ନୂଆଦିଲ୍ଲୀ,୦୨/୦୩; ଐତିହାସିକ ଇଡେନ ଗାର୍ଡେନ୍ସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ସୁପର-୮ ରାଉଣ୍ଡର ୱେଷ୍ଟଇଣ୍ଡିଜ ବିପକ୍ଷରେ ଓପନର ଦୁର୍ଦ୍ଧର୍ଷ ବ୍ୟାଟିଂ କରି ସଞ୍ଜୁ ସାମସନ ଡିଫେଣ୍ଡିଂ ଚାମ୍ପିଅନ ଭାରତକୁ ସେମି ଫାଇନାଲରେ ପହଞ୍ଚାଇଛନ୍ତି । ସେ ୫୦ ବଲରୁ ୧୨ ଚୌକା ଓ ୪ ଛକା ମାରି ଅପରାଜିତ ୯୭ ରନ କରିଥିଲେ । ମ୍ୟାଚ ବିଜୟୀ ଇନିଂସ ପାଇଁ ସେ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌ରେ ୧୯୫ ରନ କରିଥିଲା । ଜବାବରେ ଭାରତ ୧୯.୨ ଓଭରରେ ୫ ୱିକେଟ୍ ହରାଇ ୧୯୯ ରନ ସହ ସେମିରେ ପ୍ରବେଶ କରିଛି । ପରାଜୟ ହୋଇ ଇଣ୍ଡିଜ ଚଳିତ ବିଶ୍ୱକପ୍‌ରେ ଅଭିଯାନ ଶେଷ କରିଛି । ଭାରତ ପୂର୍ବରୁ ୯ଟି ସଂସ୍କରଣରୁ ୫ ଥର ସେମି ଫାଇନାଲ ଖେଳିଥିଲା । ଏହାକୁ ମିଶାଇ ଦଳ ଷଷ୍ଠ ଥର ସେମିରେ ପ୍ରବେଶ କରିଛି । ପୂର୍ବରୁ ଭାରତ ୨୦୦୭, ୨୦୧୪, ୨୦୧୬, ୨୦୨୨ ଓ ୨୦୨୪ରେ ସେମି ଫାଇନାଲ ଖେଳିଥିଲା ଏବଂ ୨୦୦୭ ଓ ୨୦୨୪ରେ ଟାଇଟଲ ଜିତିଥିଲା  । ସଞ୍ଜୁ ସାମସନଙ୍କ ଆଗରେ 'ସ୍ପେଶାଲ ୯୭' ଆଗରେ ପରାସ୍ତ ହେଲା ୱେଷ୍ଟଇଣ୍ଡିଜ । କୋଲକାତାର ଇଡେନରେ କିର୍ତ୍ତୀମାନ ସେଟ୍ କରିଛି ଟିମ୍ ଇଣ୍ଡିଆ ।

ସଞ୍ଜୁଙ୍କ ସ୍ପେଶାଲ ନଟ୍ ଆଉଟ୍ ୯୭ ରନ୍‌ରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପରେ ସର୍ବାଧିକ ରନ୍ ଚେଜ୍ କରି ରେକର୍ଡ ବି କରିଛି । ଖାଲି ସେତିକି ନୁହେଁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଏହା ଲଗାତାର ପଞ୍ଚମ ବିଜୟ । ଭାରତ ଏଯାବତ୍ ଇଣ୍ଡିଜଠୁ ପରାସ୍ତ ହୋଇନାହିଁ । ଗୋଟିଏ ଭେନ୍ୟୁରେ ବିନା ପରାଜୟରେ ବିପକ୍ଷ ଦଳ ଉପରେ ଟିମ୍ ସର୍ବାଧିକ ବିଜୟ ସୂଚୀରେ ସାମିଲ ହୋଇଛି । ବିଶ୍ୱକପ ଇତିହାସରେ ଭାରତ ସର୍ବାଧିକ ରନଚେଜ୍ କରିଛି । ଭାରତର ଗତ ରେକର୍ଡ  ୨୦୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭୩ ଥିଲା । ସାମସନଙ୍କ ଅପରାଜିତ ୯୭ ଇନିଂସ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ପାଇଁ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଏହି ସୂଚୀରେ ପ୍ରଥମ ସ୍ଥାନରେ ସୁରେଶ ରୈନା ଅଛନ୍ତି । ସେ ୨୦୧୦ରେ ୧୦୧ରନ୍‌ କରିଥିଲେ । ଏହି ବିଜୟ ସହିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ଷଷ୍ଠଥର ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

