ନୂଆଦିଲ୍ଲୀ,୨୯/୦୬: ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ହୋଇନଥିଲା । ଏହା ସୋସିଆଲ ମିଡିଆରେ ସବୁଠାରୁ ବଡ଼ ପ୍ରସଙ୍ଗ ହୋଇଗଲା । ପ୍ରଶ୍ନଟି ଯଥାର୍ଥ । ଘରୋଇ ଏବଂ ଜୁନିୟର କ୍ରିକେଟରେ ରେକର୍ଡ ସ୍ଥାପନ କରିଥିବା ଖେଳାଳିଙ୍କୁ କାହିଁକି ଅପେକ୍ଷା କରିବାକୁ ପଡିବ ? କିନ୍ତୁ ବୈଭବଙ୍କୁ ସୁଯୋଗ ନମିଳିବା ଯୋଗୁଁ ଭାରତ କ’ଣ ପ୍ରକୃତରେ ଆୟର୍ଲାଣ୍ଡଠାରୁ ହାରିଗଲା ? ଉତ୍ତର ହେଉଛି ନା । ୧୦୫୦ ଦିନ ପରେ ଟି-ଟ୍ୱେଣ୍ଟି ସିରିଜ ହାରିଛି । ୨-୦ରେ ହ୍ୱାଉଟ୍‌ୱାସ୍ ହୋଇଛି ଟିମ୍ ଇଣ୍ଡିଆ । ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିବା ଭାରତର ଏପରି ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ଭାରତର ଏହି ପରାଜୟ ପଛରେ ୬ ପ୍ରମୁଖ କାରଣ ରହିଛି । ଜାଣନ୍ତୁ ସେଗୁଡିକ କଣ ?

୧. ଯଦି ଦଳର ମିଶ୍ରଣ ସ୍ଥିର ନାହିଁ, ତେବେ ବିଜୟ କିପରି ସ୍ଥିର ହେବ ? ସିରିଜ୍ ଆରମ୍ଭ ହେବା ପୂର୍ବରୁ, ପ୍ଲେଇଂ ଏକାଦଶକୁ ସବୁଠାରୁ ବଡ଼ ଆଲୋଚନା ଥିଲା । କିଏ ଖେଳିବ ? କିଏ ବାହାରେ ବସିବ ? ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି କଣ ପ୍ରଭାବ ପକାଇବ ? ଅଧିନାୟକ ଆୟରଙ୍କ ନେତୃତ୍ୱ କିପରି ରହିବ । ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ନା ନାହିଁ ? ଯେବେ ଟିମ୍ ତାର ଶ୍ରେଷ୍ଠ ଏକାଦଶ ସ୍ଥିର କରିପାରୁ ନାହିଁ, ତେବେ ମୈଦାନରେ ପ୍ରଭାବ ଦେଖାଯିବା ନିଶ୍ଚିତ । ଲଗାତାର ପରୀକ୍ଷଣ ଭବିଷ୍ୟ ପାଇଁ ଭଲ କିନ୍ତୁ ପ୍ରତି ସିରିଜ ପାଇଁ ବିପଦ ହୋଇପାରେ ।

୨. ଆରମ୍ଭରୁ ଭୁଲ୍, ଇନିଂସ ବିଗିଡିଲାଟି- ଟ୍ୱେଣ୍ଟି କ୍ରିକେଟରେ, ପ୍ରଥମ ୬ ଓଭର ମ୍ୟାଚର ଗତିପଥ ନିର୍ଣ୍ଣୟ କରେ । ତଥାପି ଭାରତର ଓପନରମାନେ ଆବଶ୍ୟକ ସ୍ଥିର ଆରମ୍ଭ କରିବାରେ ବିଫଳ ହୋଇଥିଲେ । ପରିଣାମ ଏକ ମଧ୍ୟକ୍ରମ ଚାପରେ ଦୁର୍ବଳ ହୋଇଗଲା । ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବା ପରିବର୍ତ୍ତେ ୱିକେଟ୍ ବଞ୍ଚାଇବା ପାଇଁ ସଂଘର୍ଷ କଲେ ପ୍ଲେୟାର । ଏହି ଫର୍ମୁଲା ମର୍ଡନ ଟି-ଟ୍ୱେଣ୍ଟିରେ ବହୁତ କମ୍ କାମ କରେ ।

