ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଆଗାମୀ ୫ ବର୍ଷ ମଧ୍ୟରେ ୫୨ଟି ଗୁଇନ୍ଦା ଉପଗ୍ରହ ଉତକ୍ଷେପଣ କରିବ ଭାରତ

Published By : Tapas Panda | May 7, 2025 10:11 PM

Image Courtesy: indiatv

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଭାରତ ବିଶ୍ୱକୁ  କଡ଼ା ସେନ୍ଦଶ ଦେଇଛି । ଅନ୍ୟପଟେ ଭାରତ ଏହାର ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିବା ପାଇଁ ବଡ଼ ଯୋଜନା କରୁଛି । ମହାକାଶ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୨ଟି ଗୁଇନ୍ଦା ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିବ। ବୁଧବାର ଦିନ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (IN-SPACE)ର ଅଧ୍ୟକ୍ଷ ପବନ କୁମାର ଗୋଏଙ୍କା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ପଦକ୍ଷେପରେ ଘରୋଇ କ୍ଷେତ୍ରକୁ ଅଗ୍ରାଧିକାର ମିଳିବ । ଗ୍ଲୋବାଲ୍ ସ୍ପେସ୍ ଏକ୍ସପ୍ଲୋରେସନ୍ ସମ୍ମିଳନୀ ୨୦୨୫ ଅବସରରେ ଗୋଏଙ୍କା କହିଛନ୍ତି, ଆମର ପୂର୍ବରୁ ବହୁତ ଶକ୍ତିଶାଳୀ କ୍ଷମତା ରହିଛି । ଏହାକୁ ନିରନ୍ତର ବୃଦ୍ଧି କରିବାକୁ ପଡିବ । ସେ କହିଛନ୍ତି ଯେ, ଏହି ଯୋଜନା ପ୍ରତିରକ୍ଷା କ୍ଷେତ୍ରର ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। ଏପର୍ଯ୍ୟନ୍ତ ଏହା ମୁଖ୍ୟତଃ ISRO (ଭାରତୀୟ ମହାକାଶ ଗବେଷଣା ସଂଗଠନ) ଦ୍ୱାରା କରାଯାଇଛି । ଆମେ ଆଗକୁ ବଢ଼ିବା ସହିତ ଘରୋଇ କ୍ଷେତ୍ରକୁ ମଧ୍ୟ ସାମିଲ କରିବୁ ।

ସେ କହିଛନ୍ତି ଯେ, ଏହି ଗୁଇନ୍ଦା ଉପଗ୍ରହଗୁଡ଼ିକ ଭାରତୀୟ ସେନା, ନୌସେନା ଏବଂ ବାୟୁସେନାକୁ ଶତ୍ରୁ ଗତିବିଧିକୁ ଟ୍ରାକ୍ କରିବା, ସୀମା ଉପରେ ନଜର ରଖିବା ଏବଂ ସାମରିକ ଅଭିଯାନ ସମୟରେ ବାସ୍ତବ-ସମୟ ସମନ୍ୱୟକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ୫୨ଟି ଉପଗ୍ରହ ମଧ୍ୟରୁ ଅଧା ଘରୋଇ ସଂସ୍ଥା ନିର୍ମାଣ କରିବେ ଏବଂ ବାକି ସବୁ ISRO ଦ୍ୱାରା ନିର୍ମିତ ହେବ ବୋଲି ଗୋଏଙ୍କା କହିଛନ୍ତି ।

ସେ ସ୍ପଷ୍ଟ କରିଛନ୍ତି ଯେ, ନିରୀକ୍ଷଣ କ୍ଷମତାକୁ ଆହୁରି ବୃଦ୍ଧି କରିବା ନିଷ୍ପତ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ବାହିନୀ ଦ୍ୱାରା ନିଆଯିବ। ISRO ମଧ୍ୟ କ୍ଷୁଦ୍ର ଉପଗ୍ରହ ପ୍ରକ୍ଷେପଣ ଯାନ (SSLV) ପ୍ରଯୁକ୍ତିବିଦ୍ୟାକୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରିବା ପ୍ରକ୍ରିୟାରେ ଅଛି । ଛୋଟ ସାଟେଲାଇଟକୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବା ଲାଗି ଏସଏସଏଲଭିକୁ ବିକଶିତ କରାଯାଇଛି, ଯାହା ଜରୁରୀକାଳୀନ ପରିସ୍ଥିତିରେ ପ୍ରତିରକ୍ଷା ବାହିନୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ୫୦୦ କିଲୋମିଟର ବୃତ୍ତାକାର କକ୍ଷପଥରେ ୧୦-୫୦୦ କିଲୋଗ୍ରାମ ଓଜନର ଉପଗ୍ରହ ଉତକ୍ଷେପଣ କରିବାକୁ ସକ୍ଷମ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.