ଏହା ବି ପଢନ୍ତୁ...ରୋମାଞ୍ଚକର ମୁକାବିଲାରେ ଭାରତର ଜବରଦସ୍ତ ବିଜୟ; ସଞ୍ଜୁ ସାମସନଙ୍କ ବିସ୍ଫୋରକ ପ୍ରଦର୍ଶନ ଆଗରେ ହାର ମାନିଲା ଓ୍ବେଷ୍ଟ ଇଣ୍ଡିଜ୍

  

ଭଗବାନକୁ ଧନ୍ୟବାଦ ଜଣାଇଲେ ସଞ୍ଜୁ-  ମ୍ୟାଚ୍ ଜିତାଇବା ପରେ ପଡ଼ିଆରେ ଆଣ୍ଠୁ ମାଡ଼ି ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ପୁଣି ସେ ଡ୍ରେସିଂ ରୁମକୁ ଫେରିବା ପରେ ଆଣ୍ଠୁ ମାଡ଼ି ବସିବା ସହ ଭଗବାନଙ୍କୁ ପ୍ରାର୍ଥନା କରି ଧନ୍ୟବାଦ ଜଣାଇଥିଲେ । ଚଳିତ ବିଶ୍ୱକପ୍‌ରେ ଏହା ସଞ୍ଜୁଙ୍କ ତୃତୀୟ ମ୍ୟାଚ ଥିଲା । ନାମିବିୟା ବିପକ୍ଷରେ ୨୨ ଓ ଜିମ୍ବାୱେ ବିପକ୍ଷରେ ୨୪ ରନ କରିଥିଲେ । ବହୁ ଚାପରେ ସେ ଥିଲେ । ଦଳରେ ତାଙ୍କୁ ସୁଯୋଗ ମିଳୁ ନଥିଲା । ବହୁ ସମାଲୋଚନା ପରେ କୋଚ ଗୌତମ ଗମ୍ଭୀର ତାଙ୍କୁ ଜିୱାୱେ ବିପକ୍ଷରେ ଖେଳାଇଥିଲେ । ସେଭଳି ବଡ଼ ଇନିଂସ ଖେଳି ପାରି ନଥିଲେ । ମାତ୍ର ସେ ‘କର ବା ମର’ ମ୍ୟାଚରେ ଯେଉଁଭଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ ତାହାକୁ ଦର୍ଶକ ସବୁ ଦିନ ମନେ ରଖିବେ । ସଞ୍ଜୁଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ମଧ୍ୟରୁ ଏହି ଇନିଂସ ଅନ୍ୟତମ ।

ଗମ୍ଭାରଙ୍କ ପ୍ରଶଂସା- କୋଚ ଗୌତମ ଗମ୍ଭୀର କହିଛନ୍ତି, ‘ସଞ୍ଜୁ ସାମସନ ଜଣେ ବିଶ୍ୱସ୍ତରୀୟ ଖେଳାଳି । ଆମେ ଜାଣିଥିଲୁ, ଯେତେବେଳେ ବିଶ୍ୱକପ୍ ମ୍ୟାଚ୍ରେ ତାଙ୍କର ଆବଶ୍ୟକତା ପଡ଼ିବ, ସେ ଆମ ପାଇଁ କିଛି କରିବେ । ଷଷ୍ଠ ଥର ସେମିରେ ଭାରତ ଆଜି, ଯେତେବେଳେ ଦଳକୁ ତାଙ୍କର ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେ ତାହା ପୂରଣ କରି ଦେଖାଇଲେ ।’