୩. ବୁମରାଙ୍କ ୱାର୍କଲୋଡ୍ ସମ୍ଭାଳୁଛନ୍ତି ହେଲେ ବିକଳ୍ପ କେଉଁଠି ? ଭାରତୀୟ ଟିମ୍ ବୁମରାଙ୍କ ୱାର୍କଲୋଡ ମ୍ୟାନେଜ କରୁଛି । ଏହା କଦାପି ସଠିକ୍ ରଣନୀତି ନୁହେଁ । ଏହି ବିକଳ୍ପ ବି ପ୍ରସ୍ତୁତ ହେବା ଦରକାର, ଯାହା ତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ତୁଲାଇପାରିବ । ମହମ୍ମଦ ସିରାଜ ବି ଟି-ଟ୍ୱେଣ୍ଟି ଯୋଜନାରୁ ବାହାରେ ଅଛନ୍ତି । ଅଲରାଉଣ୍ଡର ବିରୋଧରେ ଭାରତ ପାଖରେ ନୂଆ ବଲରେ ୱିକେଟ୍ ଅକ୍ତିଆର କରୁଥିବା ବୋଲର ନଥିଲେ । ନା ଡେଥ୍ ଓଭରରେ ଦେଖିବାକୁ ମିଳିଲେ । ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ବୁମରାଙ୍କ ବିକଳ୍ପ ପ୍ରସ୍ତୁତ କରିବା ବଦଳରେ କେବଳ ବୁମରାଙ୍କ ଉପରେ ନିର୍ଭର କରିବା ଶିଖି ଯାଇଛି ।


୪. ମିଡିଲ ଅର୍ଡର - ଭାରତୀୟ ବ୍ୟାଟିଂର ସବୁଠୁ ବଡ଼ ଶକ୍ତି ମିଡିଲ ଅର୍ଡରକୁ କୁହାଯାଏ । ହେଲେ ଚାପରେ ତାହା ଭାଙ୍ଗି ପଡିଥିଲା । ପିଚରେ ଗତିରେ ସାମାନ୍ୟ ପରିବର୍ତ୍ତନ ଆସିବା ମାତ୍ରେ ବଲ୍ ଆସିବ ବନ୍ଦ ହୋଇଗଲା । ଯାହା ବ୍ୟାଟରଙ୍କୁ ସମସ୍ୟାରେ ପକାଇଥିଲା । ଏହି ଧାରା ବିଶ୍ୱକପରେ ମଧ୍ୟ ସ୍ପଷ୍ଟ ଥିଲା । କେବଳ ପାର୍ଥକ୍ୟ ହେଉଛି ଏହା ପ୍ରତିପକ୍ଷ ଦଳ କୌଣସି ଭୁଲ କରିନାହିଁ ।

