ନୂଆଦିଲ୍ଲୀ,୨୦/୦୨; ଟି-ଟ୍ୱେଣ୍ଟି ବିଶ୍ୱକପରେ ଲିଗ୍ ମ୍ୟାଚ୍ ପ୍ରାୟ ଶେଷ ହୋଇଛି । ଆଜି ଓମାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଲିଗ୍ ମ୍ୟାଚ ଖେଳାଯିବ । କିନ୍ତୁ ଏହି ମ୍ୟାଚର କୌଣସି ଗୁରୁତ୍ୱ ନାହିଁ । କାରଣ ଉଭୟ ଦଳ ସୁପର-୮ ଦୌଡ଼ରୁ ବାଦ୍ ପଡିଛନ୍ତି । ସୁପର-୮ରେ ଶ୍ରେଷ୍ଠ ଦଳ ପୂର୍ବରୁ ଫାଇନାଲ ହୋଇ ସାରିଛି । ୮ ଟି ଦଳ ୪ଟି ଗ୍ରୁପରେ ରହିଛନ୍ତି । ସେମାନେ ପରସ୍ପର ସହ ୩ଟି ମ୍ୟାଚ ଖେଳିବେ । ସୁପର ୮ରେ ଭାରତ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ଅଛନ୍ତି । ଗ୍ରୁପ ୨ରେ ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଅଛନ୍ତି । ଏବେ ପ୍ରଶ୍ନ ଟି-ଟ୍ୱେଣ୍ଟି ବିଶ୍ୱକପରେ କେବେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଦୁଇ ଦେଶ ଭିନ୍ନ ଭିନ୍ନ ଗ୍ରୁପରେ ଥିବାରୁ ସୁପର ୮ରେ ପରସ୍ପର ସହିତ ଖେଳିବେ ନାହିଁ ।
ପ୍ରଶ୍ନ ୧ ; ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ କି ?
ପ୍ରଶ୍ନ ୨ ; ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ଦୁଇ ପଡୋଶୀ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବେ କି ?
ଏହି ୨ଟି ପ୍ରଶ୍ନର ଉତ୍ତର ହେଉଛି ଏହା ସମ୍ଭବ କିନ୍ତୁ କିଛି ସର୍ତ୍ତ ସହିତ ହୋଇପାରେ । ଉଭୟ ଦଳକୁ ନିଜ ନିଜ ଗ୍ରୁପରେ ଶ୍ରେଷ୍ଠ ଦୁଇରେ ରହିବାରୁ ପଡିବ । ଅର୍ଥାତ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଡିବ । ଗୋଟିଏ ଦଳ ନିଜ ଗ୍ରୁପର ଶୀର୍ଷରେ ରହିବ । ଏବଂ ଅନ୍ୟଟି ଦ୍ୱିତୀୟ ସ୍ଥାନରେ ରହିବ । ଏପରି କ୍ଷେତ୍ରରେ ଏକ କ୍ରସ ଓଭର ମ୍ୟାଚ ଭାରତ ବନାମ ପାକିସ୍ତାନ ସେମିଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି । ବିଶେଷ କରି ଯଦି ପାକିସ୍ତାନ ଯୋଗ୍ୟତା ଅର୍ଜନ କରେ ତେବେ ସେମିଫାଇନାଲ କଲମ୍ବୋରେ ଅନୁଷ୍ଠିତ ହେବ । ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ରେ କଲମ୍ବୋରେ ଖେଳାଯିବ । ଦ୍ୱିତୀୟ ସେମି ମାର୍ଚ୍ଚ ୫ରେ ମୁମ୍ବାଇରେ ଖେଳାଯିବ ।
ଭାରତ ବନାମ ପାକିସ୍ତାନ ଫାଇନାଲ ହେବ କି ? ଦୁଇ ଦଳ ସେମି ଫାଇନାଲ ଜିତି ଫାଇନାଲରେ ପହଞ୍ଚିଯାଆନ୍ତି ତେବେ ଭାରତ ବନାମ ପାକିସ୍ତାନ ଫାଇନାଲ ଫାଇଟ୍ ହେବ । ଯଦି ପାକିସ୍ତାନ ଫାଇନାଲରେ ପହଞ୍ଚେ ତେବେ ଟ୍ରଫି ଟକ୍କର କଲମ୍ବୋରେ ଅନୁଷ୍ଠିତ ହେବ । ନଚେତ୍ ଏହା ଅହମ୍ମଦାବାଦରେ ହେବା ନିଶ୍ଚିତ । ସୁପର ୮ ରେସ୍ ଆସନ୍ତାକାଲିଠୁ ଆରମ୍ଭ ହେବ । ଯେଉଁଠାରେ ଦୁଇ ଦଳକୁ ପ୍ରଥମେ ସେମିଫାଇନାଲରେ ପହଞ୍ଚିବାକୁ ପଡିବ । କାରଣ ଫ୍ୟାନ୍ସ ମାନେ ପୁଣି ଥରେ ଭାରତ ବନାମ ପାକିସ୍ତାନ ମୁକାବିଲାକୁ ଚାହିଁ ବସିଛନ୍ତି ।
ଏହା ବି ପଢନ୍ତୁ...ରଣଜୀ ଟ୍ରଫି ଟକ୍କର, ୨୪ରୁ କର୍ଣ୍ଣାଟକ-ଜମ୍ମୁ ଓ କାଶ୍ମୀର ମୁକାବିଲା