ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଦେବାଶିଷ ନାୟକ । ପୂର୍ବତନ ବରୀ-ଡେରାବିସ୍ ବିଧାୟକ
  • ||
  • ୩୪ ନୂଆ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା
  • ||
  • ମାଲକାନଗିିରି: ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ
  • ||
  • ବାଲିପାଟଣା ଥାନା ଭିତରେ ଯୁବକଙ୍କୁ ଛେଚିଲେ, ୨ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୧୦ ବାଇକ ସହ ୩୦ ଯାତ୍ରୀ ଫସିଲେ
  • ||
  • ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ
  • ||
  • ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ
  • ||
  • ‘ଦିଲ୍ଲୀ ଚଲୋ’ ସ୍ଥଗିତ ରହିବା ପରେ ଖୋଲିଲା ଦିଲ୍ଲୀ-ହରିଆଣା ସୀମା, ଶମ୍ଭୁ ସୀମାରେ ଚାଷୀଙ୍କ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
  • ||
  • ବାଙ୍ଖିଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
  • ||
  • ବର୍ଷିଲା ପରେ ଖସିଲା ତାତି: ୨୭ ଯାଏ ବର୍ଷା ସମ୍ଭାବନା, ୧୦ରୁ ଅଧିକ ଜିଲ୍ଲାରେ ପାଗ କୋହଲା
  • ||
  • ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଆଜି ‘ସୁଦର୍ଶନ ସେତୁ’ ଲୋକାର୍ପଣ, ସୌରାଷ୍ଟ୍ରକୁ ଦେବେ ୫୨,୨୫୦ କୋଟିର ପ୍ରକଳ୍ପ ଭେଟି
  • ||

ନ୍ୟୁଜିଲାଣ୍ଡ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

ନାପିଏର: ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଅଭିଯାନ ବେଶ୍ ସୁଖଦ ହୋଇଛି । ଆଜି ନାପିଏର ଠାରେ ପାଂଚ ଟିକିଆ ଦିନିକିଆ ପ୍ରଥମ ମୁକାବିଲାରେ ଶିଖର ଧାୱନଙ୍କ ଅର୍ଦ୍ଧଶତକ(୭୫)ରନ୍ ଓ ବିରାଟ କୋହଲିଙ୍କ ଉପଯୋଗୀଙ୍କ ୪୫ରନ୍ ସହାୟତାରେ ଭାରତ ବିଜୟୀ ହୋଇଛି । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆଙ୍କୁ ହରାଇଥିବା ଭାରତୀୟ ଦଳର ମନୋବଳ କେତେ ଦୃଢ଼ ହୋଇଛି ତାହା ନ୍ୟୁଜିଲାଣ୍ଡ ବିରୋଧୀ ପ୍ରଥମମ୍ୟାଚ୍ରୁ ସ୍ପଷ୍ଟ ହୋଇଯାଇଛି । ନ୍ୟୁଜଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୪ ଓଭରରେ ମାତ୍ର ଦୁଇ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ତେବେ କୋହଲି ଓ ଧାୱନଙ୍କ ଯୋଡ଼ି ୯୧ ରନ୍ର ପାର୍ଟନରସିପ୍ କରିଥିବା ବେଳେ କୋହଲି ଏକ ପୁଲସର୍ଟ ମାରିବାକୁ ଯାଇ ଆଉଟ୍ ହେବା ସହିତ ମାତ୍ର ୫ରନ୍ ପାଇଁ ଆଉ ଏକ ଅର୍ଦ୍ଧଶତକରୁ ବଂଚିତ ହୋଇଛନ୍ତି । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ସମସ୍ତେ ୱିକେଟ ହରାଇ ୧୫୭ ରନ୍ କରିଥିଲେ ମଧ୍ୟ ଖେଳକୁ ୧ ଓଭର କମ୍ କରାଯାଇ ଭାରତ ସମ୍ମୁଖରେ ୧୫୬ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।
ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲୟମସନ୍ ଟସ୍ ଜିତିି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ନ୍ୟୁଜିଲାଣ୍ଡର ଏହି ନିଷ୍ପତିକୁ ଭାରତୀୟ ବୋଲରମାନେ ଭୁଲ ପ୍ରମାଣିତ କରିଥିଲେ । ଭାରତ ଦୃତ ବୋଲର ମହମ୍ମଦ ସାମି ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇବା ପରେ ୟୁଜବେନ୍ଦ୍ର ଚହଲ, କୁଦୀପ ଯାଦବ ଓ କେଦାର ଯାଦବ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନ୍ରେ ସୀମିତ ରଖିବାରେ ସଫଳ ହୋଇଥିଲେ । ଭାରତ ତାର ନ୍ୟୁଜିଲାଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍ର ବିଜୟ ପାଇଁ ୧୫୮ ରନର ଟାର୍ଗେଟ ପାଇ ଖେଳ ଆରମ୍ଭ କରିଥିଲେ । ଭାରତର ପ୍ରଥମ ୱିକେଟ ୪୧ରନ୍ରେ ପତନ ଘଟିଥିଲା । ରୋହିିତ ଶର୍ମା ବ୍ୟକ୍ତିଗତ ଭାବେ ୧୧ରନ୍ କରି ଆଉଟ୍ ହେବା ପରେ ଧାୱନଙ୍କ ସହିତ ଆସି ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି ।
କୋହଲି ଓ ଧାୱନ ବେଶ୍ ସ୍ୱାଭାବିକ ଭାବେ ଖେଳ ଭାରତର ସ୍କୋର ବୋର୍ଡକୁ ଆଗକୁ ବଢ଼ାଇଥିଲେ । ଦୁହେଁ ୯୧ରନ୍ର ପାର୍ଟନରସିପ୍ କରିଥିଲେ । ବିରାଟ ୫୯ ବଲ୍ ଖେଳି ୩ଟି ଚୋ÷କା ମାରି ୪୫ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କ ଆଉଟ୍ ପରେ ଧାୱନଙ୍କ ସହିତ ଯୋଗ ଦେଇଥିଲେ ଅମ୍ବାତି ରାଇଡ଼ୁ । ରାଇଡ଼ୁ ପ୍ରଥମେ ବଲରେ ଚୋ÷କା ମାରି ନ୍ୟୁଜିଲାଣ୍ଡ ଗସ୍ତର ଶୁଭାରମ୍ଭ କରିଥିଲେ । ତେବେ ଖେଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହେବାରୁ ଭାରତର ବ୍ୟାଟିଂ ଗୋଟିଏ ଓଭର କମ୍ କରାଯାଇ ବିଜୟ ଲକ୍ଷ୍ୟକୁ ୧୫୬ ରନ୍ ସ୍ଥିତ କରାଯାଇଥିଲା । ମାତ୍ର ଶିଖର ଧାୱନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଭାରି ପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.