି ରଣନୀତି ଆପଣାଇବାକୁ ପ୍ରୟାସ କରିବ ଯାହା ୫୮ ବର୍ଷରେ ଏଜବେଷ୍ଟନରେ ହୋଇନାହିଁ ।

ବର୍ମିଂହାମର ଏଜବାଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହେବ ସିରିଜର ଦ୍ବିତୀୟ ଟେଷ୍ଟ । ଏହାକୁ ଭାରତକୁ ଜିତିବାକୁ ପଡିବ । ଫଳରେ ସିରିଜ ୧-୧ରେ ବରାବର ହେବ । ଏନେଇ ଭାରତକୁ ତାର ସବୁଠୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ଏଜବାଷ୍ଟନର ୧୦୦ ବର୍ଷ ପୁରୁଣା ଭେନ୍ୟୁରେ ଟିମ୍‌ ଇଣ୍ଡିଆ ଆଜି ଯାଏ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ଜିତି ନାହିଁ ।

ଏଜବାଷ୍ଟନରେ ଟିମ୍‌ ଇଣ୍ଡିଆର ରେକର୍ଡ ହିଁ ପ୍ରମାଣ ଦେଉଛି ମୈଦାନ ତା' ପାଇଁ ସବୁଠୁ କଷ୍ଟକର ଭେନ୍ୟୁ । ୧୯୬୭ରେ ଭାରତ ପ୍ରଥମ ଟେଷ୍ଟ ଖେଳିଥିଲା । ଇଂଲଣ୍ଡ ୧୩୨ରନ୍‌ର ବଡ଼ ବିଜୟ ହାସଲ କରିଥିଲା । ୨୦୨୨ରେ ଭାରତ ମୋଟ ୮ ଟେଷ୍ଟ ଖେଳି ୭ଟିରେ ପରାସ୍ତ ହୋଇଥିଲା । ୧୯୮୬ରେ  ଖେଳାଯାଇଥିବା ମ୍ୟାଚରେ ଭାରତ ଜିତିଥିଲା । ୫୮ ବର୍ଷରେ ମାତ୍ର ଥରେ ବିଜୟ ହାସଲ କରିଥିଲା । ଗତ ୩୯ ବର୍ଷରେ ପରାଜୟ ଏଡାଇବାରେ ବିଫଳ ଭାରତ ।

ଅଧିକ ପଢନ୍ତୁ...୬ କ୍ୟାଚ ଡ୍ରପ୍‌, ଦୁର୍ବଳ ଲୋୟର ଅର୍ଡର; ଗୋଲ୍ଡେନ୍‌ ଚାନ୍ସ ହରାଇଲା ଇଣ୍ଡିଆ, ଜାଣନ୍ତୁ ୫ କାରଣ ?

ପୂର୍ବ ମ୍ୟାଚରେ ହୋଇଥିଲା ପରାସ୍ତ-ଟିମ୍ ଇଣ୍ଡିଆକୁ କେବଳ ତାର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡିବ ତାହା ନୁହେଁ ନାହିଁ ଗ୍ରାଉଣ୍ଡରେ ତାର ପୁରୁଣା ଇତିହାସକୁ ମଧ୍ୟ ବଦଳାଇବାକୁ ପଡିବ। ଇତିହାସ ବିଷୟରେ କହିବାକୁ ଗଲେ, ଏହି ଗ୍ରାଉଣ୍ଡରେ ଭାରତୀୟ ଦଳ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ସମାନ ପରିସ୍ଥିତି ଘଟିଥିଲା, ଯାହା ଲିଡ୍ସରେ ଦେଖାଯାଇଥିଲା । ଜୁଲାଇ ୨୦୨୨ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ଇଂଲଣ୍ଡକୁ ୩୭୩ ରନ୍‌ର ଟାର୍ଗେଟ ଦେଇଥିଲା । ଇଂଲଣ୍ଡ ସହଜରେ ଟାର୍ଗେଟ୍‌କୁ ହାସଲ କରିଥିଲା। ଏହିଠୁ ଇଂଲଣ୍ଡର 'ବ୍ୟାଜ୍‌ବଲ୍' ଯୁଗ ଆରମ୍ଭ ହୋଇଥିଲା। ସେହି ମ୍ୟାଚ୍‌ରେ ଜସପ୍ରିତ ବୁମରାହ ପ୍ରଥମେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇଥିଲେ । ହୁଏତ ଏଥର ବୁମରାହ ଏଜବାଷ୍ଟନରେ ଖେଳିବା ଦେଖିବାକୁ ମିଳିବ ନାହିଁ। ଏବେ ଟିମ୍ ଇଣ୍ଡିଆକୁ ତାଙ୍କ ବିନା ଇତିହାସ ବଦଳାଇବାକୁ ପଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.