ନୂଆଦିଲ୍ଲୀ,୨୦/୦୨; ଚଳିତ ରଣଜୀ ଟ୍ରଫିର ଫାଇନାଲ୍ ଲାଇନ୍ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୪ ତାରିଖରୁ କର୍ଣ୍ଣାଟକ ଓ ଜମ୍ମୁ ଓ କାଶ୍ମୀର ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ପରିବର୍ତ୍ତେ ହୁବଳି ସ୍ଥିତ କେଏସ୍ସିଏ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ୍ ଡ୍ର’ରେ ଶେଷ ହୋଇଥିଲା । ମାତ୍ର ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ କର୍ଣ୍ଣାଟକ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା ।
କର୍ଣ୍ଣାଟକ ଦଳ ୧୫ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ୍ ଖେଳିବାକୁ ଯାଉଛି । ଶେଷ ଥର କର୍ଣ୍ଣାଟକ ୨୦୧୪-୧୫ ସିଜନରେ ଫାଇନାଲ୍ ଖେଳିଥିଲା ଏବଂ ଚାମ୍ପିଅନ୍ ହୋଇଥିଲା । କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ସେମି ମୁକାବିଲାରେ ଚତୁର୍ଥ ଦିବସ ଶେଷ ସୁଦ୍ଧା କର୍ଣ୍ଣାଟକର ବିଜୟ ନିଶ୍ଚିତ ହୋଇସାରିଥିଲା । ଗୁରୁବାର ଅନ୍ତିମ ଦିବସରେ କର୍ଣ୍ଣାଟକ ଦ୍ୱିତୀୟ ଇନିଂସ୍ ୬/୨୯୯ରୁ ବ୍ୟାଟିଂ ଆରମ୍ଭ କରି ୩୨୩ ରନ୍ ଅଲ୍ ଆଉଟ୍ ହେବା ସହ ଉତ୍ତରାଖଣ୍ଡ ସାମ୍ନାରେ ୮୨୭ରନ୍ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଦଳ ପକ୍ଷରୁ ଲୋକେଶ ରାହୁଲ ୮୬ରନ୍ କରି ଅପରାଜିତ ରହିଥିଲେ ।
𝐓𝐡𝐞 𝐒𝐮𝐦𝐦𝐢𝐭 𝐂𝐥𝐚𝐬𝐡 🏆
— BCCI Domestic (@BCCIdomestic) February 19, 2026
It all comes down to this 🔥
Karnataka 🆚 J & K
Who are you backing to reign supreme? 🤔@IDFCFIRSTBank | #RanjiTrophy pic.twitter.com/NW2jIedcXp
ଏହା ବି ପଢନ୍ତୁ...ଭାରତରେ ଚାଲିଥିବା କ୍ରିକେଟ ମ୍ୟାଚ୍ ଭିତରେ ମହୁମାଛି ଆକ୍ରମଣ, ଅମ୍ପାୟରଙ୍କ ମୃତ୍ୟୁ, ଅନେକ ଖେଳାଳି ଆହତ
୮୨୭ରନ୍ର ବିଶାଳ ଲକ୍ଷ୍ୟ ନେଇ ଉତ୍ତରାଖଣ୍ଡ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧୫୬ରନ୍ ମଧ୍ୟରେ ଦଳ ୬ଟି ୱିକେଟ୍ ହରାଇଥିଲା । ପ୍ରଶାନ୍ତ ଚୋପ୍ରା ଖାତା ଖୋଲିପାରି ନଥିବାବେଳେ ଭୂପେନ ଲାଲୱାନି ୧୫, ଲକ୍ଷ୍ୟ ରାମଚନ୍ଦାନୀ ୧୦, ଜଗଦୀଶ ସୁଚିଥ୍ ୧୯, ଅବନୀଶ ସୁଧା ୬୬, କୁନାଲ ଚାଣ୍ଡେଲା ୨୦ ରନ୍ କରି ଆଉଟ୍ ହୋଇଥିଲେ । ମଧ୍ୟକ୍ରମରେ ସୌରଭ ରାୱତ ଓ ଅଭୟ ନେଗି ଦୃଢ଼ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଉଭୟ ଦଳୀୟ ସ୍କୋରକୁ ୬/୨୬୦ରେ ପହଞ୍ଚାଇବା ପରେ ଉଭୟ ଦଳର ଅଧିନାୟକଙ୍କ ସମ୍ମତିକ୍ରମେ ମ୍ୟାଚ୍କୁ ଡ୍ର’ ଘୋଷଣା କରାଯାଇଥିଲା । ରାୱତ ୫୩ (୪ଚୌକା, ୨ଛକା) ଓ ଅଭୟ ୫୭ (୫ଚୌକା, ୩ଛକା) ରନ୍ କରି ଅପରାଜିତ ଥିଲେ । କର୍ଣ୍ଣାଟକର ଶ୍ରେୟାସ ଗୋପାଲ ୩ଟି ୱିକେଟ୍ ନେବା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୦୦ ୱିକେଟ୍ ପୂରଣ କରିଥିଲେ ।