ନୂଆଦିଲ୍ଲୀ,୧୮/୦୧: ଇନ୍ଦୋରର ହୋଲକର ଷ୍ଚାଡିୟମରେ ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ଅପରାହ୍ନ ୧ଟା ୩୦ରୁ ଆରମ୍ଭ ହେବ । ଭାରତୀୟ ଟିମ୍ ଏଠାରେ ୨୦୦୬ରୁ ୭ଟି ଦିନିକିଆ ମ୍ୟାଚ ଖେଳିଛି । ସବୁ ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ । ଏହି ମୈଦାନରେ ଭାରତୀୟ ଟିମ ରେକର୍ଡ ୧୦୦ ପ୍ରତିଶତ ରହିଛି । କୁହାଯାଉଛି କି, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିବ । ଏହା ସହିତ ୨-୧ରେ ସିରିଜ ଜିତିବ ।

ଭଦୋଦରାରେ ଭାରତ ୪ ୱିକେଟରେ ଜିତିଥିଲା । ରାଜକୋଟରେ ୭ ୱିକେଟରେ ହାରିଥିଲା । ବର୍ତ୍ତମାନ ସିରିଜ ୧-୧ରେ ବରାବାର ରହିଛି । ହୋଲକାର ଷ୍ଟାଡିୟମରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର ଥିଲା ୪୧୮/୫ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୧ରେ ଭାରତ ଏହି ସ୍କୋର କରିଥିଲା । ଏହା ଭାରତର ଦିନିକିଆରେ ସର୍ବାଧିକ ସ୍କୋର ଥିଲା । ବିରେନ୍ଦ୍ର ସେହୱାଗ ଦ୍ୱିତୀୟ ସେଞ୍ଜୁରୀ ମାରିଥିଲେ । ଇନ୍ଦୋର କଥା କହିବାକୁ ଗଲେ ଦିନିକିଆରେ ସର୍ବାଧକ ସ୍କୋର କରିବା ରେକର୍ଡ ବୀରୁଙ୍କ ନାମରେ ରହିଛି । ୨ ମ୍ୟାଚରେ ୨୨୦ରନ୍ କରିଛନ୍ତି । ଏହା ତାଙ୍କର ଐତିହାସିକ ୨୧୯ରନର ଦ୍ୱିତୀୟ ଶତକ ସାମିଲ ।

ବର୍ତ୍ତମାନ ଦିନିକିଆ ଅଧିନାୟକ ଶୁଭମନ ଗିଲଙ୍କ ବ୍ୟାଟ ଇନ୍ଦୋରରେ ଗର୍ଜେ । ଗିଲ୍ ସେଟାରେ ୨ଟି ମ୍ୟାଚରେ ୨୧୬ ରନ୍ କରିଛନ୍ତି । ଦୁଇଟି ଯାକ ଇନିଂସରେ ଶତକ ହାସଲ କରିଛନ୍ତି । ରୋହିତ ଶର୍ମା ଇନ୍ଦୋର ହୋଲକର ଷ୍ଟାଡିୟମରେ ୫ ମ୍ୟାଚରେ ୫ ଇନିଂସରେ ୨୦୫ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ସାମିଲ । ଶ୍ରେୟସ ଆୟର ମଧ୍ୟ ଗୋଟିଏ ମ୍ୟାଚ ଖେଳିଛନ୍ତି । ୧୦୫ ରନର ଇନିଂସ ଖେଳିଥିଲେ । ବିରାଟ କୋହଲିଙ୍କ ରେକର୍ଡ ଇନ୍ଦୋରରେ କିଛି ଖାସ୍ ନାହିଁ । ସେ ୪ଟି ମ୍ୟାଚ ଖେଳି ୯୯ରନ୍ କରିଛନ୍ତି । ଏଥର ସେ ତାଙ୍କ ସଂଖ୍ୟାରେ ସୁଧାର ଆଣିବେ ବୋଲି ଆଶା କରାଯାଉଛି ।

ଇନ୍ଦୋରରେ ଭାରତର ମୁକାବିଲା

୨୦୨୩ ସେପ୍ଟେମ୍ବର ୨୪- ଅଷ୍ଟ୍ରେଲିଆକୁ ୯୯ରନରେ ହରାଇଥିଲା

୨୦୨୩ ଜାନୁଆରୀ ୨୪- ନ୍ୟୁଜିଲାଣ୍ଡକୁ ୯୦ରନ୍ରେ ହରାଇଥିଲା

୨୦୧୭ ସେପ୍ଟେମ୍ବର ୨୪- ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଥିଲା

୨୦୧୫ ଅକ୍ଟୋବର ୧୪- ସାଉଥ ଆଫ୍ରିକାକୁ ୨୨ରନରେ ହରାଇଥିଲା

୨୦୧୧ ଡିସେମ୍ବର ୮- ୱେଷ୍ଟଇଣ୍ଡିଜକୁ ୧୫୩ରନରେ ହରାଇଥିଲା

୨୦୦୮ ନଭେମ୍ବର ୮- ଇଂଲଣ୍ଡକୁ ୫୪ରନରେ ହରାଇଥିଲା

୨୦୦୬ ଏପ୍ରିଲ ୧୫- ଇଂଲଣ୍ଡକୁ ୭ ୱିକେଟରେ ହରାଇଥିଲା