୫. IPL ଷ୍ଟ୍ରାଇକ୍ ରେଟ୍..ଅନ୍ତର୍ଜାତୀୟ କ୍ରିକେଟର ସମାଧାନ ନୁହେଁ- ଆଇପିଏଲ ବିଶ୍ୱର ସବୁଠାରୁ ବଡ଼ ଟି-୨୦ ଲିଗ୍ । କିନ୍ତୁ ପ୍ରତ୍ୟେକ ଆଇପିଏଲ ଷ୍ଟାର ଅନ୍ତର୍ଜାତୀୟ କ୍ରିକେଟରେ ସମାନ ଭାବରେ ସଫଳ ହେବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଫ୍ଲାଟ୍ ପିଚ୍ରେ ୨୦୦ ଷ୍ଟ୍ରାଇକ୍ ରେଟ୍ରେ ରନ୍ କରିବା ଏକ କଥା । କିନ୍ତୁ ଯେତେବେଳେ ବଲ୍ ଅଟକିଯାଏ, ସ୍ୱିଙ୍ଗ୍ ହୁଏ, କିମ୍ବା ୱିକେଟ୍ ଟିକେ ଚ୍ୟାଲେଞ୍ଜିଂ ହୋଇଯାଏ, ସେତେବେଳେ ଜଣେ ବ୍ୟାଟରର ପ୍ରକୃତ ପରୀକ୍ଷା ଆରମ୍ଭ ହୁଏ । ଅନେକ ଭାରତୀୟ ବ୍ୟାଟର ଏବେ ବି ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ମନେ ହେଉନାହାଁନ୍ତି । ଆବଶ୍ୟକତା କେବଳ ବଡ଼ ସଟ୍ ପାଇଁ ନୁହେଁ, ବରଂ ମ୍ୟାଚର ଚାହିଦା ଅନୁଯାୟୀ ବ୍ୟାଟିଂ କରିବାର ଆବଶ୍ୟକତା ରହିଛି ।

୬. ସ୍ପିନର କେଉଁଠି ? ଭାରତୀୟ ଦଳରେ ସ୍ପିନ୍ ଅଲରାଉଣ୍ଡରଙ୍କ ଅଭାବ ନାହିଁ, କିନ୍ତୁ କିଏ ସେହି ବିଶେଷଜ୍ଞ ସ୍ପିନର ଯିଏ ମିଡିଲ ଓଭରଗୁଡ଼ିକରେ ମ୍ୟାଚ୍କୁ ଓଲଟାଇ ଦେଇପାରିବେ ? ଦ୍ରୁତ ବୋଲରମାନେ ୱିକେଟ୍ ନେଇପାରି ନଥିଲେ, କିନ୍ତୁ ସ୍ପିନ୍ ବିଭାଗ ମଧ୍ୟ ପ୍ରତିପକ୍ଷ ଦଳକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଟି-୨୦ରେ, ମଧ୍ୟ ଓଭରଗୁଡ଼ିକରେ ୱିକେଟ୍ ନେବାରେ ସ୍ପିନରମାନେ ସବୁଠାରୁ ବଡ଼ ଅସ୍ତ୍ର, ଏବଂ ଏହା ବର୍ତ୍ତମାନ ଭାରତର ସବୁଠାରୁ ଦୁର୍ବଳ ଅସ୍ତ୍ର ପରି ମନେହୁଏ ।

ଏହା ବି ପଢନ୍ତୁ...Ireland vs India: ୧୦୫୦ ଦିନ ପରେ ଟି-ଟ୍ୱେଣ୍ଟି ସିରିଜ ହାରିଲା ଭାରତ; ଇତିହାସ ରଚିଲା ଆୟର୍ଲାଣ୍ଡ, ଜାଣନ୍ତୁ ୧୦ ଲଜ୍ଜାଜନକ ରେକର୍ଡ  

ଯଦି ଭାରତୀୟ ଦଳକୁ ଟି-ଟ୍ୱେଣ୍ଟି କ୍ରିକେଟରେ ନମ୍ବାର ୱାନ୍ ରହିବାକୁ ହୁଏ, ତେହେ କେବଳ ନୂଆ ମୁହଁ ନୁହେଁ ବରଂ ପୁରୁଣା ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ । କାରଣ ପରବର୍ତ୍ତୀ ସମୟରେ ଏହା ଆୟର୍ଲାଣ୍ଡ ନୁହେଁ ବରଂ ଆଷ୍ଟ୍ରେଲିଆ, ଇଂଲଣ୍ଡ କିମ୍ବା ଦକ୍ଷିମ ଆଫ୍ରିକା ହେବ । ସେଠାରେ ସାମାନ୍ୟ ଭୁଲ୍ ମହଙ୍ଗା ସାବ୍ୟସ୍ତ ହୋଇପାରେ ।